ପିଲାଙ୍କ ଅଧୟନ କକ୍ଷ

ପିଲାଙ୍କ ଅଧୟନ କକ୍ଷ


Image Source - Flowvella.com  

Image Source - Pinterest .com 

  • ଘର ନିର୍ମାଣ କରିବା ସମୟରେ ଧ୍ୟାନ ଦେବେ ଯେମିତି ପିଲାଙ୍କ ପାଇଁ କରିଥିବା ଅଧୟନ କକ୍ଷ ପୂର୍ବ ଓ ଉତ୍ତର କୋଣରେ ହୋଇଥିବ | ଯଦି ଏମିତି କରିବା ସମ୍ଭବ ହେଉ ନାହିଁ ତେବେ କେବଳ ଉତ୍ତର ଦିଗରେ ମଧ୍ୟ କରିପାରିବେ | 
  • କାରଣ ଏହି ଭାଗରେ ବୁଧ,ଶୁକ୍ର,ବୃହସ୍ପତି  ଓ ଚନ୍ଦ୍ର ଗ୍ରହଙ୍କ ନିୟନ୍ତ୍ରଣାଧୀନ | ବୁଧ ଧୀ ଶକ୍ତି, ବୃହସ୍ପତି ଶିକ୍ଷା, ଶୁକ୍ର ପରିଶ୍ରମ କରିବାକୁ ଶକ୍ତି ଓ ଚନ୍ଦ୍ର ଗ୍ରହ ଶୀତଳ ସ୍ଵଭାଵ ପ୍ରବୃତ୍ତି ପ୍ରଦାନ କରିବା ଯୋଗୁଁ , ଛାତ୍ର ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିଥାଏ |
  • କିନ୍ତୁ ସେହି କକ୍ଷର ଦ୍ୱାର ପୂର୍ବ,ଉତ୍ତର, କିମ୍ବା ପଶ୍ଚିମ ଦିଗକୁ କରିବେ କିନ୍ତୁ ଅଗ୍ନି, ନୈଋତ କିମ୍ବା ବାୟୁ କୋଣରେ ରହିବ ଅନୁଚିତ ।
  • ଛାତ୍ର ପଢିବା ସମୟରେ ପୂର୍ବ କିମ୍ବା ଉତ୍ତରକୁ ମୁହଁ କରି ପଢିବା ଉଚିତ | 
  • ବହି ରଖିବା ପାଇଁ ଆଲମିରା ପୂର୍ବ କିମ୍ବା ଉତ୍ତର କାନ୍ଥରେ ରହିବ ଉଚିତ କିନ୍ତୁ ଅଗ୍ନି କିମ୍ବା ନୈଋତ କୋଣରେ ରହିବ ଅନୁଚିତ |
  • ଶୋଇବା ପାଇଁ ଖଟକୁ ଦକ୍ଷିଣ-ପଶ୍ଚିମ କୋଣରେ ପକାଇବା ଉଚିତ , କିନ୍ତୁ କୌଣସି  କାନ୍ଥକୁ ସ୍ପର୍ଶ କରିବା ଅନୁଚିତ |
  • ଛାତ୍ରର ପ୍ରିୟ ଠାକୁରଙ୍କର ଫଟୋଚିତ୍ରକୁ ଗୃହର ଐଶାନ୍ୟ କୋଣର ପୂର୍ବ ଭାଗରେ ରହିବ ଉଚିତ |
  • ଗୃହ ମଧ୍ୟରେ କମ୍ପୁଟର ଦକ୍ଷିଣ-ପୂର୍ବ  କିମ୍ବା ଉତ୍ତର -ପଶ୍ଚିମ ଭାଗରେ ରହିବ ବିଧେୟ |
  • ପଢିବା ଟେବୁଲ ଉପରେ ଛାତ୍ରର ସମ୍ମୁଖରେ ଘଣ୍ଟା ରହିବା ଅନୁଚିତ | 
  • ପିଲାଙ୍କ ପଢିବା ଘରର ରଙ୍ଗ ମଧ୍ୟ ବହୁତ ମହତ୍ୱ ପୂର୍ଣ୍ଣ ଅଟେ। ସେଥିପାଇଁ ସେହି ରୁମର ପର୍ଦା ଓ କାନ୍ଥର ରଙ୍ଗ ସବୁଜ ରଖନ୍ତୁ ।ଏହା ଦ୍ୱାରା ସେମାନଙ୍କର ଏକାଗ୍ରତା ବୃଦ୍ଧି ପାଇବ। ହଳଦୀ ରଙ୍ଗ ମଧ୍ୟ ଦେଇପାରିବେ ଏହା ଏନର୍ଜି ଦେଇଥାଏ ଆଗକୁ ବଢିବାର |
  • ଘର ତିଆରି କରିବା ସମୟରେ ଏହି କଥା ମଧ୍ୟ ଧ୍ୟାନରେ ରଖିବେ ଯେ ବାଥରୁମ କେବେବି ପିଲାମାନଙ୍କର ସୟନ କକ୍ଷ ବା ଅଧୟନ କକ୍ଷ ଉପରେ କରିବେ ନାହିଁ | ଏହା ଦ୍ୱାରା  ଘରକୁ ନକାରାତ୍ମକ ଉର୍ଜା ଆସିଥାଏ ଯାହାର ପ୍ରଭାବ ପିଲାମାନଙ୍କ  ଉପରେ ପଡିଥାଏ।
  • ଏହା ବ୍ୟତୀତ ବାଥରୁମ ପିଲାଙ୍କ ଷ୍ଟଡି ଟେବୁଲ ସାମନାରେ କି ଶୋଇବା ଶେଯ ସାମନ୍ନା ରେ ରଖିବେ ନାହିଁ। ଯଦି ଏମିତି ହୁଏ ତେବେ ବାଥୁମର କବାଟ ସର୍ବଦା ବନ୍ଦ ରଖିବେ।
  • କେବଳ ଦିଗ ନୁହେଁ ଆକାର ମଧ୍ୟ ବହୁତ ମହତ୍ୱପୂର୍ଣ୍ଣ  ଅଟେ । ଏହାର ଚାରିଦିଗ ସମାନ ହେବା ଆବଶ୍ୟକ, ଏହା ଦ୍ୱାରା ଚାରିପାର୍ଶ୍ଵରୁ ମିଳୁଥିବା ଉର୍ଜାକୁ ଏହା ସନ୍ତୁଳିତ କରିଥାଏ।
  • ପିଲାଙ୍କ ଅଧୟନ କକ୍ଷରେ ବନ୍ଦ ଥିବା ଡଷ୍ଟବିନ ରଖିବା ଉଚିତ |






ଘରେ ଖୁସିର କଥା ହେଉ କିମ୍ବା ଆମଦାନୀର କଥା,ବାସ୍ତୁ ଠିକ୍ ହେବା ଆବଶ୍ୟକ ହୋଇଥାଏ। ଏହା ସହିତ ଘରେ ପିଲାର ପାଠପଢ଼ା ସନ୍ଦର୍ଭରେ ମଧ୍ୟ ବାସ୍ତୁର ପ୍ରଭାବ ରହିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ପିଲାର ପାଠପଢ଼ା ଘରର ପୂର୍ବ,ଉତ୍ତର କିମ୍ବା ଉତ୍ତର-ପୂର୍ବରେ ହେବା ଉଚିତ୍। ଏହା ଧ୍ୟାନ ରଖିବା ଉଚିତ୍ ଯେ ଏଠାରେ କୌଣସି ନ ଖମ୍ବ ନ ରହୁ।

ପିଲାଙ୍କ ରୁମରେ ଷ୍ଟଡି ଟେବୁଲରେ କିମ୍ବା ସାମନାରେ ଦର୍ପଣ ଅର୍ଥାତ୍ କାଚ ଲଗାଇବା ଅନୁଚିତ୍। ଏହା ସହିତ ପାଠପଢ଼ା ଟେବୁଲରେ ଜରୁରୀ ଜିନିଷ ରଖିବା ଉଚିତ୍।

ପୁସ୍ତକ,ଖାତା ଆଦି ରୁମର ଦକ୍ଷିଣ,ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ୍ ଏବଂ ଏଗୁଡ଼ିକ ରଖାଯାଉଥିବା ଆଲମାରିର ଥାକ ଖୋଲା ରଖିବା ଅନୁଚିତ୍। ଏହା ଦ୍ବାରା ପିଲାଙ୍କ ଏକାଗ୍ରତା କମିଯାଇଥାଏ।

ପାଠପଢ଼ା ସମୟରେ ମୁହଁକୁ ପଶ୍ଚିମ ଏବଂ ଉତ୍ତର ଦିଗ ଆଡ଼କୁ ମଧ୍ୟ ରଖା ଯାଇ ପାରିବ। କିନ୍ତୁ ଏହି ଦିଗରେ ପାଠର ଫଳ ଏତେ ଭଲ ମିଳିନଥାଏ।

ପାଠପଢ଼ା ସମୟରେ ଦକ୍ଷିଣ ଆଡ଼କୁ ମୁହଁ କରନ୍ତୁ ନାହିଁ। କାରଣ ଏହା ଦ୍ବାରା ସେମାନଙ୍କଠାରେ ଅଗ୍ନି ତତ୍ତ୍ବର ପ୍ରଧାନତା ହୋଇ ଯାଇଥାଏ ଯାହା ଦ୍ବାରା ସେମାନେ ଉଦଣ୍ଡ ଏବଂ ଅନୁଶାସନହୀନ ହୋଇଯାଆନ୍ତି।






Post a Comment

0 Comments