ସେଓ ଖାଇବା ପରେ ଏପରି କରନ୍ତୁ ନାହିଁ

ସେଓ ଖାଇବା ପରେ ଏପରି କରନ୍ତୁ ନାହିଁ 

Image Source - dvo.com

ପ୍ରତିଦିନ ସକାଳେ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଶରୀର ରୋଗମୁକ୍ତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । କିନ୍ତୁ ଯଦି ଆପଣ ଏହାକୁ ଭୁଲ ସମୟରେ ଖାଉଛନ୍ତି ବା ଭୁଲ ଜିନିଷ ସହ ଖାଉଛନ୍ତି ତେବେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଆଜି ଆମେଆପଣଙ୍କୁ ଜଣାଇବୁ ସେଓ ଖାଇବାର ତୁରନ୍ତ ପରେ କେଉଁ ସବୁ ଜିନିଷ ଖାଇବା ଅନୁଚିତ |

ସେଓ ଖାଇସାରିବା ପରେ ଖାଉଛନ୍ତି କି ଏସବୁ ଜିନିଷ ? ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏଭଳି ସମସ୍ୟା...
Image Source - The Berkey 

  • ସେଓ ଖାଇବା ପରେ ଭୁଲରେ ମଧ୍ୟ ପାଣି ପିଅନ୍ତୁ ନାହିଁ । ଅତି କମରେ ସେଓ ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ । ଏପରି ନକରିବା ଦ୍ୱାରା କଫ ସମସ୍ୟା ଦେଖାଯାଇଥାଏ |
Image Source -  pinterest

  • କିଛି ଲୋକ ସେଓ ଖାଇବା ପରେ ଖଟା ଜାତୀୟ ଖାଦ୍ୟ ଖାଇଥାନ୍ତି । ସେଓ ଖାଇବା ପରେ ଆଚାର ବା ଅନ୍ୟ ଖଟା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍‌ ସୃଷ୍ଟି ହୋଇଥାଏ ।

Image Source - Everwilde Farms

  • ସେଓ ଖାଇବାର ତୁରନ୍ତ ପରେ ମୂଳା ଖାଆନ୍ତୁ ନାହିଁ | ଏପରି କଲେ ଶରୀରରେ ଧଳା  ରଙ୍ଗର ଦାଗ ଦେଖାଯାଇଥାଏ।


ସେଓ ଖାଇବାରେ ଫାଇଦା


  • ରାତିରେ ସେଓକୁ କାଟି ରଖି ସକାଳୁ ଖାଲି ପେଟରେ ଖାଇଲେ ମାଇଗ୍ରେନ ଏବଂ ମୁଣ୍ତବ୍ୟଥା ଭଳି ସମସ୍ୟାରୁ ଆରାମ ମିଳିଥାଏ |
  • ସେଓରେ ବହୁତ ଅଧିକ ଆଇରନ ରହିଥାଏ ଏଥିପାଇଁ ଏହାକୁ କାଟିବା କ୍ଷଣି ହିଁ କଳା ପଡିଯାଇଥାଏ | ଏମିତିରେ ଯେଉଁ ଲୋକ ରକ୍ତହିନତା ରୋଗରେ ପିଡିତ ସେମାନେ ପ୍ରତିଦିନ ସେଓ ଜୁସ୍‌ ଖାଇବା ଦ୍ୱାରା ଲାଭ ମିଳିଥାଏ।
  • ସେଓ କାଶ ସମୟରେ ବହୁତ ଲାଭକାରୀ ହୋଇଥାଏ। ସେଓର ଜୁସ ସହିତ ଅଳ୍ପ ମିଶ୍ରୀ ଏବଂ କଳା ମରୀଚ ମିଶାଇ ସବୁଦିନ ପିଇଲେ କାଶ ଠିକ ହୋଇଯାଇଥାଏ।
  • ଯେଉଁ ଲୋକ ମଧୁମେହରେ ପିଡିତ ହୋଇଛନ୍ତି ସେମାନଙ୍କ ଶରୀରରେ ସେଓରେ ଥିବା ପ୍ରୋକ୍ଟିନ, ଗ୍ଲାକ୍ଟ୍ରୋନିକ ଏସିଡର ଅଭାବକୁ ପୂରା କରିଥାଏ ଏବଂ ଇନସୁଲିନର ଉପଯୋଗକୁ କମ୍‌ କରିଥାଏ |

Image Source - Mama Natural

  • ଯଦି ଆପଣ ଦିନରେ ଦୁଇ ରୁ ତିନିଟି ସେଓ ଖାଉଛନ୍ତି ତେବେ ଏହା ପୂରା ଦିନର ଆଇରନର ଅଭାବକୁ ପୂରା କରିଥାଏ।
  • ସକାଳୁ ପ୍ରତିଦିନ ଖାଲି ପେଟରେ ସେଓର ସେବନ କରିବା ଦ୍ୱାରା ପେଟ ସମସ୍ୟାରେ ଜଡିତ ବ୍ୟକ୍ତି ଏଥିରୁ ଆରୋଗ୍ୟ ପାଇପାରିବେ।
  • ଯଦି ସେଓକୁ ତାହାର ଚୋପା ସହିତ ଖାଉଛନ୍ତି ତେବେ ଏହା ଦ୍ୱାରା କବ୍ଜ ମଧ୍ୟ ଠିକ ହୋଇଯିବ। ସେଓରେ ଏମିତି ତତ୍ତ୍ୱ ରହିଥାଏ ଯାହା କୋଲେଷ୍ଟ୍ରଲକୁ  କମ୍‌ କରିଥାଏ ।











  

Post a Comment

0 Comments