ରାଶି ଅନୁଯାୟୀ ଉପାୟ ଆପଣାନ୍ତୁ

ରାଶି ଅନୁଯାୟୀ ଉପାୟ ଆପଣାନ୍ତୁ

Image Source - FirstCry Parenting

ଧନ ଦୌଲତ, ସୁଖ ଓ ସମୃଦ୍ଧି ପାଇବା ପାଇଁ ସବୁ ଇଛା କରନ୍ତି ଏବଂ ଧନୀ ହେବା ପାଇଁ ଲୋକ ମାନେ ବହୁତ କଷ୍ଟ କରନ୍ତି । ହେଲେ କଷ୍ଟ କରିବା ସହ ଯଦି କିଛି ଉପାୟକରାଯିବ ତାହାଲେ ଆପଣ ଧନୀ ହେଇପାରିବେ | ରାଶି ଅନୁଯାୟୀ ଏହି ଉପାୟ କରନ୍ତୁ

ମେଷ ରାଶି

  • ମେଷ ରାଶିର ବ୍ୟକ୍ତି ସୋମବାର ଦିନ ଭଗବାନ ଶିବଙ୍କୁ ଅରଖଫୁଲ ଓ କ୍ଷୀର ଅର୍ପଣ କରନ୍ତୁ |
  • ବୁଧବାରଦିନ ଗଣେଶଙ୍କୁ ଦୁବ ଓ ଅରୁଆ ଚାଉଳ ଅର୍ପଣ କରନ୍ତୁ |  
  • ଏହି ରାଶି ର ଲୋକ ପୂର୍ଣ୍ଣିମା ଦିନ ତୁଳସୀ ମାଙ୍କ ପୂଜା କରନ୍ତୁ ଏବଂ ତୁଳସୀ ଗଛ ସାମ୍ନା ରେ ଘିଅ ର ଦୀପ ଲଗାନ୍ତୁ । 
  • ଏହାଛଡା ତୁଳସୀ ପତ୍ର କୁ ସବୁବେଳେ ବିଷ୍ଣୁ ଭଗବାନଙ୍କ  ପାଦ ତଳେ ଅର୍ପଣ କରିବେ |

ବୃଷ ରାଶି

  • ଏହି ରାଶି ର ଲୋକ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ | ଏହାସହ ଦକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରନ୍ତୁ |  
  • ଗଣେଶଙ୍କୁ ପୂଜା କରିବା ସମୟରେ ହଳଦୀ ମାଳ ପିନ୍ଧନ୍ତୁ | ସ୍ପଟିକ ମାଳରେ ଜପ କଲେ ବହୁତ ଭଲ | 
  • ବୃଷ ରାଶି ର ଲୋକମାନେ ପୂର୍ଣ୍ଣିମା ଦିନ ଓସ୍ତ ର ଗଛ ର ପୂଜା କରିବେ ଏବଂ ଏହାର ପତ୍ରକୁ ନିଜର ତିଜୋରି ରେ ରଖି ଦେବେ | ଏହି ଉପାୟ ମାଧ୍ୟ ରେ ଧନ ଲାଭ ହବ |

ମିଥୁନ ରାଶି

  • ଏହି ରାଶିର ଲୋକମାନେ ସମସ୍ତଙ୍କ ନଜର ଆଢୁଆଳରେ 2ଟି ଘିଅ ଦୀପ ଘରର ଏକ କୋଣରେ ଜଳାନ୍ତୁ |
  • ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଦେଇ ପୂଜା କରନ୍ତୁ |
  • ମିଥୁନ ରାଗି ର ଲୋକମାନେ ପୂର୍ଣ୍ଣିମା ଦିନ ରେ ଗାଇ କୁ ରୁଟି ଓ ଘାସ ଖାଇବାକୁ ଦିଅନ୍ତୁ । ଏହା ଛଡା ଏହି ରାଶି ର ଲୋକ ମାନେ ଯେତେ ଦାନ କରିବେ ଭଲ |

କର୍କଟ ରାଶି

  • କର୍କଟ ରାଶିର ଲୋକମାନେ ଏକ ଲାଲ ରୁମାଲ୍ ରେ ନଡ଼ିଆ ବାନ୍ଧି ଲକରରେ ରଖନ୍ତୁ |
  • ପୂର୍ଣ୍ଣିମା ଦିନ ରେ ଓସ୍ତ ର ଗଛ ରେ ଜଳ ଚଢାନ୍ତୁ ଏବଂ ଏହି ଗଛ ପାଖରେ ପରିକ୍ରମା କରନ୍ତୁ । 
  • ପ୍ରତିଦିନ ସକାଳେ କାଉକୁ ମିଠା ଭାତ ଖାଇବାକୁ ଦିଅନ୍ତୁ |

ସିଂହ ରାଶି

  • ନିଜ ବ୍ୟାପାର କୁ ଉନ୍ନତି କରିବା ପାଇଁ ପୂର୍ଣ୍ଣିମା ଦିନ ଏହି ଉପାୟ କରନ୍ତୁ ହଳଦୀକୁ ଗୋଟେ ନାଲି ରଙ୍ଗ ର କପଡାରେ ବାନ୍ଧିକି ମନ୍ଦିରରେ ରଖନ୍ତୁ ,କିଛି ସମୟ ପରେ ସେହି କପଡାଟିକୁ ମନ୍ଦିରରୁ ଆଣି ନିଜ ବ୍ୟାପାର ସ୍ଥାନକୁ ନେଇ ଗୋଟେ ଏଭଳି ସ୍ଥାନରେ ରଖନ୍ତୁ କେହିବି ତାକୁ ଦେଖି ପାରିବେନି ।
  • ରାତିରେ ଘରର ମୁଖ୍ୟ ଦ୍ୱାରରେ ଗୁଆ ଘିଅର ଦୀପ ଲଗାନ୍ତୁ ଏବଂ ସ୍ପଟିକ ମାଳା ଜପ କରନ୍ତୁ |

କନ୍ୟା ରାଶି

  • କନ୍ୟା ରାଶିର ଲୋକ ମାନେ ପୂର୍ଣ୍ଣିମା ଦିନ ୧୧ଟି କଉଡି ନେଇ ଗୋଟେ ନାଲି ରଙ୍ଗର କପଡା ରେ ବାନ୍ଧି ଦିଅନ୍ତୁ । ଏହା ପରେ ଆକୁ ନେଇକି ଲକ୍ଷ୍ମୀ ମା ଙ୍କ ପାଖରେ ରଖି ଦିଅନ୍ତୁ ଓ ସେଇଠି ଲକ୍ଷ୍ମୀ ପାଠ କରନ୍ତୁ, ତା ପର ଦିନ ସକାଳେ ସେହି କଉଡି ସହ କପଡା କୁ ନେଇ ନିଜ ତିଜୋରି ରେ ରଖି ଦିଅନ୍ତୁ 
  • ସଂକ୍ରାନ୍ତି ଦିନ ଭଗବାନ ଶିବଙ୍କୁ କ୍ଷୀର ଓ ବେଲପତ୍ର ଅର୍ପଣ କରନ୍ତୁ |

ତୁଳା ରାଶି

  • ଗଣେଶଙ୍କୁ ଦୁବ ଓ ଅରୁଆ ଚାଉଳ ଅର୍ପଣ କରନ୍ତୁ |ଏହାସହ ଦକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରନ୍ତୁ |  
  • ଏହି ରାଶି ର ଲୋକମାନେ ପୂର୍ଣ୍ଣିମା ଦିନ ଗୋଲାପି ରଙ୍ଗ ର କଇଁ ଫୁଲ କୁ ଲକ୍ଷ୍ମୀ ମାଙ୍କୁ ଅର୍ପଣ କରନ୍ତୁ । ପରେ ସେହି ଫୁଲ କୁ ନେଇକି ତିଜୋରି ରେ ରଖିଦିଅନ୍ତୁ |

ବିଛା ରାଶି

  • ଏହି ରାଶିର ଲୋକମାନେ ପୂର୍ଣ୍ଣିମା ଦିନ ରେ ଶିବଙ୍କୁ ଜିରା ଚାଉଳ ଅର୍ପଣ କରିବେ | 
  • ଏହା ସହ ମାତାଲକ୍ଷ୍ମୀ ପାଖରେ ଘିଅ ର ଦୀପ ମଧ୍ୟ ଜଳେଇବେ | 
  • ପ୍ରତିଦିନ ମତ ବୃନ୍ଦାବତୀଙ୍କୁ ପୂଜା କରନ୍ତୁ |
  • ଏବଂ ଚନ୍ଦ୍ରଙ୍କୁ ପୂଜା କରିବା ଦ୍ୱାରା ରୋଗ,ଶୋକରୁ ମୁକ୍ତି ମିଳେ | 

ଧନୁ ରାଶି

  • ଘରୁ ନକରାତ୍ମକ ଶକ୍ତି ଦୂର ପାଇଁ ଘରର ମୁଖ୍ୟ ଦ୍ୱାରରେ ଆମ୍ବଡାଳ ଦେଇ କଳସ ବସାନ୍ତୁ |
  • ଦ୍ୱାର ସମ୍ମୁଖରେ ସ୍ୱସ୍ତିକ ଚିହ୍ନ କରନ୍ତୁ |ଏହା ସହ ମାତାଲକ୍ଷ୍ମୀ ପାଖରେ ଘିଅ ର ଦୀପ ମଧ୍ୟ ଜଳାନ୍ତୁ  |
  • ଏହି ରାଶିର ଲୋକ ମାନେ ଧନ ଲାଭ ପାଇଁ ଚନ୍ଦ୍ର କୁ ଖିରୀ ଅର୍ପଣ କରନ୍ତୁ । ଏହା ପରେ ଏହି ଖିରୀ କୁ ପରଦିନ ଗୋଟେ ଗାଈ କୁ ଖୁଆଇ ଦେବେ |

ମକର ରାଶି

  • ବଢି ଭୋରରୁ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ |
  • ତୁଳସୀ ମୂଳେ ପ୍ରତିଦିନ ସନ୍ଧ୍ୟାରେ ଘିଅ ଦୀପ ଦିଅନ୍ତୁ |
  • ଏହି ରାଶିର ଲୋକମାନେ ପୂର୍ଣ୍ଣିମା ଦିନ ରେ ଶିବ ଙ୍କ ଅଭିଷେକ କରନ୍ତୁ । ଅଭିଷେକ କରିବା ପରେ ଲକ୍ଷ୍ମୀ ଙ୍କ ମନ୍ତ୍ର ପାଠ କରନ୍ତୁ । ମାଙ୍କୁ ଧଳା ରଙ୍ଗର କଇଁ ଫୁଲ ଅର୍ପଣ କରନ୍ତୁ |

କୁମ୍ଭ ରାଶି

  • ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାନ୍ତୁ |
  • ଲାଲଚନ୍ଦନ ଓ କେଶର ଘୋରି ଧଳା କପଡ଼ାରେ ଲଗାଇ ଟଙ୍କା ଉପରେ ଘୋଡାଇ ରଖନ୍ତୁ |
  • କୁମ୍ଭ ରାଶି ର ଲୋକମାନେ ପୂର୍ଣ୍ଣିମା ଦିନ ଲକ୍ଷ୍ମୀ ଏବଂ ବିଷ୍ଣୁ ଙ୍କ ପୂଜା କରନ୍ତୁ । 
  • ଏହା ଛଡା ଓସ୍ତ ଗଛ ଉପରେ ପାଣି ଅର୍ପଣ କରନ୍ତୁ । 

ମୀନ ରାଶି

  • ମାତା ଲକ୍ଷ୍ମୀଙ୍କୁ ଅରଧନା କରି ପଦ୍ମଫୁଲ,ନଡ଼ିଆ,ମିଠା ଭୋଗ ଅର୍ପଣ କରନ୍ତୁ |
  • ସକାଳେ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ |  
  • ଏହି ରାଶିର ଲୋକମାନେ ପୂର୍ଣ୍ଣିମା ଦିନ ରେ ସକାଳେ ଗାଧେଇକି ନିଜ ଘର ସାମ୍ନା ଦ୍ୱାରରେ ଆମ୍ବ ପତ୍ର ରେ ତୋରଣ କରନ୍ତୁ ଏବଂ ହଳଦୀ ଓ ସିନ୍ଦୁର ସାହାର୍ଯ୍ୟରେ କବାଟ ରେ ଲକ୍ଷ୍ମୀ ମା ଙ୍କ ର ପାଦ ଚିହ୍ନ କରନ୍ତୁ । 

Post a Comment

0 Comments