ଜନ୍ମ ବାର ଅନୁସାରେ ସମସ୍ତଙ୍କ ଲକ୍ଷଣ

ଜନ୍ମ ବାର ଅନୁସାରେ ସମସ୍ତଙ୍କ  ଲକ୍ଷଣ

Image Source - Motherly

ବ୍ୟକ୍ତି ଯେଉଁ ବାରରେ ଜନ୍ମ ହୋଇଥାଏ, ଉକ୍ତ ବାର ଅନୁଯାୟୀ ବ୍ୟକ୍ତିଠାରେ ଲକ୍ଷଣ ମାନ ପ୍ରକାଶ ପାଏ। ବ୍ୟକ୍ତି ସାହାସୀ ନା' ଭୟାଳୁ, କ୍ରୋଧି ନା ଶାନ୍ତ ସ୍ୱଭାବର ତାହା ତା'ର ଜନ୍ମବାରରୁ ହିଁ ଜଣାପଡ଼ିଥାଏ ।

ରବିବାର :

ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନୀ, କ୍ରୋଧି ହୋଇଥିବାବେଳେ ସ୍ତ୍ରୀକୁ ଭରପୂର ସୁଖ ଦେବାର କଳା ଏମାନଙ୍କୁ ବେଶ୍‌ ଜଣାଥାଏ। ଏହାସହିତ ଏମାନେ ଧାର୍ମିକ ଓ ଭ୍ରମଣପ୍ରିୟ ହୋଇଥାନ୍ତି।

ସୋମବାର :

ସୋମବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଶାନ୍ତଶୀଳ ସ୍ୱଭାବର, ଭୋଗବିଳାସ ଜୀବନ ବିତାଇବାରେ ବେଶ୍‌ ଆନନ୍ଦ ପାଆନ୍ତି | ଧୀରନୀତି ଓ ଅଳସୁଆମି ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ହେଲେ ପ୍ରିୟ ଭାଷା କହି ଅନ୍ୟର ମନ ଜିଣିବାରେ ଏମାନେ ପାରଙ୍ଗମ ହୋଇଥିବାରୁ ଅସୁବିଧାରୁ ସହଜରେ ବର୍ତ୍ତି ଯାଆନ୍ତି ।  

ମଙ୍ଗଳବାର : 

ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ସାହାସୀ, ଚଞ୍ଚଳମତି, ଶତୃ ବିରୋଧୀ, କ୍ଷଣକୋପି, ବିଦ୍ୟାପ୍ରବଣ, ବୁଦ୍ଧିମତି, ବିଭିନ୍ନ କାର୍ଯ୍ୟ କରିବାରେ ବେଶ୍ କୌଶଳୀ ହୋଇଥିବାବେଳେ ବେଶ୍ ଚିନ୍ତାଶୀଳ ମଧ୍ୟ ହୋଇଥାନ୍ତି ।

ବୁଧବାର : 

ବୁଧବାରେ ଜନ୍ମ ହୋଇଥିବା ବ୍ୟକ୍ତି ନ୍ୟାୟବତ୍ତ, ଗୁଣୀ, ଅତିଚତୁର, ଧର୍ମ କାର୍ଯ୍ୟରେ ଆଗ୍ରହୀ, ଭୋଗବିଳାସ ପ୍ରିୟ ହୋଇଥାନ୍ତି। ବିଚାର ପୂର୍ବକ ବିଭିନ୍ନ କାର୍ଯ୍ୟ କରିଥାନ୍ତି । 

ଗୁରୁବାର : 

ଗୁରୁବାର ଦିନ ଜନ୍ମ ହୋଇଥବା ବ୍ୟକ୍ତି ବହୁଗୁଣର ଅଧିକାରୀ, ବୁଦ୍ଧିବିଦ୍ୟାରେ ବିଚକ୍ଷଣ, ଧାର୍ମିକ ହୋଇଥିବାବେଳେ ଭ୍ରମଣ ପ୍ରିୟ ହୋଇଥାନ୍ତି। ସମୟ ସମୟରେ ପଶୁ ପରି ସ୍ଵଭାବ ଦେଖାଇଥାନ୍ତି। ଏହାସହ ଏମାନେ ମଧ୍ୟ କ୍ଷମାଶୀଳ ହୋଇଥାନ୍ତି । 

ଶୁକ୍ରବାର : 

ଶୁକ୍ରବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାନ୍ତି ସେମାନେ ନୀତି ନିୟମକୁ ମାନି ଚଳିବାକୁ ଚେଷ୍ଟା କରନ୍ତି। ପର ଉପକାରୀ ହୋଇଥିବାବେଳେ ଭ୍ରମଣ ପ୍ରିୟ ହୋଇଥାନ୍ତି। ଏମାନେ ସ୍ତ୍ରୀକୁ ସୁଖରେ ରଖିବାରେ ହେଳା କରନ୍ତି ନାହିଁ।

ଶନିବାର : 

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି କ୍ଷଣକୋପି ହୋଇଥିବାବେଳେ ଚଞ୍ଚଳବର୍ତ୍ତୀ, ବହୁତ ଅହଂକାରୀ, ଈର୍ଷାଳୁ, ପରଧନରେ ଲୋଭ କରୁଥିବା ବେଳେ ଯଶ୍ଵସୀ ମଧ୍ୟ ହୋଇଥାନ୍ତି ।




Post a Comment

0 Comments