ହାର୍ଟଆଟାକ ଆସିବା ପୂର୍ବର ଲକ୍ଷଣ
Image source - BBC
ଜୀବନ ଠାରୁ ବଢିକରି ଆଉ କିଛି ନାହିଁ | ଆଉ ଆଜିକାଲି ତ ଘରେ ଘରେ ସମସ୍ତେ ଗୋଟେ ଗୋଟେ ରୋଗୀ | ଏବଂ ବିଶେଷ କରି ହାର୍ଟ ସମ୍ବନ୍ଧିତ ରୋଗ ସମସ୍ତଙ୍କୁ ଦେଖାଦେଉଛି | ଏବେ ଆପଣ ଅଧିକାଂଶ ଲୋକଙ୍କ ସଂପର୍କରେ ଶୁଣିଥିବେ ଯେଉଁମାନଙ୍କର ମୃତ୍ୟୁ ହାର୍ଟଆଟାକ୍ ଜନିତ କାରଣରୁ ଘଟିଛି । ଏହି ରୋଗ ଏଭଳି ନୁହେଁ ଯେ, କାହାକୁ ବି ହଠାତ୍ ହୋଇଯିବ। ହାର୍ଟଆଟାକ ଆସିବାର ଲକ୍ଷଣ ଶରୀରରେ ବହୁତ ପୂର୍ବରୁ ହିଁ ନଜର ଆସିଥାଏ | ଏ ସଂପର୍କରେ ନଜାଣିବା କାରଣରୁ ଅଧିକାଂଶ ସମୟରେ ଲୋକେ ଏହାକୁ ଅଣଦେଖା କରିଦେଇଥ।ନ୍ତି । ଯେଉଁ କାରଣରୁ ଆଗାମୀ ଦିନରେ ତାଙ୍କୁହାର୍ଟ ଆଟାକର ସାମ୍ନା କରିବାକୁ ପଡିଥାଏ ।
ଯଦି ସେହିସବୁ ଲକ୍ଷଣଗୁଡିକୁ ଜାଣି ସଠିକ୍ ସମୟରେ ଚିକିତ୍ସା କରାଯାଏ ତେବେ ହାର୍ଟଆଟାକରୁ ଆପଣ ବଂଚିଯାଇ ପାରନ୍ତି । ଆପଣଙ୍କର ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ହାର୍ଟଆଟାକ୍ ଆସିବାର ପାଖାପାଖି ୧ ମାସ ପୂର୍ବରୁ ହିଁ ଶରୀରରେ କିଛି ଲକ୍ଷଣ ଦେଖାଦେଇଥାଏ | ତେବେ ଆସନ୍ତୁ ସେହି ସବୁ ଲକ୍ଷଣ ସଂପର୍କରେ ଜାଣିବା.....
Image Source - SWF Health And Wellness
ଯଦି ଆପଣଙ୍କୁ ପ୍ରାୟତଃ ପେଟରେ ବ୍ୟଥା, ଫୁଲିଯିବା, ପେଟ ଖରାପ ଆଦି ର ସମସ୍ୟା ରହୁଛି ତେବେ ଏହା ବି ହାର୍ଟଆଟାକ ର ଲକ୍ଷଣ ହୋଇଥାଏ |
Image source - BBC
ଯଦି ଅଧିକାଂଶ ସମୟରେ ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଛି କିମ୍ବା ଜଳାପୋଡା ହେଉଛି ତେବେ ଆଦୌ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଏହି ଲକ୍ଷଣ ହୃଦୟ ଜନିତ ସମସ୍ୟା ହୋଇପାରେ |
ଯଦି ଆପଣଙ୍କୁ ଛୋଟୋ ମୋଟୋ କାମ କରି ଅସାମାନ୍ୟ ବାଧା ଆସୁଛି ତେବେ ଏହି ଲକ୍ଷଣ ହାର୍ଟଆଟାକ ଅଟେ | ଯେମିତି କି ବିଛଣା ଠିକ କରିବା, ସ୍ନାନ କରିବା ଇତ୍ୟାଦି |ଯଦି ଆପଣଙ୍କୁ ବିନା କୌଣସି କାରଣରୁ ହାଲିଆ ଲାଗୁଛି ଅର୍ଥାତ୍ ଆପଣ ବିନା କୌଣସି କାମ କରି ବି ଥକାପଣ ଅନୁଭବ କରୁଛନ୍ତି କିମ୍ବା ଦୁର୍ବଳତା ଅନୁଭବ କରୁଛନ୍ତି । ତେବେ ଆପଣଙ୍କୁ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ହୋଇପାରେ । ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରନ୍ତୁ ଏବଂ ଏସବୁ ଲକ୍ଷଣ ବିଷୟରେ ଅବଗତ କରାନ୍ତୁ ।
ଶିରାପ୍ରଶିରା ନୀଳ ହୋଇଯିବା ଓ ହାତ, କାନ୍ଧ, କମର କିମ୍ବା ଆଣ୍ଠୁରେ ଅଧିକ ଯନ୍ତ୍ରଣା ହେବା
Image Source - Metro Vein Clinic
Image Source - Shutterstock
ହୃଦୟ ଆମ ସଂପୂର୍ଣ୍ଣ ଶରୀରକୁ ରକ୍ତ ସପ୍ଲାଏ କରିଥାଏ,ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ହାର୍ଟଆଟାକ୍ ଆସିବାରେ ଥିବ ତେବେ ଏହି ସମୟରେ ବ୍ଲଡ ସପ୍ଲାଏ କରୁଥିବା ଏହି ଶିରାଗୁଡିକ ଖୁବ ଯନ୍ତ୍ରଣା ହୋଇଥାଏ | ଯେଉଁ କାରଣରୁ ଶିରାପ୍ରଶିରା ନୀଳ ହୋଇଯାଇଥାଏ । ଏହାବ୍ୟତୀତ ପଂଝା ଏବଂ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । ଏଭଳି ପରିସ୍ଥିତିରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।
ମୁଣ୍ତ ବୁଲାଇବା
Image Source - Neolabz
ସେହିପରି ହାର୍ଟ ଆମର ପୂରା ଶରୀରକୁ ରକ୍ତ ଯୋଗାଇ ଥାଏ । ଯଦିଏ ଏଭଳି ପରିସ୍ଥିତିରେ ରକ୍ତ ସପ୍ଲାଏରେ ହ୍ରାସତା ଚାଲିଆସେ ତେବେ ମମ୍ତିସ୍କରେ ବି ରକ୍ତର ଅଭାବ ହୋଇଥାଏ ,ଯେଉଁ କାରଣରୁ ମୁଣ୍ତ ବୁଲାଇବା ଆରମ୍ଭ ହୋଇଯାଇଥାଏ ।
Image Source - AARP
ଯଦି ଆପଣଙ୍କୁ ପ୍ରାୟତଃ ଲାଗେ କି ଆପଣ ଠିକେସେ ନିଶ୍ୱାସ ନେଇ ପାରୁ ନାହାନ୍ତି ତେବେ ଏହା ବି ଏକ କାରଣ ଅଟେ | ଯଦି ଆପଣଙ୍କ ହାତରେ କୌଣସି ସମସ୍ୟା ଦେଖାଦେଉଛି | ତେବେ ଏହି ସମୟରେ କଲିଜାରେ ଠିକ୍ ଭାବରେ ରକ୍ତ ଏବଂ ଅକ୍ସିଜେନର ସପ୍ଲାଏ ହୋଇପାରିନଥାଏ । ଯେଉଁ କାରଣରୁ ନିଶ୍ଵାସପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୋଇଥାଏ । ତେବେ ଯଦି ଆପଣଙ୍କଠାରେ ଏସବୁଗୁଡିକ ମଧ୍ୟରେ କୌଣସି ବି ଲକ୍ଷଣ ପରୀଲକ୍ଷିତ ହେଉଛି ତେବେ କାଳବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବାନ୍ତି ଲାଗିବା
Image Source - myUpchar
ଆପଣଙ୍କୁ ଯଦି ଅଧିକାଂଶ ସମୟରେ ବାନ୍ତି ଲାଗିଥାଏ ଏହା ବି ହୃଦଘାତର ଲକ୍ଷଣ ହୋଇପାରେ ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |
ଅନିଦ୍ରା
Image Source - Aaj Tak
ଅନିଦ୍ରା ବି ହୃଦୟ ପାଇଁ ଖରାପ ଅଟେ | ଏକ ରିସର୍ଚ୍ଚରୁ ସାମ୍ନାକୁ ଆସିଛି ଯେ କମ ଶୋଇଥିବା ଲୋକ ହୃଦୟ ସମ୍ବଦ୍ଧିୟ ରୋଗର ଅଧିକ ଶିକାର ହୋଇଥାନ୍ତି | ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ କାମ କରିବା ନିଶା ରେ ଶୋଇବା କାମ କରିଦେଲେଣି | ସେଥିପାଇଁ ସବୁ ଆଡେ ହୃଦ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଯଦି ଆପଣ 6 ଘଣ୍ଟାରୁ କମ ଶୋଇବେ ତେବେ ହୃଦୟ ରୋଗ ହେବାର ଆଶଙ୍କା ବଢ଼ିଯାଇପାରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |
Image source-The Healthy














0 Comments
Do you have any doubts or suggestions? Ask them here in the comments!