ଚୋପା ଥିବା ବାଦାମ ଖାଇଲେ ସେତେ ଫାଇଦା ହୋଇନଥାଏ, ଯେତିକି ଫାଇଦା ଚୋପା ନ ଥିବା ବାଦାମ ଖାଇଲେ ମିଳିଥାଏ । ଏହାର ପ୍ରମୁଖ କାରଣ ହେଉଛି ଚୋପା ସହ ବାଦାମ ଖାଇଲେ ଆପଣଙ୍କ ପୋଷଣରେ ଅସୁବିଧା ସୃଷ୍ଟି କରିଥାଏ | ବାଦାମର ଚୋପାରେ ଟେନିନ୍ ନାମକ ଗୋଟିଏ ତତ୍ତ୍ୱ ରହିଥାଏ ଯାହା ପୋଷଣ ତତ୍ତ୍ୱର ଅବଶୋଷଣକୁ ଅବରୋଧ କରିଥାଏ | ଯଦି ଆପଣ ଶୁଖିଲା ବାଦାମ ଖାଇବାକୁ ଚାହାଁନ୍ତି ତେବେ ଏହାର ଚୋପା ବାହାର କରିବା ସାମାନ୍ୟ କଷ୍ଟକର ହୋଇଥାଏ । ଯେତେବେଳେ କି ପାଣିରେ ବତୁରା ହୋଇଥୁବା ବାଦାମର ଚୋପା ସହଜରେ ବାହାରି ଯାଏ | ଚୋପା ବାହାର କରି ବାଦାମ ଖାଇଲେ ସେଥିରେ ସମ୍ପର୍ଣ୍ଣ ପୋଷଣ ମିଳିଥାଏ, ଯେତେବେଳେ କି ଚୋପା ଥିବା ବାଦାମ ଖାଇଲେ ମିଳି ନଥାଏ | ଏଥିପାଇଁ ଶୁଖୁଲା ବାଦାମ ଖାଇବା ବଦଳରେ ବଢୁରା ହୋଇଥିବା ବାଦାମ ଖାଇଲେ ଅଧିକ ଫାଇଦା ହୋଇଥାଏ |
- ବତୁରା ହୋଇଥିବା ବାଦାମ ଖାଇଲେ ପାଚନ କ୍ରିୟାର ସନ୍ତୁଳନ ଠିକ ରେ ରହିଥାଏ ।
- ଏଥିରେ ଭରପୁର ମାତ୍ରାରେ ଆଣ୍ଟି - ଆକ୍ସିଡେଣ୍ଟ ଥାଏ ଯାହାକି ବଢୁଥିବା ବୟସ କୁ ନିୟନ୍ତ୍ରଣ କରିଥାଏ |
- ଏହା ରକ୍ତର ଚାପ କୁ ନିୟନ୍ତ୍ରଣ କରିଥାଏ |
- ବାଦାମ ଖାଇବା ଦ୍ୱାରା ଭଲ କୋଲେଷ୍ଟ୍ରଲ ବଢିଥାଏ ଓ ଖରାପ କୋଲେଷ୍ଟ୍ରଲ କମିଥାଏ ।
- ବତୁରା ହୋଇଥିବା ବାଦାମ ଆଖି ପାଇଁ ବହୁତ ଉପଯୋଗୀ ଅଟେ ଓ ମସ୍ତିଷ୍କ ପାଇଁ ମଧ୍ୟ ବହୁତ ଲାଭ ଦାୟକ ଅଟେ |
ଆପଣଙ୍କୁ କହିବାକୁ ଯାଉଛୁ ଯେ ବାଦାମ କେଉଁ ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କାହା ପାଇଁ ନୁହେଁ | କହିବାକୁ ଗଲେ ଓଦା ବାଦାମର ବ୍ୟବହାର କରିବା ଦ୍ୱାରା ଏହା ବେଶି ଲାଭଦାୟକ ରହିବ କାରଣ ଏହା ଜଲ୍ଦି ହଜମ ହୋଇଯାଇଥାଏ |
ସ୍ମରଣ ଶକ୍ତି :
ବାଦାମ ସବୁଠୁ ବେଶି ଦରକାରୀ ଅଟେ ଯେଉଁ ମାନଙ୍କର ସ୍ମରଣଶକ୍ତି କାମ ଅଟେ | ବାଦାମରେ ଭିଟାମିନ E ମିଳିଥାଏ ଯାହା ସ୍ମରଣ ଶକ୍ତି ପାଇଁ ବହୁତ ଭଲ ହୋଇଥାଏ |ଓଜନ ହ୍ରାସ କରିବା :
ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଛନ୍ତି ତେବେ ଆପଣ ବାଦାମ ଖାଇ ଉଚିତ | ବାଦମ ଖାଇବା ଦ୍ୱାରା ଆପଣଙ୍କର ଓଜନ କମ ହୋଇଥାଏ କିନ୍ତୁ ଆପଣଙ୍କ ଶରୀରର ଶକ୍ତି କମ ହୋଇ ନଥାଏ |
ଆଖି ତଳେ କଳା ଦାଗ :
ଯଦି ଆପଣଙ୍କର ଆଖି ତଳେ କଳାଦାଗ ଅଛି ତେବେ ଆପଣ ସବୁଦିନ ବାଦାମ ଖାଇବା ଉଚିତ | ବାଦାମ ଖାଇବା ଦ୍ୱାରା ଆପଣଙ୍କର ଆଖିର କଳାଦାଗ ଧୀରେ ଧୀରେ ଶେଷ ହୋଇଯିବ କିମ୍ବା ଆପଣ ବାଦାମର ତେଲ ସେହି କଳାଦାଗ ଉପରେ ମଧ୍ୟ ମାରି ପାରିବେ ଏବଂ ଏହି ତେଲକୁ ଆପଣ ଚୁଟିରେ ମଧ୍ୟ ଲଗାଇ ପାରିବେ |କୋଲେଷ୍ଟ୍ରଲ :
BP ସମସ୍ୟାର ରହିଥିବା ଲୋକମାନଙ୍କ ପାଇଁ ବାଦାମକୁ ସବୁଦିନ ଖାଇବା ବହୁତ ଲାଭଦାୟକ ହୋଇଥାଏ | ବାଦାମ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଲେବୁଲ ନିୟନ୍ତ୍ରିତ ରହିଥାଏ | ଏହା ସହିତ ଏହା ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିବାର ସାହାଯ୍ୟ କରିଥାଏ |
ପେଟ ବ୍ୟଥା :
ଯଦି ଆପଣଙ୍କର ପେଟ ବ୍ୟଥା ଅଛି ତେବେ ଆପଣ ନିତିଦିନ ବାଦାମ ଖାଇବା ଉଚିତ | ଏଥିରେ ଭାରି ମାତ୍ରରେ ଫାଇବର ମିଳିଥାଏ ଯାହା ପାଚନ ତନ୍ତ୍ରକୁ ଅଟକାଇଥାଏ । ଅଧିକ
ସେବନ କରିବା ଉଚିତ ନୁହେଁ ।
ମୈଂଗନୀଜ ଡାଇଟ :
ଯଦି ଆପଣ ପୂର୍ବରୁ ହିଁ ମୈଙ୍ଗନୀଜ ଡାଇଟରେ ଅଛନ୍ତି ତେବେ ବାଦାମର ସେବନ କରନ୍ତୁ ନାହିଁ | କହିବାକୁ ଗଲେ ବାଦାମରେ ପୂର୍ବରୁ ହିଁ ବହୁତ ମୈଙ୍ଗନୀଜ ଅଛି |ଏହା ଦ୍ୱାରା ଆପଣଙ୍କର ଶରୀର ଖରାପ ମଧ୍ୟ ହୋଇପାରେ |
ଭିଟାମିନର ମାତ୍ରା କମ ରଖିବା :
ଆମର ଶରୀରରେ ସବୁଦିନ ପାଖାପାଖି ୧୫ ଗ୍ରାମ ଭିଟାମିନ E ଦରକାର ହୋଇଥାଏ | ଯଦି ବହୁତ ବେଶୀ ବାଦାମ ଖାଇ ଦେଉଛନ୍ତି ତେବେ ଆପଣଙ୍କ ଶରୀରରେ ଭିଟାମିନର ମାତ୍ରା ବଢିଯିବ ଯାହା ଫଳରେ ଥଣ୍ତା ହେବା, ପେଟ ଫୁଲିବା, ମୁଣ୍ତ ବ୍ୟଥା ଏବଂ ଚକ୍କର ଆସିବା ଭଳି ସମସ୍ୟା ହୋଇପାରେ ।



0 Comments
Do you have any doubts or suggestions? Ask them here in the comments!