ଘରର ବାସ୍ତୁ ଦୋଷ ଦୂର ପାଇଁ...

ଘରର ବାସ୍ତୁ ଦୋଷ ଦୂର ପାଇଁ...



Image source -YouTube

ଘରେ ବହୁତ ପ୍ରକାର ଅଭାବ ଦେଖାଯାଏ। ଏହି ଅଭାବ ଘରର ବାସ୍ତୁ ଦୋଷ ପାଇଁ ହୋଇଥାଏ। କିଛି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଆଉ ଅଭାବ ଦେଖା ଯିବ ନାହିଁ ।ମନୁଷ୍ୟ ଜୀବନ ବହୁତ କଠିନ ବୋଲି କୁହାଯାଏ | କେତେ ଥର ଏମିତି ହୋଇଥାଏ କି କୌଣସି ନା କୌଣସି କାରଣରୁ ବ୍ୟକ୍ତିର ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ, ଘରେ ବି କୌଣସି ପ୍ରକାରର ବାଦ ବିବାଦ ଚାଲିଥାଏ । ଯେତେବେଳେ ବ୍ୟକ୍ତିର ଜୀବନରେ ସମସ୍ୟା ଚାଲିଥାଏ ତେବେ ତା'ର ଜୀବନ ନିରାଶାଜନକ ହୋଇଥାଏ | କିନ୍ତୁ ଆପଣ ନିଜର ସମସ୍ୟାକୁ ବାସ୍ତୁ ଟିପ୍ସ ଆପଣାଇ କିଛି ମାତ୍ରାରେ ଦୂର କରି ପାରିବେ | 



  • ଏକ ସୂରେଇ ରେ ପାଣି ଭରି ଉତ୍ତର ରେ ରଖନ୍ତୁ। ଯଦି ସୂରେଇ ନ ମିଳେ ତେବେ ମାଠିଆ ରେ ପାଣି ଭରି କରି ରଖିବେ। ଦିନ କୁ ପାଣି ବଦଳାଇ ପାରିବେ କିନ୍ତୁ ଭରି କରି ରଖିବେ । ଏହା ଦ୍ୱାରା ଘରେ ଧନ ବୃଦ୍ଧି  ହୁଏ |
  • ପଞ୍ଚମୁଖୀ ହନୁମାନଙ୍କର ଫୋଟ ପଶ୍ଚିମରେ ଲଗାନ୍ତୁ ଓ ବିଧି ହିସାବରେ ପୂଜା କରନ୍ତୁ ଏହା ଦ୍ୱାରା  ଘରର ଆର୍ଥକ ପରିସ୍ଥିତି ଭଲ ରହିବ। ଏହା ଦ୍ୱାରା ମଧ୍ୟ ଘରେ କିଛି ନକରାତ୍ମକ  ପ୍ରଭାବ ପଡ଼ିବ ନାହିଁ । 
  • ମା' ଲକ୍ଷ୍ମୀ ଓ ଭଗବାନ କୁବେରଙ୍କ ଫୋଟ ଘରର ମୁଖ୍ୟ ଦ୍ୱାର ଆଗରେ ଲଗାନ୍ତୁ । ଏବଂ ତା ସହିତ ଯଦି ସ୍ୱସ୍ତିକ ଚିହ୍ନ ଲଗାଇବେ ମଧ୍ୟ ଭଲ । ଏହା ଦ୍ୱାରା ଘରେ ଧନର ଅଭାବ ଦେଖା ଦେବ ନାହିଁ | 
  • ଯେଉଁଠି ଘରର ସମସ୍ତ ଲୋକ ବସୁଥିବେ ସେଠାରେ ପିରାମିଡ଼ କୁ ରଖନ୍ତୁ । ସେ ଚାନ୍ଦି ହଉ କି ପିତ୍ତଳ ହଉ କି ତମ୍ଭା । ଏହା ରଖିବା ଦ୍ୱାରା ଘରେ ଶୁଭ ହୋଇଥାଏ ଓ ଘର ଲୋକଙ୍କ  ଆୟ ବଢିଥାଏ। 
  • ତମ୍ଭା ରେ ତିଆରି କଇଁଛ କିମ୍ବା ତମ୍ଭାରେ ତିଆରି ମାଛ କୁ ଘରର କୋଉ କୋଣରେ ରଖି  ଦିଅନ୍ତୁ । ଏହା ଦ୍ୱାରା ଘରେ କିଛି ଅଭାବ ଅସୁବିଧା ରହିବ ନାହିଁ । ଧୀରେ ଧୀରେ ଆୟ ବୃଦ୍ଧି ହେବା କୁ ଲାଗିବ ।
  • ଯଦି ଆପଣ ତାୱା  ଉପରେ ରୁଟି ସେକିବା ପୂର୍ବରୁ କ୍ଷୀରର କିଛି ବୁନ୍ଦା ପକାଉଛନ୍ତି ତେବେ ଏହା ଶୁଭ ହୋଇଥାଏ | 
  • ଏହା ଛଡା ଆପଣଙ୍କ ଘରେ ହେଉଥିବା ପ୍ରଥମ ରୁଟି ଗାଇଙ୍କୁ ଦିଅନ୍ତୁ, ଶେଷ ରୁଟି କୁକୁର ବା କାଉକୁ ଦେବା ଦ୍ୱାରା ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
  • ଯଦି ଆପଣ ନିଜର ଆର୍ଥିକ ସ୍ଥିତିକୁ ଠିକ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଉତ୍ତର କିମ୍ବା ପୂର୍ବ ଦିଗରେ ନିଜ ଘରର ପାଣିଙ୍କୁ ବାହାରକୁ ବାହାର କରନ୍ତୁ । ଏହାକୁ ଆର୍ଥିକ ଦୃଷ୍ଟିରୁ ଶୁଭ ବୋଲି କୁହାଯାଏ
  • ଯଦି ଆପଣ ନିଜ ଘର ପରିବାରରୁ ନକରାତ୍ମକ ଉର୍ଜା ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଜ ଘରେ ସପ୍ତାହକୁ ଥରେ ଝୁଣାର ଧୂଆଁ ଅବଶ୍ୟ ବୁଲାନ୍ତୁ । ଏହା ଦ୍ୱାରା ସକରାମୂକ ଉର୍ଜା ସଂଚାରିତ ହୋଇଥାଏ |
  • ଯଦି ଆପଣ ନିଜ ଘରେ ସୋରିଷ ତେଲର ଦୀପ ଜଳାଇ ସେଥିରେ ଲବଙ୍ଗ ଦେଉଛନ୍ତି ତେବେ ଏହା ଦ୍ୱାରା ଶୁଭ ପରିଣାମ ମିଳିଥାଏ |
  • ଆପଣ ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରନ୍ତୁ, ଏହା ଦ୍ୱାରା ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ |
  • ଯଦି ଆପଣ ନିଜ ଘରର ମନ୍ଦିରରେ ପୂଜା ପାଠ କରୁଛନ୍ତି ତେବେ ଆପଣ ପୂଜା ସମୟରେ ହିଁ ଫୁଲ ଅର୍ପଣ କରିବେ | ଏହା ଛଡା ଶୁଖୂଲା ଫୁଲକୁ ଘରେ ରଖିବେ ନାହିଁ |
  • ଆପଣ ନିଜ ଘରର ଦକ୍ଷିଣ ପୂର୍ବ ଦିଗରେ ସବୁଜ ପରିବେଶ ଦ୍ୱାରା ପରିପୂର୍ଣ ଏକ ଫଟୋ ଲଗାନ୍ତୁ , ଏହା ଶୁଭ ହୋଇଥାଏ ।


Post a Comment

0 Comments