କାଜୁ ଖାଇବାର ଫାଇଦା

କାଜୁ ଖାଇବାର ଫାଇଦା 



Image Source - IndiaMART

କାଜୁକୁ ଡ୍ରାଏଫ୍ରୁଟ ର ବାଦଶାହ କୁହାଯାଏ । କାଜୁ ଟିକେ ମହଙ୍ଗା ମିଳିଥାଏ ସତ କିନ୍ତୁ ଏହାକୁ ଖାଇବା ଦ୍ୱାରା ବହୁତ ଲାଭ ମିଳିଥାଏ | କାଜୁର ପ୍ରୟୋଗ ମିଠା ତିଆରୀରେ ମଧ୍ୟ
କରାଯାଇଥାଏ | ଏହା ବ୍ୟତୀତ ବହୁତ ଖାଦ୍ୟରେ ମଧ୍ୟ ଗ୍ରେଭି କରିବା ପାଇଁ ଉପଯୋଗ କରାଯାଏ | ଏଥିରୁ ଖାଦ୍ୟର ସ୍ୱାଦ ବଢିଯାଇଥାଏ । କାଜୁ ଖାଇବା ଦ୍ୱାରା ଶରୀରର ରୋଗ ଦୂର ହୋଇଥାଏ ଓ ଏହା ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇଥାଏ | ଆଜି ଆମେ କାଜୁ ଖାଇବାର ଲାଭ ଓ କ୍ଷତି ଆପଣଙ୍କୁ ଜଣାଇବୁ । 

କାଜୁ ଖାଇବାର ଲାଭ

  • କାଜୁର ଭିଟାମିନ E ପ୍ରଚୁର ମାତ୍ରାରେ ମିଳିଥାଏ ଯାହା ଆଣ୍ଟିଏଜିଙ୍ଗର କାମ କରିଥାଏ |
  • କାଜୁ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜ୍ମ ଠିକ ରହିଥାଏ ଓ ହାର୍ଟ ରୋଗ ବି ଦୂର ହୋଇଥାଏ |
  • କାଜୁରେ ମ୍ୟାଗ୍ନେସିୟମ,ପୋଟାସିୟମ,କପର, ଜିଙ୍କ,ଆଇରନ, ସିଲିନିୟମ ଭଳି  ମିନେରାଲ ମିଳିଥାଏ ଯାହା କାଜୁର ଗୁଣକୁ ଦର୍ଶାଇଥାଏ |
  • କାଜୁ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ ଲେବୁଲ କଣ୍ଟ୍ରୋଲରେ ରହିଥାଏ କାରଣ ଏଥିରେ ପ୍ରୋଟିନ ଅଧିକ ରହିଥାଏ ଓ ଏହା ସହଜରେ ହଜମ ମଧ୍ୟ ହୋଇଥାଏ |
  • ଏଥିରେ ଆଇରନ ବି ପ୍ରଚୁର ମାତ୍ରାରେ ମିଳିଥାଏ | ଏହାକୁ ଖାଇବା ଦ୍ୱାରା ରକ୍ତର ଅଭାବ ମଧ୍ୟ ଦୂର ହୋଇଥାଏ |
  • କାଜୁ ଖାଇବା ଦ୍ୱାରା ଦାନ୍ତ ମଜଭୁତ ଓ ଦାନ୍ତ ମାଢି ସୁସ୍ଥ ରହିଥାଏ |
  • ପ୍ରତିଦିନ 2 ଓ 3 ଟି କାଜୁର ସେବନ ଦ୍ୱାରା ଆପଣଙ୍କ କିଡ଼ନୀ ଓ ଲିଭର କୁ ଲାଭ ମିଳିଥାଏ |
  • କାଜୁ ଖାଇବାଦ୍ୱାରା ଆପଣଙ୍କ ଡାଇଜେଷ୍ଟିଭ ସିଷ୍ଟମ ବି ସୁସ୍ଥ ରହିଥାଏ |   
  • କାଜୁରେ ପ୍ରୋଟିନ ଅଧିକ ମାତ୍ର ରେ ଥିବାରୁ ଏହାର ସେବନ ଦ୍ୱାରା ବାଳ ଓ ସ୍କିନ ହେଲଦି ହୋଇଥାଏ |
  • ଶୁଖିଲା କାଜୁର ସୋଡିୟମ କମ ମାତ୍ରାରେ ଥାଏ ଓ ପୋଟାସିୟମ ଅଧିକ ମାତ୍ର ଥାଏ ଯାହା ଦ୍ୱାରା ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ରେ ରହିଥାଏ |
  • କାଜୁରେ ଭିଟାମିନ B ଅଧିକ ମାତ୍ରାରେ ମିଳିଥାଏ | ଖାଲି ପେଟରେ କାଜୁ ଖାଇ ମହୁ ପିଇବା ଦ୍ୱାରା ସ୍ମରଣ ଶକ୍ତି ବଢି ଥାଏ |
  • କାଜୁର ନିୟମିତ ସେବନ ଦ୍ୱାରା ବାଳ ଲମ୍ବା,ଗହଳ,ମଜବୁତ ଓ ଚମକଦାର ହୋଇଥାଏ ଓ ବାଳ ଝଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ | 

କାଜୁ ଖାଇବାର କ୍ଷତି 

  • 2-3 କାଜୁ ପ୍ରତିଦିନ ଖାଇବା ଦ୍ୱାରା ବିପି କଣ୍ଟ୍ରୋଲ ରେ ରହିଥାଏ କିନ୍ତୁ ଅଧିକାଂଶ ଲୋକ ବଜାରରେ ମିଳୁଥିବା ନମକିନ ଵାଲା କାଜୁ ଖାଇଥାନ୍ତି କିନ୍ତୁ ହାଇ ବ୍ଲଡପ୍ରେସର ରୋଗୀଙ୍କୁ ଏହାକୁ ଖାଇବା ଉଚିତ ନୁହେଁ |
  • କାଜୁରେ କ୍ୟାଲୋରୀ ଅଧିକ ମାତ୍ରାରେ ଥାଏ ଏଥିପାଇଁ ଏହାକୁ ଅଧିକ ଖାଇବା ଦ୍ୱାରା ଶରୀରର ଓଜନ ବଢିବାକୁ ଲାଗିଥାଇ |
  • ଯଦି ଆପଣ ମାଇଗ୍ରେନ ବା ମୁଣ୍ଡବିନ୍ଧା ରେ ଚିନ୍ତିତ ଅଟନ୍ତି ତେବେ ଆପଣଙ୍କୁ କାଜୁ ବିଲକୁଲ ବି ଖାଇବା କଥା ନୁହେଁ କାରଣ ଏଥିରେ ଆମୀନୋ ଏସିଡ ଥାଏ ଯିଏ ମୁଣ୍ଡ ବିନ୍ଧା ସୃଷ୍ଟି କରିଥାଏ |
  • ଏହାକୁ ଅଧିକ ଖାଇବା ଦ୍ୱାରା ଗଲବ୍ଲାଡର ବା କିଡନୀ ରେ ଷ୍ଟୋନ ସୃଷ୍ଟି କରିଥାଏ ଓ ଏହା ବହୁତ ପ୍ରକାରର ରୋଗର କାରଣ ହୋଇଥାଏ |   

Post a Comment

0 Comments