କିଛି ଗଛର ମହତ୍ତ୍ୱ

କିଛି ଗଛର ମହତ୍ତ୍ୱ

କେତେକ ଗଛ ଘର ଚାରିପାଖରେ ରହିଲେ ଶୁଭ ହୋଇଥାଏ । ଦୁଃଖ ଶୋକ ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏବେ ଜାଣିବା ସେହି ଗଛଗୁଡ଼ିକୁ ଘରର କେଉଁ ଦିଗରେ ଓ କୋଣରେ ଲଗାଇବା ଦରକାର । କେଉଁ ବୃକ୍ଷକୁ ପୂଜାକଲେ କଣ ସୁଫଳ ମିିଳେ ଏବଂ କେଉଁ ବାଧାରୁ ମୁକ୍ତି ମିଳେ ଆସନ୍ତୁ ଜାଣିବା ...

ତୁଳସୀ ଗଛ:

Image Source - YouTube

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମା ଲକ୍ଷ୍ମୀ ମାନିଥାନ୍ତି । ତୁଳସୀ ଗଛ ପୂଜା କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବଜାୟ ରହିଥାଏ | ଯେଉଁ ଘରେ ନିତ୍ୟ ତୁଳସୀ ଗଛ ପୂଜା କରାଯାଏ, ସେହି ଘରେ ବିିଷ୍ଣୁଙ୍କର ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସଧବା ନାରୀମାନେ ନିତ୍ୟ ତୁଳସୀ ପୂଜା କଲେ ଅଖଣ୍ତ ସୌଭାଗ୍ୟବତୀ ହୁଅନ୍ତି । ତୁଳସୀ ଗଛକୁ ପୂର୍ବଦିଗରେ ଲଗାନ୍ତୁ ଯଦି ଘରର ବାସ୍ତୁଦୋଷ ରହିଥାଏ ତେବେ ଅଗ୍ନି କୋଣରେ ଲଗାଇ ପାରିବେ । ଦକ୍ଷିଣ ଦିଗରେ ଲଗାଇବା ଅନୁଚିତ । ରବିବାର ଦିନ କୁ ଛାଡି ଅନ୍ୟ ସବୁ ଦିନ ସନ୍ଧ୍ୟାରେ ଘିଅ ଦୀପ ଦେଲେ ମାଁ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ।

ଅଁଳା ଗଛ:

Image Source - Suvichar Hindi

ଘରର ଉତ୍ତର ଓ ପୂର୍ବ ଦିଗରେ ଅଁଳା ଗଛ ଲଗାଇଲେ ଶୁଭ । ଏହି ଗଛକୁ ପୂଜା କଲେ ମନୋସ୍କାମନା ପୂର୍ଣ୍ଣ ହୁଏ | ଅଁଳା ଗଛରେ ସବୁ ଦେବାଦେବୀ ବାସ କରିଥାନ୍ତି | କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଅଅଁଳା ଗଛରେ ବାସ କରନ୍ତି | ଅଁଳା ଗଛକୁ ପୂଜା କଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ଓ ଉତ୍ତର ଦିଗରେ ଥିଲେ ଘରେ ସୁଖ ଶାନ୍ତି ବଢେ। ଏହି ବୃକ୍ଷକୁ ଘରେ ଲଗେଇଲେ ଗୃହରେ ମା ଲକ୍ଷ୍ମୀଙ୍କ ବାସ ରୁହେ ବୋଲି ବିଶ୍ଵାସ ରହିଛି ।

ବର ଗଛ:

Image Source - Amazon

ବର ଗଛକୁ ବଟ ବୃକ୍ଷ ମଧ୍ୟ କୁହାଯାଏ। ଏହି ଗଛ ଅତ୍ୟନ୍ତ ପବିତ୍ର । ମହିଳାମାନେ ଏହି ଗଛକୁ ପୂଜାକଲେ ଅଖଣ୍ତ ସୌଭାଗ୍ୟ ପ୍ରାପ୍ତି ହୁଏ। ଏହି ବୃକ୍ଷ ଧନର ଦେବତା କୁବେରଙ୍କ ପ୍ରତୀକ ଅଟେ |

ବେଲ ଗଛ:

Image Source - Shree Jagannath Astro Research

ବେଲ ପତ୍ର ଭଗବାନ ଶିବଙ୍କର ଅତି ପ୍ରିୟ ଏବଂ ମହାଦେବ ଶିବଙ୍କୁ ଅର୍ପଣ କରାଯାଏ | ଶିବଜି ଏହି ଗଛରେ ବାସ କରନ୍ତି | ବେଲ ଗଛ ପୂଜା କଲେ ଚାକିରିରେ ଉନ୍ନତି ହୋଇଥାଏ | ଭୂତ ପିଶାଚଙ୍କ ଭୟ ଦୂର ହୁଏ | ସବୁଦିନ ସକାଳ ଓ ସନ୍ଧ୍ୟା ରେ ବେଲ ଗଛ ଦର୍ଶନ କରିବା ଦ୍ୱାରା ବାହାରକୁ ଯିବା ଆସିବା ବେଳେ ହୋଇଥିବା ପାପ ଦୂର ହୁଏ | ବେଲଗଛ ଲଗାଇବା ଦ୍ୱାରା ବଂଶ ବୃଦ୍ଧି ହୋଇଥାଏ କିନ୍ତୁ ଏହାକୁ ନଷ୍ଟ କଲେ ନଷ୍ଟ କରିଥିବା ବ୍ୟକ୍ତିଙ୍କୁ ଘୋର ପାପ ଲାଗିଥାଏ | 

ଲାଲ ଚନ୍ଦନ ଗଛ:

Image Source - India Mart

Image Source - Gardening Know How

ଲାଲ ରଙ୍ଗ ସୂର୍ଯ୍ୟଙ୍କ ପ୍ରିୟ , ଏଣୁ ସୂର୍ଯ୍ୟ ସମ୍ବନ୍ଧୀୟ ଗ୍ରହ ଦୋଷ ଥିଲେ ଲାଲ ଚନ୍ଦନ ଗଛ ବିଧି- ବିଧାନ ସହ ପୂଜା କରନ୍ତୁ । ଏହି ଗଛକୁ ପୂଜା କଲେ ଚାକରିରେ ପଦୋନ୍ନତି ଶୀଘ୍ର ହୋଇଥାଏ ।

କଦଳୀ ଗଛ:

Image Source - Creative Market

କଦଳୀ ଗଛକୁ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଏ । ଏହା ଅତ୍ୟନ୍ତ  ଶୁଭପ୍ରଦ ବୋଲି ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ । ଗୁରୁବାର ଦିନ ଏହି ଗଛକୁ ପୂଜା କରାଯାଏ । କୁଣ୍ଣଳୀରେ ଗୁରୁ ଦୋଷ ଥିଲେ କଦଳୀ ଗଛ ପୂଜା କଲେ ଅନେକ ଲାଭ ମିଳିଥାଏ | ଏହି ଗଛକୁ ପୂଜା କଲେ ବିବାହ ଯୋଗ ଶୀଘ୍ର ଫିଟିଥାଏ | ଏହି ଗଛକୁ ଇଶାଣ କୋଣରେ ଲଗାଇବା ଦରକାର, ଧନର ବୃଦ୍ଧି ହୋଇଥାଏ । କଦଳୀ ଗଛ ସହ ତୁଳସୀ ଗଛ ମିଶାଇ ଲଗାଇଲେ ଶୁଭ ହୋଇଥାଏ | କୁହାଯାଏ କଦଳୀ ଗଛ ମୂଳେ ପାଠ ପଢିଲେ ଶୀଘ୍ର ମାନେ ରହେ | 

ଓସ୍ତ ଗଛ:

Image Source - Osho News

ଓସ୍ତ ଗଛକୁ ପୂଜା କଲେ ଶନି ଦୋଷ ଓ ଶତ୍ରୁଙ୍କ କବଳରୁ ମୁକ୍ତି ମିଳିଥାଏ | ଏବଂ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ଲାଭ ହୋଇଥାଏ । ଧନର ଦେବତା କୁବେର ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ।

ଶମୀ ଗଛ : 

Image Source - Flickr

ଏହି ଗଛକୁ ଘରର ମୁଖ୍ୟ ଦ୍ଵାରର ବାମ ପାର୍ଶ୍ୱରେ ଲଗାଇବା ଶୁଭ | ଶନିଦେବଙ୍କ କୃପା ପାଇବା ପାଇଁ ଶମୀଗଛର ପୂଜା-ଉପାସନା କରାଯାଏ | ଶମୀ ଗଛ ତଳେ ସୋରିଷ ତେଲର ଦୀପ ଦେବା ଦ୍ୱାରା ଶନିଙ୍କର ପ୍ରକୋପ ଓ ପୀଡା କମ ହୋଇଥାଏ | ବିଜୟାଦଶମୀ ଦିନ ଶମୀବୃକ୍ଷର ପୂଜା କଲେ ଧନ ସମ୍ବନ୍ଧୀୟ ଅଭାବ ରହିଥାଏ । ଏହି ଗଛକୁ ଘରୁ ବାହାରିବା ସମୟରେ ଡାହାଣ ପାର୍ଶ୍ଵରେ ଯେପରି ରହିବ ।

ଅଶ୍ଵଗନ୍ଧା :

Image Source - Agri Farming

ଏହି ଗଛକୁ ଘରେ ଲଗାଇବା ଦ୍ବାରା ବାସ୍ତୁ ଦୋଷ କଟିଯାଇଥାଏ । ଅଶ୍ଵଗନ୍ଧା ଏକ ଆୟୁର୍ବେଦିୟ ବୃକ୍ଷ ।

ଅଶୋକ ବୃକ୍ଷ :

Image Source - Lawns And Landscapes

ଅଶୋକ ବୃକ୍ଷ ଘର ଅଗଣାରେ ରହିଲେ ପରିବାର ମଧ୍ୟରେ ଭଲପାଇବା ରହେ ।

ମନ୍ଦାର ଗଛ :

Image Source - Wikipedia

ଘରର ଯେ କୌଣସି ସ୍ଥାନରେ ଲଗାଇ ପାରିବେ, କିନ୍ତୁ ଧ୍ୟାନ ଦେବେ ଏହି ଗଛରେ ପ୍ରଚୁର ଖରା ପଡ଼ିବା ଦରକାର । ହନୁମାନ ଓ ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରୁଥିବା ବ୍ୟକ୍ତିଙ୍କ ଜୀବନରେ ସବୁ କଷ୍ଟ ଦୂର ହୋଇଯାଇଥାଏ ।

ନଡ଼ିଆ ଗଛ :
Image Source - Lars Sudmann

ନଡ଼ିଆ ଗଛ ଘରେ ଲଗାଇବା ଦ୍ୱାର ଘରର ସମ୍ମାନ ବୃଦ୍ଧି ପାଇଥାଏ । 

ନିମ ଗଛ :

Image Source - Amazon

ଘରର ବାମ କୋଣରେ ଏହି ଗଛ ରହିବା ଶୁଭ ହୋଇଥାଏ । ସବୁ ଲୋକ ଘରେ ନିମ ଗଛ ଲଗାଇବାକୁ ପସନ୍ଦ କରିନଥାନ୍ତି କିନ୍ତୁ ଘର ଅଗଣାରେ ରହିଲେ ଶୁଭ ହୋଇଥାଏ । ଯେଉଁ ଲୋକ ୭ଟି ନିମ ଗଛ ଲଗାଇଥାନ୍ତି ମୃତ୍ୟୁ ପରେ ସେମାନେ ଶିବଲୋକ ଗମନ କରିଥାନ୍ତି ଓ ୩ଟି ଲଗାଇଥିବା ଲୋକ ଶହେ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟ ଲୋକ ରେ ଶୁଭ ଭୋଗ କରିଥାନ୍ତି ।

Post a Comment

0 Comments