ଘରର ଆସବାବପତ୍ର କିପରି ରହିବା ଦରକାର !
Image Source - India Mart
ଘର ଛୋଟ ହେଉ ବା ବଡ଼, ଘରେ ସବୁ ସାମାନ ଯଦି ସଜାଡିକି ରଖାଯାଏ ବହୁତ ସୁନ୍ଦର ଦେଖାଯାଏ | ଘର କିମ୍ବା ନିଜର ଆଖପାଖର ବାସ୍ତୁରେ କିଛି ପରିବର୍ତ୍ତନ କରି ଆପଣଆପଣଙ୍କ ଜୀବନରେ ସମସ୍ତ ସୁଖ, ବୈଭବ ଏବଂ ଉନ୍ନତି ପାଇପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି ଟିପ୍ପ୍...
- ବାସ୍ତୁଶାସ୍ତ୍ର ଅନୁଯାୟୀ ଆସବାବପତ୍ରର ଡିଜାଇନ ସିମ୍ପଲ ହେବା ଉଚିତ | ଯଦି ଆସବାବପତ୍ରରେ ଗୋଲାକାର ଥିବ ତେବେ ତାକୁ ତୁରନ୍ତ ପରିବର୍ତ୍ତନ କରିବା ଆବଶ୍ୟକ | ଏମିତି କୁହାଯାଏ ଯେ ଏଥିରୁ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ |
- ବାସ୍ତୁଶାସ୍ତ୍ର ଅନୁଯାୟୀ, ଛୋଟ ଏବଂ ହାଲୁକା ଆସବାବପତ୍ରକୁ ପୂର୍ବ ଏବଂ ଉତ୍ତର ଦିଗରେ ରଖିବା ଉଚିତ। ସେହିଭଳି ଓଜନ ଆସବାବପତ୍ରକୁ ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରଖିବା ଶୁଭ ବୋଲି ଧରାଯାଇଥାଏ |
- ପୂର୍ବ ଓ ଦକ୍ଷିଣ-ପୂର୍ବ ଭାଗ ପରିବାରରେ ବୟସ୍କଙ୍କ ସ୍ୱାସ୍ଥ୍ୟ, ଧନ ଲାଭ, ଆର୍ଥିକ ଅବସ୍ଥା, ମାନସିକ ଅବସ୍ଥାକୁ ନିୟନ୍ତ୍ରଣ କରିଥାଏ | ଘରର ପୂର୍ବ ଭାଗର ବସ୍ତୁତତ୍ତ୍ୱ କାଠ, ଏହି ଦିଗର ରଙ୍ଗ ସବୁଜ | କାଠରେ ନିର୍ମିତ ଆସବାପତ୍ରକୁ ସଜାଇ ରଖନ୍ତୁ। ଏହି ଦିଗରେ ସବୁବେଳେ ସକରାତ୍ମକ ପ୍ରଭାବ ରହିଥାଏ। ପୂର୍ବ ଦିଗ କାନ୍ଥରେ ଜଙ୍ଗଲ ଓ ଗଛ ଇତ୍ୟାଦି ଫୋଟଚିତ୍ର ରଖିଲେ ଭାଗ୍ୟ ଶକ୍ତିଶାଳୀ ହୋଇଥାଏ | ଦକ୍ଷିଣ-ପୂର୍ବ କୋଣରେ କୁଣ୍ଡରେ ଗଛ ରଖନ୍ତୁ |
- ବାସ୍ତୁଶାସ୍ତ୍ର ଅନୁଯାୟୀ ପରିବାରରେ ସୁଖ ଶାନ୍ତି ସବୁବେଳେ ରହିବା ପାଇଁ ପରିବାରର ସଦସ୍ୟଙ୍କ ଫଟୋ କାଠର ନିର୍ମିତ ଫ୍ରେମରେ ଲଗାଇ ପୂର୍ବ ଦିଗରେ ହୋଇଥିବା କାନ୍ଥରେ ଲଗାଇବା ଉଚିତ |
- ଉତ୍ତର ଦିଗ ପରିବାରର କ୍ୟାରିୟର ସମ୍ପର୍କରେ ସୂଚନା ଦିଏ | ଏହି ଦିଗର ବସ୍ତୁତତ୍ତ୍ୱ, ଜଳ | ରଙ୍ଗ ନୀଳ,କଳା | ଆକ୍ୱାରିୟମ, ଜଳ ରାଶିର ଛବି ସ୍ଥାପନ କରନ୍ତୁ |
- ଦକ୍ଷିଣ-ପଶ୍ଚିମ ଭାଗ ପରିବାରର ବିବାହ, ପ୍ରେମ ସମ୍ପର୍କକୁ ନିୟନ୍ତ୍ରଣ କରିଥାଏ | ଏହି ଭାଗର ବସ୍ତୁତତ୍ତ୍ୱ,ମାଟି | ରଙ୍ଗ ମାଟିଆ ଓ ହଳଦିଆ | ଏହି କୋଣରେ 2ଟି ସ୍ପଟିକ ବଲ ,ମାଣ୍ଡାରିନ ରାଜହଂସ ଓ ହଂସୀ ଓ ଲଭ ବାର୍ଡ଼ ରଖିବା ଉଚିତ |
- ଉତ୍ତର-ପଶ୍ଚିମ ଭାଗ ପରିବାର,ସାମାଜିକ,ବ୍ୟବସାୟିକ ସମ୍ପର୍କର ସୂଚନା ଦିଏ, ପଶ୍ଚିମ ଭାଗ ସନ୍ତାନ ମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସୃଜନଶୀଳତାକୁ ପ୍ରଭାବିତ କରିଥାଏ | ଏହି ଦିଗର ବସ୍ତୁତତ୍ତ୍ୱ, ଧାତୁ ଓ ରଙ୍ଗ ଧଳା ଓ ସ୍ୱର୍ଣ୍ଣ ହଳଦୀ | ଏହି ଭାଗରେ ଧାତୁ ନିର୍ମିତ ମୂର୍ତ୍ତି, ପାତ୍ର, ବସ୍ତୁ 6ନଳୀ ବିଶିଷ୍ଟ ବାୟୁ ଘଣ୍ଟି ଓ ପଶ୍ଚିମ ଭାଗରେ 7ନଳୀ ବିଶିଷ୍ଟ ବାୟୁ ଘଣ୍ଟି ସ୍ଥାପନ କରନ୍ତୁ |
- ଉତ୍ତର-ପୂର୍ବ ଭାଗ ପରିବାରର ଶିକ୍ଷା ଜ୍ଞାନର ସୂଚନା ଦିଏ | ଏହି ଦିଗର ବସ୍ତୁତତ୍ତ୍ୱ, ମାଟି ଓ ରଙ୍ଗ ହଳଦୀ,ମାଟିଆ | ଏହି ଭାଗରେ 8ଟି ସ୍ପଟିକ ବଲ, କ୍ରିଷ୍ଟାଲ ଗ୍ଲୋବ, ମାଟି କିମ୍ବା ସିରାମିକ ବସ୍ତୁ, ପାହାଡର ଚିତ୍ର ସ୍ଥାପନ କରନ୍ତୁ |
- ଅଫିସ ବା କାର୍ଯ୍ୟାଳୟ ସବୁବେଳେ ହାଲୁକା ରଙ୍ଗର ଆସବାବପତ୍ରର ବ୍ୟବହାର କରିବା ଆବଶ୍ୟକ। ହାଲୁକା ରଙ୍ଗ ଦ୍ୱାରା ସକାରତ୍ମକ ପ୍ରଭାବ ପଡ଼ିଥାଏ।
- ସେହିପରି ଉତ୍ତର ଏବଂ ପଶ୍ଚିମ ଦିଗ ଅନ୍ଧାର ହେବା ଅନୁଚିତ। କାରଣ ଏହି ଦିଗର ସମ୍ବଦ୍ଧ ସିଧା ଘରର ଆର୍ଥିକ ସ୍ଥିତି ସହ ରହିଥାଏ।
- ପୂଜା କିମ୍ବା ଦାନ ଦେବା ପାଇଁ ଆଣିଥିବା କୋଣସି ବସ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖିବା ଅନୁଚିତ।
0 Comments
Do you have any doubts or suggestions? Ask them here in the comments!