ପୂଜା ସହ ଜଡିତ ଏହି ସବୁ ନିଷେଧ କାମ

 ପୂଜା ସହ ଜଡିତ ଏହି ସବୁ ନିଷେଧ କାମ 

Image Source - YouTube

ଶାସ୍ତ୍ରରେ ଦୈନନ୍ଦିନ ଜୀବନର ପ୍ରତୀଟି କାର୍ଯ୍ୟକଳାପ ବିଷୟରେ ଉଚିତ ମାର୍ଗଦର୍ଶନ କରାଯାଇଛି | ଏପରି କି ପୂଜା ପାଠ ସମ୍ବନ୍ଧିତ କିଛି ଜରୁରୀ କଥା ମଧ୍ୟ ବର୍ଣ୍ଣନାକରାଯାଇଛି । ପୂଜା ତ ଏମିତିରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଏହା ସାଂସାରିକ କର୍ମ ଠାରୁ ଅଲଗା । ପୂଜା କରିବା ଅର୍ଥ ମନୁଷ୍ୟ ଇଶ୍ୱରଙ୍କ ସହ ସମ୍ପର୍କ ସ୍ଥାପନ ରଖିବା ଅଟେ | ଏମିତିରେ ପୂଜା କରିବା ସମୟରେ ସାବଧାନରେ ନରହିଲେ, ପୂଜାର ମହତ୍ୱ ହିଁ ରହିବ ନାହିଁ । 

ଏହି ଉପଦେଶରେ ପୂଜା ସହ ଜଡ଼ିତ କିଛି ଜରୁରୀ ନିୟମ ମଧ୍ୟ ରହିଛି, ଯେଉଁଠି ଭଗବାନଙ୍କ ପୂଜା ସହ କିଛି ନିଷେଧ କାମ ବର୍ଣ୍ଣନା କରାଯାଇଛି, ଯାହାକୁ ପୂଜା ସମୟରେ କରିବା ଦ୍ୱାରା ବ୍ୟକ୍ତିକୁ ପାପର ଭାଗୀଦାର ବନିବାକୁ ପଡ଼ିଥାଏ | 

Image Source - VectorStock

  • ଶାସ୍ତ୍ର ଅନୁସାରେ,ଭଗବାନଙ୍କ ପୂଜାରେ “ଅପରାଧ କରି ଅର୍ଜିତ ଧନରେ ସେବା କିମ୍ବା ଉପାସନା କରିବାକୁ ପୂଜା କୁହାଯାଏ ନାହିଁ, ବରଂ ତାହା ମଧ୍ ଅପରାଧ ହୋଇଥାଏ ।"
Image Source - Hindustan Times
  • ପୂଜା ସମୟରେ ଯେ କୌଣସି ବ୍ୟକ୍ତି ନୀଳ କିମ୍ବା କଳା ପୋଷାକ ପିନ୍ଧି,ପୂଜା କରିବା ଉଚିତ ନୁହେଁ ।

  • ଶବକୁ ସ୍ପର୍ଶ କରିବା ପରେ, ସ୍ନାନ ନ କରି ପୂଜା କରିବା ଉଚିତ ନୁହେଁ |

  • ସମ୍ଭୋଗ କରି ସ୍ନାନ ନ କରି ପୂଜା କରିବା ମଧ୍ୟ ଏକ ଅପରାଧ ଅଟେ |

  • ଯଦି କ୍ରୋଧରେ ଉପାସନା କରାଯାଏ ସେହି ପୂଜା ଭଗବାନ ସ୍ୱୀକାର କରନ୍ତି ନାହିଁ  ।
Image Source - Pastor Dave Online
  • ଶାସ୍ତ୍ର ଅନୁସାରେ ଅନ୍ଧାରରେ ଭଗବାନଙ୍କ ମୂର୍ତ୍ତୀ କିମ୍ବା ଫଟୋକୁ ସ୍ପର୍ଶ କରିବା ଏବଂ ପୂଜା କରିବା ଉଭୟ ଅପରାଧ ଅଟେ |
Image Source - Hindustan
  • ଘଣ୍ଟି ଶଙ୍ଖ ଆଦିର ଶବ୍ଦ କରି ପୂଜା କରିବା ମଧ୍ୟ ଭଗବାନ ସ୍ୱୀକାର କରନ୍ତି ନାହିଁ |
  • ଯଦି କିଏ ପୂଜା ପୂର୍ବରୁ କିମ୍ବା ପରେ ବ୍ୟର୍ଥ କଥାବାର୍ତ୍ତା ହୁଅନ୍ତି, ତ ତାର ପୂଜାକୁ ଭଗବାନ ସ୍ଵୀକାର କରନ୍ତି ନାହିଁ |
  • ଯଦି କେହି ଖାଇବା ପରେ ମୁହଁ ନ ଧୋଇ ପୂଜା କରନ୍ତି , ତ ତାର ପୂଜା ସ୍ୱୀକାର ନୁହେଁ |
Image Source - oldlighthousehotel.com
  • ଦୀପକୁ ସ୍ପର୍ଶ କରିବା ପରେ ହାତ ନ ଧୋଇ ଉପାସନା କରନ୍ତି, ତ ତା ପୂଜାକୁ ସ୍ଵୀକାର କରନ୍ତି ନାହିଁ 

Post a Comment

0 Comments