ପୂଜା ଗୃହରେ ଏପରି ଭୂଲ କରନ୍ତୁ ନାହିଁ

ପୂଜା ଗୃହରେ ଏପରି ଭୂଲ କରନ୍ତୁ ନାହିଁ 

Image Source - timesofindia.indiatimes.com

ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ମହତ୍ୱ ଅଛି | ସବୁଦିନ ଲୋକମାନେ ସକାଳେ ଏବଂ ସନ୍ଧ୍ୟାରେ ପୂଜା କରିଥାନ୍ତି । କିନ୍ତୁ କେତେକେ ଲୋକମାନେ ସବୁଦିନ ପୂଜା ପାଠ କରିବାସତ୍ୱେ ବି ତାଙ୍କୁ ଜୀବନରେ ଅସଫଳତା ହିଁ ମିଳିଥାଏ । ଏବଂ ଦରିଦ୍ରତା ତାଙ୍କ ପାଖ ଛାଡି ନଥାଏ | କିନ୍ତୁ କେବେ ଆପଣ ଭାବିଛନ୍ତି ଏହା କାହିଁକି ହୋଇଥାଏ ? ଏହା ଏଥିପାଇଁ ହୁଏକାରଣ ଜାଣିଶୁଣି କିମ୍ବା ଅଜଣାତାରେ ଆପଣମାନେ ପୂଜା ପାଠରେ କିଛି ଏମିତି ଭୁଲ କରିଦିଅନ୍ତି ଯାହାର ଫଳ ଆମକୁ ମିଳେ ନାହିଁ ।ଏବଂ ଆପଣଙ୍କର ଭକ୍ତିକୁ ଭଗବାନ ଗ୍ରହଣ କରନ୍ତି ନାହିଁ |

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି କିଛି ଜରୁରୀ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଧ୍ୟାନ ରଖିବେ ତେବେ ଆପଣଙ୍କର ପୂଜା ପାଠ ନିଶ୍ଚିତ ସଫଳ ହେବ |

  • ବହୁତ ଲୋକମାନଙ୍କୁ ଦେଖାଯାଇଛି କି ଯେତେବେଳେ ସେମାନେ ନିଜ ଘରେ ମନ୍ଦିରର ସ୍ଥାପନା କରିଥାନ୍ତି ସେତେବେଳେ ସେମାନେ ଯେ କୌଣସି ଦିଗରେ ବି କରିଦିଅନ୍ତି  । ଏହିଭଳି କରିବା ସମ୍ପୂର୍ଣ ରୁପେ ଭୁଲ ଅଟେ |
  • ମନ୍ଦିର ପାଇଁ ସବୁଠୁ ଉତ୍ତମ ସ୍ଥାନ ହେଉଛି ଉତ୍ତର ଦିଗ, ପୂର୍ବ ଦିଗ କିମ୍ବା ଉତ୍ତର ପୂର୍ବ ଦିଗ ବୋଲି କୁହାଯାଏ | ସେଥିପାଇଁ ଆପଣ ନିଜର ଘର ତିଆରି କରିବା ସମୟରେ ଏହି କଥାକୁ ଧ୍ୟାନରେ ରଖି  କରିବେ |
  • ଆପଣଙ୍କୁ ଏହି କଥା ପ୍ରତି ଧ୍ୟାନ ରଖିବାକୁ ପଡିବ ଯେତେବେଳେ ଆପଣ ନିଜର ମନ୍ଦିର ତିଆରି କରୁଛନ୍ତି ତେବେ ବାଥରୁମ ଏବଂ ମନ୍ଦିର କାନ୍ଥ ଗୋଟିଏ ହେବା ଉଚିତନୁହେଁ ।
  • କେତେକ ଘରେ ଦେଖାଯାଇଛି କି ପୂଜା ସ୍ଥାନ ନଥିବାରୁ ସେମାନେ ଭଗବାନଙ୍କୁ ରୋଷେଇ ଘରେ ରଖିଥାନ୍ତି । ପରନ୍ତୁ ବାସ୍ତୁ ଅନୁସାରେ ରୋଷେଇ ଘରେ ମନ୍ଦିର କରିବା ଅଶୁଭବୋଲି କୁହା ଯାଇଛି । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣ ବହୁତ ବଡ ଅସୁବିଧାରେ ପଡି ପାରନ୍ତି ।
  • ପୂଜା କରିବା ସମୟରେ ଭଗବାନଙ୍କର ମୂର୍ତ୍ତୀକୁ ଫୁଲ କିମ୍ବା ମାଳା ଅର୍ପଣ କରନ୍ତି । କିନ୍ତୁ ପ୍ରାୟତଃ ଲୋକମାନେ ଫୁଲ ଅର୍ପଣ କରିବା ସମୟରେ ଭଗବାନଙ୍କର ମୂର୍ତ୍ତୀର ମୁହଁକୁଘୋଡାଇ ରଖିଥାନ୍ତି । ଏହା ଏକ ବଡ ଭୁଲ ଅଟେ | ସେଥିପାଇଁ ଆପଣ ଏହି କଥା ପ୍ରତି ଧ୍ୟାନ ରଖିବେ |
  • ବାସି ଫୁଲକୁ ବି ଗୋଟିଏ ଦିନରୁ ବେଶୀ  ଘରେ ରଖନ୍ତୁ ନାହିଁ ନକରାତ୍ମକ ପ୍ରଭାବ ପଡିଥାଏ | 
  • ଘରେ ଭାଙ୍ଗି ଯାଇଥିବା ମୂର୍ତ୍ତି କିମ୍ୱା ଚିରିଯାଇଥିବା ଫୋଟୋ ରଖନ୍ତୁ ନାହିଁ | ଏହାକୁ  ମାନ୍ୟତା ଥିବା କୌଣସି ବହିଯାଇଥିବା ନଦୀ କିମ୍ବା ଝରଣାରେ ବିସର୍ଜନ କରି ଦିଅନ୍ତୁ |ଏହା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ | 
  • ଗୃହ ମଧ୍ୟରେ ଭଗବାନ ଶ୍ରୀ ଗଣେଶଙ୍କ 3 ଟି ଫଟୋରୁ ଅଧିକ,2ଟି ଶିବ ଲିଙ୍ଗ,2ଟି ଶଙ୍ଖ 2ଟି ସୂର୍ଯ୍ୟ ପ୍ରତିମା,3ଟି ଦେବୀ ପ୍ରତିମା,2ଟି ଗୋମତୀ ଚକ୍ର,2ଟି ଶାଳଗ୍ରାମ ଆଦି ପୂଜା କରନ୍ତୁ ନାହିଁ । ଯଦି ଅଛି, ତେବେ ତାହାକୁ ତୁରନ୍ତୁ ବାହାର କରି ଦିଅନ୍ତୁ । ଗୋଟିଏରୁ ଅଧିକ ମୂର୍ତ୍ତି ରଖିବା ଅଶୁଭ ଅଟେ |
  • ଆପଣ ନିଜ ଗୃହରେ ଭିତରେ ଦେବୀ ଦେବତାଙ୍କ ଫୋଟୋ ଲଗାଇ ପାରିବେ କିନ୍ତୁ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଯେ ଦେବୀ ଦେବତାଙ୍କ ମୁଖ ଭବନର ବାହାରେ ପଟରେ ରହିବା ଉଚିତ । ଭଗବାନ ଶ୍ରୀ ଗଣେଶଙ୍କ ମୁଖ ଭବନର ଭିତର ପଟକୁ ହିଁ ରଖନ୍ତୁ ।
  • ଠାକୁର ଘରେ ନଟରାଜ,କାଳୀ,ଶନି,ଭୈରବ,ରାହୁ,କେତୁ,ଦୁର୍ଗା ଏହି ଫଟୋ ରଖିବେ ନାହିଁ | ଦୁର୍ଗାମାତାଙ୍କ ହସ ଫଟୋ ଏବଂ ରହୁ,କେତୁ ନବଗ୍ରହ ସହ ପୂଜା ପାଇପାରିବେ |
  • ଗଣେଷ,ଲକ୍ଷ୍ମୀ, ସରସ୍ୱତୀ /ଗଣେଶ ,ଲକ୍ଷ୍ମୀ, ବିଷ୍ଣୁ ଏପରି ସରଳ ରେଖାରେ ଥିବା ଫୋଟୋ ପୂଜା କରନ୍ତୁ | ସବୁବେଳେ ବସିଥିବା ଠାକୁର ହିଁ ପୂଜା କରନ୍ତୁ |
  • ଘରେ ଶିବଲିଙ୍ଗ ପୂଜା କଲେ ସବୁବେଳେ ଧ୍ୟାନ ରଖିବେ ଯେ କାଣୀଅଙ୍ଗୁଠିରୁ ବଡ଼ ଲିଙ୍ଗ ହେବା ଉଚିତ ନୁହେଁ  | ମୂର୍ତ୍ତୀ 3 ଆଙ୍ଗୁଳୀରୁ ବଡ଼ ହେବ ନାହିଁ  ,ଫଟୋ 1ଫୁଟରୁ ବି ବଡ଼ ହୋଇପାରିବ | 
  • ବଡ଼ ମୂର୍ତ୍ତୀ ଘରେ ପୂଜା କଲେ ପ୍ରାଣ ପ୍ରତିଷ୍ଠା କରି 2ଥର ଭୋଗ ଏବଂ ଆରତୀ କରିବାକୁ ପଡିବ | 
  • ଫୋଟ କୁ କେବେବି କଣ୍ଟାରେ ଓହ୍ଲାଇ ରଖନ୍ତୁ ନାହିଁ ଏବଂ ଥାକ କରି ତଳକୁ ତଳ ରଖନ୍ତୁ ନାହିଁ |
  • ପୂଜା ସ୍ଥଳୀରେ ମୃତବ୍ୟକ୍ତି ଫଟୋ ଏବଂ ଦୀକ୍ଷା ନେଇ ପୂଜା କରୁଥିବା ବାବାଙ୍କ ଫଟୋ ରଖନ୍ତୁ ନାହିଁ | ଅଲଗା ସ୍ଥାନର ରଖି ପୂଜା କରନ୍ତୁ | 

Post a Comment

0 Comments