କଳାଯାଇ:
ଯଦି ଆପଣଙ୍କ ହାତ ପାପୁଲିର ଅନାମିକା ଆଙ୍ଗୁଳି ପାଖରେ ହଠାତ କୌଣସି କଳାଯାଇ ବଢିଯାଏ ତେବେ ଜାଣି ରଖନ୍ତୁ କି ବହୁ ଶୀଘ୍ର ଆପଣଙ୍କୁ କିଛି ଧୋକା ମିଳିପାରେ । ଏଗୁଡ଼ିକୁ ଅଣଦେଖା କରନ୍ତୁନି ସତର୍କ ରୁହନ୍ତୁ |
କଳି ଝଗଡା:
ଘରେ ଏମିତିରେ ତ ଝଗଡା ମାନ ଅଭିମାନ ଲାଗି ରହିଥାଏ | କିନ୍ତୁ ଜୀବନର ଏକ ପ୍ରମୁଖ ଅଙ୍ଗ ଭାବେ ଧରାଯାଉଥିବା ଜୀବନସାଥି ସହ ଝଗଡାକୁ ଅତ୍ୟନ୍ତ ଅଶୁଭ ମନେ କରାଯାଏ । ଜୀବନ ସାଥୀଙ୍କୁ ସବୁବେଳେ ସୁଖରେ ରଖିବାକୁ ଚେଷ୍ଟା କରନ୍ତୁ | ଉଭୟ ଉଭୟଙ୍କର ଦୁଃଖ ସୁଖରେ ସାଥ ଦିଅନ୍ତୁ |
ବଡ ସୁଯୋଗ ହାତ ଛଡା ହେବା:
ଯଦି କେବେ ଆପଣଙ୍କୁ ଲାଗେ କି ବହୁ ପ୍ରୟାସ ପରେ ବି ସଫଳତା ମିଳୁନାହିଁ ବୋଲି | ସେହି ସମୟରେ ହିଁ ଆପଣ ଆଗକୁ ଏକ ବଡ ଧରଣର ଧନ ହାନି ହେବାର ଆଶଙ୍କା ରହିଛି ବୋଲି ଜାଣି ରଖନ୍ତୁ । ଏଥି ନେଇ ଆପଣ ମଧ୍ୟ ଏକ ବିରାଟ ଚାପରେ ରହି ପାରନ୍ତି ।
ପେଟ ସମ୍ବନ୍ଧୀୟ ରୋଗ:
ଯଦି ଆପଣଙ୍କ ପେଟ ସମସ୍ୟା ଦିନକୁ ଦିନ ବଢିବାକୁ ଲାଗେ | ଏହା ସହ ଚିଡିଚିଡ଼ା ପଣ ବି ବୃଦ୍ଧି ପାଏ । ତେବେ ଜାଣି ରଖନ୍ତୁ କି ଏକ ବହୁ ବଡ ସମସ୍ୟା ଆପଣଙ୍କ ଅପେକ୍ଷାରେ ଅଛି । ସତର୍କ ରୁହନ୍ତୁ |
ଧନ ସମ୍ବନ୍ଧୀୟ ଘଟଣା:
ଯଦି ହଠାତ କଥା ହେଉଥିବା ସମୟରେ ମୁହଁରୁ ଲାଲ ପଡେ ବା ପାଟି ପାକୁ ପାକୁ ହୁଏ ତେବେ ଜାଣି ରଖନ୍ତୁ କି ବହୁ ଶୀଘ୍ର ଆପଣଙ୍କର ଧନ କ୍ଷୟ ହେବାର ସମ୍ଭାବନା ରହିଛି | ନଚେତ ଆପଣ ବହୁ ଶୀଘ୍ର କୌଣସି କାରଣରୁ ନେଇ ଅଦାଲତର ସାମ୍ନା କରିପାରନ୍ତି ।
ପାଣି ଟାଙ୍କି:
ଯଦି ଘରେ ଥିବା ପାଣି ଟାଙ୍କିରୁ ପାଣି ଲିକ ହେବାକୁ ଲାଗେ ତେବେ ଜାଣି ରଖନ୍ତୁ କି ଆପଣ ବହୁ ଶୀଘ୍ର ଏକ ବଡ ଆର୍ଥକ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ।
ତେଲ ପଡିବା:
ଯଦି ଘରର ମୁଖ୍ୟ ଦ୍ୱାରାରେ ତେଲ ପଡିଥିବା ନଜର ଆସେ ତେବେ ଜାଣି ରଖନ୍ତୁ କି ଆପଣଙ୍କ ପରିବାର ପ୍ରତି ଏକ ବଡ ବିପତ୍ତି ମାଡି ଆସୁଛି ।
ଇଲେକ୍ଟ୍ରୋନିକ୍ସ ଉପକରଣ:
ଯଦି ଘରର କୌଣସି ଇଲେକ୍ଟ୍ରୋନିକ୍ସ ଉପକରଣ ବାରମ୍ବାର ଖରାପ ହେବାକୁ ଲାଗେ ତେବେ ନିଶ୍ଚିତ ହୋଇଯାନ୍ତୁକି ନିକଟ ଭବିଷ୍ୟତରେ ହି ଆପଣଙ୍କର ଏକ ବଡ ଆର୍ଥକ ସମସ୍ୟା ଦେଖାଦେଇପାରେ |
0 Comments
Do you have any doubts or suggestions? Ask them here in the comments!