ହୃଦଘାତ ଏହି ସବୁ କାରଣରୁ ବି ହୋଇଥାଏ

 ହୃଦଘାତ ଏହି ସବୁ କାରଣରୁ ବି ହୋଇଥାଏ 

Image Source - COR Medical Group 

ହାର୍ଟଆଟାକକୁ କାର୍ଡିଆକ ଆରେଷ୍ଟ ମଧ୍ୟ କୁହାଯାଏ । ଏହା ମଧ୍ୟ କିଛି ବିଶେଷ ଲୋକଙ୍କୁ ସବୁଠାରୁ ଅଧିକ ହୋଇଥାଏ | କାର୍ଡିଆକ ଆରେଷ୍ଟର ଶିକାର ସେହି ଲୋକଙ୍କୁ ହୋଇଥାଏ, ଯେଉଁମାନେ କି କିଛି ସୌଖିନ ଔଷଧ ଖାଆନ୍ତି, ଏହା ବ୍ୟତୀତ ହୃଦୟ ରୋଗର ଅନ୍ୟ କିଛି ଔଷଧ ଖାଆନ୍ତି । ଯାହା ହୃଦୟର ମାଂସପେଶୀକୁ କ୍ଷତି ପହଞ୍ଚାଇ ଥାଏ କିମ୍ବା ହୃଦୟ ସ୍ପନ୍ଦନରେ କିଛି ଅସାମନ୍ୟତା ହୋଇଥାଏ  । 

ଆଜି କାଲି ହୃଦୟ ରୋଗ ଅତିଶୀଘ୍ର ହେଉଛି, ଡକ୍ତର କହିବା ଅନୁଯାୟୀ ଏହାର ମୁଖ୍ୟ  କାରଣ ଖରାପ ଅଭ୍ୟାସ ଓ ଜୀବନଶୈଳୀ ଅଟେ | ଆଜି କାଲି ଫିଟ ରହିବାର ରେସ୍‌ ଚାଲୁଛି କିନ୍ତୁ ଭୁଲ ଅଭ୍ୟାସ କାରଣରୁ ତାଙ୍କୁ ହୃଦୟ ରୋଗ ମାଡି ବସୁଛି । ଲଗାତାର ଟିଭି ବା କମ୍ପୁଟର ଆଗରେ ବସି ରହିଲେ ହୃଦୟ ସମସ୍ୟା ୮୦% ବଢି ଯାଇ ଥାଏ |

ହାର୍ଟଆଟାକ ବା କାର୍ଡିଆକ ଆରେଷ୍ଟର ବିପଦରୁ ମୁକ୍ତି ପାଇବା ପାଇଁ ଏହା ଅତି ଆବଶ୍ୟକଅଟେ ଯେ, ଆପଣ ନିୟମିତ ସ୍ଵ|ସ୍ଥ୍ୟ ପରୀକ୍ଷା କରନ୍ତୁ ଓ ହୃଦୟର ମଧ୍ୟ ନିୟମିତ ଚେକ୍‌-ଅପ୍‌ କରାନ୍ତୁ । କାର୍ଡିଆକ ଆରେଷ୍ଟ ଘଟଣାରେ, ଏହା ଅତି ଆବଶ୍ୟକ ଯେ ଯେତେ ଶୀଘ୍ର ହେବ; ସେତେ ଶୀଘ୍ର ତାହାର ପ୍ରତିକାର କରାନ୍ତୁ । ତେବେ ଯାଇ ଆପଣଙ୍କ ଜୀବନ ବଞ୍ଚିପାରିବ |

ହାର୍ଟ ଆଟାକର କାରଣ


ବଂଶାନୁକ୍ରମିକ (ଜେନେଟିକ)

ହୃଦରୋଗ ଏକ ବଂଶାନୁକ୍ରମିକ ରୋଗ | ଯଦି ପରିବାରର ନିଜ ଜେନେଟିକର କୌଣସି  ସଦସ୍ୟଙ୍କୁ ହୃଦଘାତ ହୋଇଥାଏ ତେବେ ନିଜଠାରେ ହେବ ସମ୍ଭାବନା ବଢ଼ିଯାଇଥାଏ |ତେଣୁ କିଛି ବି ପ୍ରାଥମିକ ଲକ୍ଷଣ ଦେଖାଯାଏ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ |  

ଫଳ ଏବଂ ପନିପରିବା କମ ଖାଇବା
Image Source - Creative Designers Writers

ଶରୀର କୁ ସୁସ୍ଥ ରଖିବା ପାଇଁ ଫଳ ଓ ପରିବା ସେବନ କରିବା ନିହାତି ଦରକାର ଅଟେ, ଅଧ୍ୟୟନରୁ ଜଣାପଡିଛି କି ଦିନରେ ପାଞ୍ଚ ଥର ଫଳ ଓ ପରିବା ଖାଇଲେ ହୃଦୟ ରୋଗରୁ ୨୦% ବିପଦ କମି ଯାଇଥାଏ | 

ହାଈ  ବୀପୀ ଏବଂ ଡାୟିବେଟିସ

Image by Steve Buissinne from Pixabay

ଏହା ସଙ୍ଗେ ସଙ୍ଗେ ମୋଟପଣର ଶିକାର ହୋଇଥିବା ଲୋକଙ୍କୁ, ଉଚ୍ଚ ରକ୍ତଚାପ, ମଧୁମେହ, ଶାରୀରିକ ବ୍ୟାୟାମ ନ କରିବା, ଏକ ଗତିହୀନ ଜୀବନଶୈଳୀ ରୋଗ ଭଳି ଜୀବନ ବିତାଉଥିବା ଲୋକମାନଙ୍କୁ ଅଧିକାଂଶରେ ଏହି ରୋଗ ହୋଇଥାଏ | ସେଥିପାଇଁ ଏହି ରୋଗର ଚିକିତ୍ସା  ଅତ୍ୟନ୍ତ ଆବଶ୍ୟକ ଅଟେ ।

ଶୋଇବା ସମୟ ରେ ଘୁଙ୍ଗୁଡି ମାରିବା 

Image Source - Shutterstock

ଯଦି ନିଦରେ ଆପଣଙ୍କୁ ଘୁଙ୍ଗୁଡି ମାରିବା ଅଭ୍ୟାସ ଅଛି ତାହେଲେ ଏହା ଜମା ଉଚିତ କଥା ନୁହେଁ ଏବଂ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ । କାହିଁକିନା ଘୁଙ୍ଗୁଡି ସମସ୍ୟା  ଆବ୍ସଟ୍ରକ୍ଟିୱ ସ୍ଲୀପ ଏପ୍ନିୟା କୁ ଇସାରା କରି ଥାଏ ଯେଉଁ ସମସ୍ୟା ରେ ଲୋଙ୍କକୁ ଶୋଇବା ସମୟ ରେ ନିଶ୍ୱାସ ନବା ପାଇଁ ସମସ୍ୟା ହୋଇଥାଏ ଏବଂ ଯାହା ଦ୍ୱାରା ବ୍ଲଡ଼ ପ୍ରେସର ବଢିଥାଏ, ପ୍ରାୟତଃ ଏହି ସମସ୍ୟା ମୋଟା ଲୋକଙ୍କୁ ଅଧିକ ହୋଇଥାଏ | 

ଦାନ୍ତସମସ୍ୟା

Image Source - Shutterstock

ଅଧ୍ୟୟନ ଅନୁଯାୟୀ ଏହି କଥା ପ୍ରମାଣ ହୋଇଛି କି ହୃଦୟ ରୋଗ ବହୁତ ଗମ୍ଭୀରଭାବେ ଦାନ୍ତ ରୋଗ ସହ ଯୋଡି ହୋଇଛି । ଆପଣ ଯେତେବେଳେ ଭଲକି ଦାନ୍ତ  ସଫା କରନ୍ତି ନାହିଁ ସେତେବେଳେ ଆପଣଙ୍କ ଦାନ୍ତ ରେ ଜୀବାଣୁ ଓ ପ୍ଲାକ ଜମିକି ରହି ଯାଏ ଯାହା ଜମା ହୋଇ କିଛି ଦିନ ପରେ ହୃଦୟ ପାଇଁ ବିପଦ ହୋଇଥାଏ |

ମଦ ର ସେବନ

Image by Concord90 from Pixabay

ବହୁତ ଯୁବକ ଫ୍ୟାସନ ନା ରେ ମଦକୁ ପିଉଛନ୍ତି କିନ୍ତୁ ମଦ ହୃଦୟ ପାଇଁ ଜମା ବି ଉଚିତ ନୁହେଁ ଏହା ହୃଦୟ ପାଇଁ ଏକ ଅଭିସାପ ପରି କାମ କରିଥାଏ | ଏହାର ଅଳ୍ପ ସେବନ ଚଳିପାରେ କିନ୍ତୁ ଅତ୍ୟଧିକ ସେବନ ଆଗକୁ ଯାଇ ହାର୍ଟ ଫେଲ କରିପାରେ |

ସ୍ମୋକିଂଗ

Image Source - American Academy Of Opthalmology

ସ୍ମୋକିଂଗ କରିବା ଯେତେ ଖରାପ ହୋଇଥାଏ ସେହି ଧୂଆଁଟିକୁ ନିଶ୍ଵାସରେ ନବା ତାଠାରୁ ବି ଅଧିକ ଭୟଙ୍କର ଅଟେ । ଏହାକଲେ ଆମ ହୃଦୟ ଦୁର୍ବଳ ହୋଇଥାଏ ଏବଂ ଅନେକ ପ୍ରକାର ରୋଗ ବି ହୋଇଥାଏ ଯେମିତିକି ହାଇ ବିପି, କୋଲେଷ୍ଟ୍ରଲ, ମଧୁମେହ ଏବଂ ନିଶ୍ୱାସ ନେବାରେ ସମସ୍ୟା ଭଳି ରୋଗ ହୋଇଥାଏ |

ଏକ୍ସରସାଇଜ ନ କରିବା

Image Source - Carpal Tunnel Treatment

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ପରିବାରକୁ ସମୟ ଦେବାକୁ ସମୟର ଅଭାବ ଦେଖାଦେଉଛି | ସେଇ ଜାଗାରେ ବ୍ୟାୟାମ କରିବାକୁ ସମୟ ବାହାର କରିବେ କେଉଁଠୁ ? ଏହିପରି ଜୀବନଶୈଳି ଆଜିର ଯୁବପିଢ଼ିଙ୍କୁ ହୃଦଘାତ ରୋଗ ଆଡ଼କୁ ଟାଣି ନେଉଛି |     

ଛାତିରେ ଯନ୍ତ୍ରଣା ହେବା ଏହି ରୋଗର ଲକ୍ଷଣ ଅଟେ । ଧ୍ୟାନ ରଖନ୍ତୁ ହୃଦଘାତର ୧ ମାସ ପୂର୍ବରୁ ଆପଣଙ୍କ ଶରୀରରେ କିଛି ଲକ୍ଷଣ ଦେଖାଦେଇଥାଏ | ଯଦି ଟିକେ ମଧ୍ୟ ଚାଲିବା  କିମ୍ବା ସିଡ଼ି ଚଢିଲେ ନିଶ୍ଵାସ ନେବାରେ କଷ୍ଟ ହୁଏ, ତେବେ ତୁରନ୍ତୁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

Post a Comment

0 Comments