ଗ୍ରୀନ ଟି ପିଇବାରେ ଫାଇଦା

ଗ୍ରୀନ ଟି ପିଇବାରେ ଫାଇଦା

Image Source - Jagran Josh

ଗ୍ରୀନ୍‌ ଟି' ନାମ ଶୁଣିଲା ମାତ୍ରେ ଶରୀରରେ ଏକ ଅଲଗା ପ୍ରକାରର ସତେଜତା ଅନୁଭବ ହୁଏ। ଗ୍ରୀନ୍‌ ଟି'ରେ ଭିଟାମିନ୍‌ ସି', ଆଣ୍ଟିଅକ୍ସିଡାଣ୍ଟସ ରହିଛି । ଯାହା ଅନେକ ପ୍ରକାରରସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସହାୟତା କରେ। ଏହା ପିଇବା ଦ୍ୱାରା ମୋଟାପଣ ଏବଂ କୋଲେଷ୍ଟ୍ରଲ ସ୍ତର କମ୍‌ ହୋଇଥାଏ। ଏହା ଶରୀରକୁ ସାରା ଦିନ ଏନର୍ଜେଟିକ୍‌ରଖିଥାଏ | ଏଥିସହିତ ଏହାର ସେବନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ ଅନେକ ଲୋକ ଏହାକୁ ନିଜ ଡାଏଟ୍‌ରେ ସାମିଲ କରିଥାନ୍ତି। ଯଦି ଆପଣ ମଧ୍ୟ ସୁସ୍ଥ  ରହିବାକୁ ଚାହୁଁଛନ୍ତି, ଏବେଠାରୁ ଏହା ସେବନ କରିବା ଆରମ୍ଭ କରନ୍ତୁ । 

କିନ୍ତୁ ଧ୍ୟାନ ରଖନ୍ତୁ ଅଧିକ ବ୍ୟବହାର ବି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ | ତେଣୁ ଏହାର ଉଚିତ ବ୍ୟବହାର ଆସନ୍ତୁ ଜାଣିବା...

ତାଜା ଚା ହିଁ ପିଅନ୍ତୁ

ତାଜା ଗ୍ରୀନ ଟି' ହିଁ ସ୍ୱାସ୍ଥ୍ୟ ପାଇଁ ବେଶୀ ହିତକର | ଅବଶ୍ୟ ଆପଣ ଚାହିଁଲେ ଏହାକୁ ଗରମ କିମ୍ବା ଥଣ୍ଡା କରି ପିଇପାରିବେ | ଚା' ପ୍ରସ୍ତୁତର ଏକଘଣ୍ଟା ଅତିକ୍ରମ କରିସାରିଥିଲେ, ତାକୁ ପିଅନ୍ତୁ ନାହିଁ | ଏଥିରେ ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟସର ମାତ୍ର କାମ ହୋଇଯାଇଥାଏ |  ସେହିପରି ସମୟ ସହିତ ଗ୍ରୀନ ଟି' ରେ ଥିବା ଜୀବାଣୁରୋଧୀ ଗୁଣ କମ ହୋଇଥାଏ | ଆଉ ବ୍ୟାକ୍ଟେରିୟାର ମାତ୍ର ବଢିଚାଲେ |

ଖାଇବାର ଏକ ଘଣ୍ଟା ପୂର୍ବରୁ 

ଭୋଜନର ଏକ ଘଣ୍ଟା ପୂର୍ବରୁ ଗ୍ରୀନ ଟି' ପିଇଲେ ଓଜନ କମ ହୋଇଥାଏ | ଏହାକୁ ପିଇବା ଦ୍ୱାରା ଭୋକ ନିୟନ୍ତ୍ରିତ ହୋଇଥାଏ | ତେଣୁ ଖାଇବାର ଏକଘଣ୍ଟା ପୂର୍ବରୁ ଏହା ପିଇବା  ଦ୍ୱାରା ଅଧିକ ଖାଇବା ସମ୍ଭବ ହୁଏନ, ଯାହାଫଳରେ ଓଜନ ବଢିବାର ଭୟ ନ ଥାଏ |

ସକାଳେ ଖାଲି ପେଟରେ ପିଅନ୍ତୁନି

ସକାଳ ଖାଲି ପେଟରେ ଗ୍ରୀନ ଟି' ପିଇବା ଅନୁଚିତ | ଏପରି କରିବା ଦ୍ୱାରା କବ୍ଜର ଶିକାର ହୋଇପାରନ୍ତି | ଯଥାସମ୍ଭବ ଗ୍ରୀନ ଟି' ସକାଳର ଜଳଖିଆ ପରେ ପିଇବାକୁ ଚେଷ୍ଟା କରନ୍ତୁ |

ଦିନକୁ 2 ଥର 

ଅଧିକ ଗ୍ରୀନ ଟି' ପିଇବାରୁ ନିଜକୁ ଦୂରେଇ ରଖନ୍ତୁ | ଅଧିକ ଗ୍ରୀନ ଟି' ପିଇବା ଦ୍ୱାରା ଶରୀରରେ ଆଇରନର ଅଭାବ ଦେଖା ଦେଇପାରେ ଏବଂ ନିଦ ମଧ୍ୟ କମିଯାଏ | ତେଣୁ ନିୟମିତ 2-3 କାପରି ଅଧିକ ନପିଇବା ଚେଷ୍ଟା କରନ୍ତୁ |

ଗର୍ଭାବସ୍ଥାରେ ଦୂରେଇ ରୁହନ୍ତୁ

ଗ୍ରୀନ ଟି' ରେ ଥିବା କ୍ୟାଫିନ ଓ ଟନିକ ଏସିଡ ଗର୍ଭବତୀଙ୍କ ପାଇଁ ଖୁବ କ୍ଷତିକରିବ | ତେଣୁ ଗର୍ଭାବସ୍ଥାରେ ପ୍ରାଥମିକ ଅବସ୍ଥାରେ ଗ୍ରୀନ ଟି' ଠାରୁ ଦୁରେଇ ରହିବ ଉଚିତ | ନଚେତ ଜନ୍ମିତ ଶିଶୁଠାରେ ନ୍ୟୁରଲ ଟ୍ୟୁବ ରୋଗର ଆଶଙ୍କା ବଢିଥାଏ | 

ଗ୍ରୀନ ଟି' ପିଇବାରେ ଫାଇଦା  
Image Source - British Heart Foundation

ଚାଲନ୍ତୁ ଜାଣିବା ଗ୍ରୀନ୍‌ ଟି' ସେବନ କରିବା ଦ୍ୱାରା କେଉଁ କେଉଁ ସମସ୍ୟା ଦୂର ହୋଇପାରିବ...


କ୍ୟାନ୍‌ସରରୁ ରକ୍ଷା କରେ

ଗ୍ରୀନ୍‌ ଟି' କ୍ୟାନ୍‌ସର ଭଳି ରୋଗ ହେବାର ଆଶଙ୍କା କମ୍‌ କରିଥାଏ। ଏହା ଶରୀରରେ  କ୍ୟାନ୍‌ସର କୋଷିକାଗୁଡ଼ିକୁ ନଷ୍ଟ କରିଦିଏ। ପ୍ରତ୍ୟେକ ଦିନ ଚା' ପିଇବା ଦ୍ୱାରା ହଜମନଳୀ ଏବଂ ମୁତ୍ରାଶୟ କ୍ୟାନ୍‌ସର ହେବାର ଆଶଙ୍କା କମ୍‌ ହୋଇଯାଏ।

ହୃଦ୍‌ଘାତରୁ ରକ୍ଷା କରେ

ଗ୍ରୀନ ଟି' ରେ ଏଭଳି ତତ୍ତ୍ୱ ରହିଛି ଯାହା ଶରୀରର କୋଲେଷ୍ଟ୍ରଲ  ସ୍ତର କମ୍‌ କରିଦିଏ। କୋଲେଷ୍ଟ୍ରଲ ସ୍ତର କମ୍‌ ହେବା ଫଳରେ ରକ୍ତଚାପ ନର୍ମାଲ ରହିଥାଏ ଓ ହୃଦ୍‌ଘାତ ଭଳି ସମସ୍ୟାରୁ ରକ୍ଷା ମିଳିପାରିବ।

ମୋଟାପଣ ଦୂର କରେ

ଯଦି ମୋଟାପଣ ହଟାଇବାକୁ ଚାହୁଛନ୍ତି ଗ୍ରୀନ୍‌ ଟି' ହେଉଛି ଉପଯୁକ୍ତ ବିକଳ୍ପ। ଏଥିରେ ଥିବା କଫିନ୍ ଓଜନ ହ୍ରାସ କରିବାରେ ସହାୟତା କରେ | ଖାଇବା ପରେ ଗୋଟିଏ କପ୍‌ଗ୍ରୀନ୍‌ ଟି' ପିଇବା ଦ୍ୱାରା ହଜମ ଶକ୍ତି ବଢ଼ିଯାଏ। ଖାଦ୍ୟ ସହଜରେ ହଜମ ହୋଇଯାଏ |

ପାଟି ଦୁର୍ଗନ୍ଧ ଦୂର କରେ

ଗ୍ରୀନ୍‌ ଟି' ପାଟି ଦୁର୍ଗନ୍ଧ ଦୂର କରିବାରେ ବହୁତ ଲାଭଦାୟକ | ଏଥିରେ ଏମିତି ତତ୍ତ୍ୱ ରହିଛି ଯାହା ପାଟିରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ତତ୍ତ୍ୱକୁ ନଷ୍ଟ କରିଦିଏ ।

ମସ୍ତିଷ୍କ ରୋଗରୁ ରକ୍ଷା କରେ

ଗ୍ରୀନ୍‌ ଟି' ମସ୍ତିଷ୍କ ସତେଜ କରିବାରେ ସହାୟତା କରେ । ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ମସ୍ତିଷ୍କ ଟିସ୍ୟୁ ନଷ୍ଟ ହେବାରୁ ରୋକା ଯାଇପାରିବ। ଏହାଫଳରେଅଲଝାଇମର ଭଳି ଭୁଲାରୋଗ ଏବଂ ପାର୍କିନ୍‌ସନ୍‌ ରୋଗ ହେବାର ଆଶଙ୍କା କମ୍‌ ହୋଇଯାଏ।

ଚାପ ଦୂର କରେ

ଚିନ୍ତା ଦୂର କରିବା ସହ ରିଲାକ୍ସ କରିବା ଲାଗି ଅନେକେ ଚା' ପିଇଥାନ୍ତି। ଏପରି ସ୍ଥଳେ ଗ୍ରୀନ୍‌ ଟି' ଚାପ କମ୍‌ କରିବାରେ ସହାୟତା କରେ। ଏଥିରେ ଥିବା ଆମିନୋ ଏସିଡ଼  ଚିନ୍ତାକୁ ଦୂରେଇ ଦିଏ। ମସ୍ତିଷ୍କ ସତେଜ ରହେ।

Post a Comment

0 Comments