ରୋଷେଇ ଘର ପାଇଁ କିଛି ବାସ୍ତୁ ଟିପ୍ସ

ରୋଷେଇ ଘର ପାଇଁ କିଛି ବାସ୍ତୁ ଟିପ୍ସ


Image Source - Real homes

ରୋଷେଇ ଘରକୁ ସଫା ସୁତୁରା ରଖିବା ପରେ ମଧ୍ୟ ସେଠାରେ ଅସରପା ହେବାର ଦେଖାଯାଇଥାଏ। ତେବେ ବାରମ୍ବାର ସଫା ସୁତୁରା ପରେ ମଧ୍ୟ ଯଦି ଆପଣଙ୍କ ରୋଷେଇ ଘରେ ଅସରପା ଏବଂ ଅନ୍ୟ କୀଟ ନଜର ଆସୁଛି ତେବେ ଏହାପଛରେ ନିଶ୍ଚିତ କିଛି ବାସ୍ତୁଦୋଷ ରହିଥାଇପାରେ। ତେବେ ଆଜି ଆମେ ରୋଷେଇ ଘର ସମ୍ବନ୍ଧୀୟ କିଛି ବାସ୍ତୁଦୋଷ ବିଷୟରେ କହିବାକୁ ଯାଉଛୁ। 


ରୋଷେଇ ଘରକୁ ବାସ୍ତୁ ହିସାବରେ ନିର୍ମିତ କରିଥିବା ପରେ ମଧ୍ୟ ଏଥିରେ ରହିଥିବା ଜିନିଷ ସଠିକ୍‌ ସ୍ଥାନରେ ନରହିବା ହେତୁ ନାହିଁ ନଥୁବା ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।
ଫଳରେ କୀଟ ଏବଂ ବିଭିନ୍ନ ପୋକଜୋକ ହେବାର ଡ଼ର ରହିଥାଏ। ଏହାଛଡ଼ା ରୋଷେଇ ଘରକୁ ପ୍ରାକୃତିକ ଆଲୋକ ନଆସିଲେ ମଧ୍ୟ ତାହା ବାସ୍ତୁଦୋଷ କାରଣ ପାଲଟିଥାଏ ।

କିପରି କରିବେ ବାସ୍ତୁଦୋଷ ଦୂର



  • ରୋଷେଇ ଘରେ ଡଷ୍ଟବିନ ବା ଝାଡୁ ରଖିବା ଅନୁଚିତ | ଜରୁରୀ ଥିଲେ ରୋଷେଇ ଘରର ଦକ୍ଷିଣ ଦିଗରେ ଡଷ୍ଟବିନକୁ ରଖିବା ଉଚିତ । ଏବଂ ଏହାକୁ ନିତିଦିନ ସଫାସୁତୁରା ମଧ୍ୟ କରନ୍ତୁ | ସବୁବେଳେ କଭର ଵାଲା ଡଷ୍ଟବିନ ବ୍ୟବହାର କରନ୍ତୁ |


  • ବାସ୍ତୁ ଅନୁଯାୟୀ, ସିଙ୍କର ସ୍ଥାନ ସବୁବେଳେ ଗ୍ୟାସ ସିଲିଣ୍ତରରୁ ଦୂରେଇ ରଖନ୍ତୁ। ଗ୍ୟାସ ଏବଂ ଚୂଲା ରୋଷେଇ ଘରେ ପୂର୍ବ ଦିଗକୁ ରହିଥିବା ବେଳେ ସେହି ପାଖାପାଖି  ମାଇକ୍ରୋୱେଭ ରଖନ୍ତୁ। ଏହାକୁ ବାସ୍ତୁ ହିସାବରେ ଶୁଭ କୁହାଯାଇଥାଏ।





Image Source - Punjab Kesari

  • ରୋଷେଇ ଘରେ କୌଣସି ପ୍ରକାରର ଲିକେଜ୍‌ ହେଉଥିଲେ ତାହାକୁ ତୁରନ୍ତ ଠିକ୍‌ କରାନ୍ତୁ । ଖରାପ ନଳକୁ ଠିକ୍‌ କରାଯିବା ସହ ସମସ୍ତ ସଫାସୁତୁରାର ଖାସ ଧ୍ୟାନ ରଖନ୍ତୁ।


  • ବାସ୍ତୁନୁଯାୟୀ ଘରର ଦକ୍ଷିଣ-ପୂର୍ବ ବା ଉତ୍ତର-ପଶ୍ଚିମ ଦିଗରେ ରୋଷେଇ ଘର ରହିବା ଆବଶ୍ୟକ। 



  • ଅସରପାକୁ ରୋଷେଇ ଘରୁ ଦୂରରେ ରଖିବା ପାଇଁ କୋଠରୀ ମଧ୍ୟକୁ ସଠିକ୍‌ ପରିମାଣର ଆଲୋକ ଆସିବା ଜରୁରୀ ଯଦି ଆପଣଙ୍କ ରୋଷେଇ ଘରେ ଦିନ ସମୟରେ ସଠିକ୍‌ ପରିମାଣର ଆଲୋକ ଆସୁଛି ତେବେ ଆପଣଙ୍କ ବାସ୍ତୁ ଶତ ପ୍ରତିଶତ ସଠିକ୍‌ ରହିଥାଏ।


  • ସବୁବେଳେ ରୋଷେଇ ଘରକୁ ସଠିକ୍‌ ଭାବେ ସଫା ସୁତୁରା କରିବା ସହ ପୋକଯୋକ କମ ହେବାର ସମ୍ଭାବନା ରହିଥାଏ| ରୋଷେଇ ଘର ଯେତେ ଭଲ ଭାବେ ସଫାସୁତୁରା ରହିବ ଘରେ ସେତେ ଧନ ବଢ଼ିିବ ।





Image Source - CF League

  • ରୋଷେଇ ଘରେ ଖାଲି ଡବା ରଖିବା ଅନୁଚିତ ନକରାତ୍ମକ ପ୍ରଭାବ ପଡିଥାଏ | ଡବାରେ କିଛି ନା କିଛି ଭରିକି ରଖନ୍ତୁ | ଷ୍ଟୋରେଜ ସାମାନ ରଖିବା ସେହି ଦିଗ ହେଉଛି ପଶ୍ଚିମ ଏବଂ ଦକ୍ଷିଣ |


  • ଫ୍ରିଜ ରୋଷେଇ ଘରର ଅଗ୍ନି କୋଣରେ ରଖନ୍ତୁ



  • ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ , ଏହାକୁ ପାଣିରେ ଧୋଇ ରଖିପାରିବେ |ଏପରି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ |

Post a Comment

0 Comments