ହୃଦଘାତ ରୋଗର ପ୍ରାଥମିକ ଚିକିତ୍ସା କିପରି କରି ପାରିବେ

ହୃଦଘାତ ରୋଗର ପ୍ରାଥମିକ ଚିକିତ୍ସା କିପରି କରି ପାରିବେ

Image Source - Parys Gazette  


ଖୁବ ଜୋରରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମନୁଷ୍ୟ ପାଇଁ ସବୁଠାରୁ ବିପଦଜନକ ରୋଗମାନଙ୍କ ମଧ୍ୟରେ ହୃଦଘାତ ଅନ୍ୟତମ ଅଟେ |ମନୁଷ୍ୟକୁ ହେଉଥିବା ରୋଗମାନଙ୍କ ମଧ୍ୟରେ ହୃଦଘାତ ସବୁଠାରୁ ବିପଦଜନକ ରୋଗ ଅଟେ | ଏଥିରେ ମୃତ୍ୟୁବରଣ କରୁଥିବା ସଂଖ୍ୟା ଆଜିକା ସମୟରେ ବହୁତ ଦୃତଗତିରେବଢି ଚାଲିଛି | ସେଥିପାଇଁ ନିଜ ହୃଦୟର ଯତ୍ନ ନେବା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଅନେକ ଥର ଲୋକମାନେ ହୃଦୟ ଜନିତ ରୋଗର ପ୍ରାଥମିକ ଲକ୍ଷଣ ଗୁଡିକୁ ଅଣଦେଖାକରି ଦିଅନ୍ତି  | ଏହି ଅବହେଳାର ଫଳାଫଳ ସମୟ ସମୟରେ ମୃତ୍ୟର କାରଣ ହୋଇଥାଏ |

ତେବେ ଆସନ୍ତୁ ଜାଣିବା କିପରି ଜଣେ ବ୍ୟକ୍ତିକୁ ହୃଦଘାତ ଆସିଲେ କିପରି ରକ୍ଷା କରିପାରିବା...

ଏସ୍ପ୍ରିନ କିମ୍ବା ଡିସ୍ପିନ୍‌ ଖୁଆନ୍ତୁ : 
Image Source - Clevel and Clinic

  • ହୃଦଘାତ ଜନିତ ଘଟଣାରେ, ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରନ୍ତୁ ଓ ଯଦି ରୋଗୀ ଅଚେତ ହୋଇଯାଏ; ତେବେ ତାଙ୍କର ସିପିଆର ଆରମ୍ଭ କରିଦିଅନ୍ତୁ  | ହୃଦଘାତ ଆସିଥିବା ବ୍ୟକ୍ତିକୁ ଏସ୍ପ୍ରିନ କିମ୍ବା ଡିସ୍ପିନ୍‌ ଖୁଆନ୍ତୁ, ଏହା ଦୁହେଁ ରକ୍ତକୁ ଅଟକାଇଥାନ୍ତି, ଏହା ଦ୍ୱାରା ରୋଗୀ ହୃଦଘାତରୁ ରକ୍ଷା ପାଇଥାଏ |
  • କିନ୍ତୁ ଏମିତି ବହୁତ ଥର ଦେଖାଯାଏ କି ଷଧ ଖାଇବା ଦ୍ୱାରା ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଶୋଚନୀୟ ହୋଇଯାଏ,ଏଥିପାଇଁ ଔଷଧ ଖୁଆଇବା ପୂର୍ବରୁ ଡାକ୍ତରଙ୍କୁ ପଚାରି ନିଅନ୍ତୁ, କାରଣ ରୋଗୀ ଷଧକୁ ହଜମ କରିପାରିନଥାନ୍ତି । 



ହୃଦଘାତରେ ପଡିଥିବା ଲୋକକୁ ବାନ୍ତି ଆସିଥାଏ :
Image Source - Ottawa Citizen

  • ଏମିତିରେ ତାଙ୍କୁ ମୁହଁକୁ ଗୋଟେ ପଟେ କରି ବାନ୍ତି କରିବା ପାଇଁ କୁହନ୍ତୁ,ଯାହାଦ୍ୱାରା  ବାନ୍ତି ତାର ଫୁସ୍‌ ଫୁସ୍‌ ରେ ନ ପଶୁ, ଓ କିଛି କ୍ଷତି ନହେଉ | 
  • ଲମ୍ବା ନିଶ୍ୱାସ ନେବା ପାଇଁ କୁହନ୍ତୁ, ଓ ପାଖାପାଖି ଭିଡ ନ କରିବା ପାଇଁ କୁହନ୍ତୁ, ଯାହା ଦ୍ୱାରା ରୋଗୀକୁ ସଠିକ୍‌ ପରିମାଣରେ ଅକ୍ସିଜେନ ମିଳିପାରୁ |



ପ୍ଲସ୍‌ ରେଟ୍‌ ବରାବର ଚେକ୍‌ କରନ୍ତୁ :
Image Source - Harvard Health - Harvard University

  • ହୃଦଘାତ ଆସିବା ପରେ ରୋଗୀର ପ୍ଲସ୍‌ ରେଟ୍‌ ଲଗାତାର ଚେକ୍‌ କରନ୍ତୁ, ପ୍ଲସ୍‌ ରେଟ୍‌ଚେକ୍‌ କରିବାକୁ ହେଲେ ଆପଣଙ୍କୁ ତାଙ୍କର ଗଳା ପାଖରେ ହାତ ରଖି ଚେକ୍‌ କରିବାକୁ ହେବ , ଯଦି ପ୍ଲସ୍‌ ରେଟ୍‌ ୬୦-୭୦ ରୁ କମିଯାଏ ତେବେ ବୁଝିଯାଆନ୍ତୁ କି ରୋଗୀଙ୍କ ଅବସ୍ଥା ଶଙ୍କଟାପନ୍ନ ଅଛି |
  • ପ୍ଲସ୍‌ ରେଟ୍‌ କମ୍‌ ହେବା ପରେ ଆପଣ ରୋଗୀକୁ ଶୁଆଇଦିଅନ୍ତୁ  , ମୁଣ୍ଡ ତଳକୁ ଆଉ ଗୋଡ ଟିକେ ଉପରକୁ ରଖିକରି ଶୁଆଇବେ ଏହା ଦ୍ୱାରା ଗୋଡ ପଟୁ ରକ୍ତ ସଂଚାଳନ ଠିକ୍‌ ହୋଇପାରିବ, ଓ ହୃଦଘାତ ହେବାରୁ ରକ୍ଷା ପାଇପାରିବେ | 
  • ଧ୍ୟାନ ରଖନ୍ତୁ କି ଏହି ସମୟରେ ରୋଗୀକୁ କିଛି ଖୁଆନ୍ତୁ କିମ୍ବା ପିଆନ୍ତୁ ନାହିଁ , ଏହା ଦ୍ୱାରା ରୋଗୀର ଅବସ୍ଥା ଆହୁରି ଶୋଚନୀୟ ହୋଇପାରେ |

Post a Comment

0 Comments