ଘଣ୍ଟା ରଖିବାର ସଠିକ ଦିଗ
Image Source - Marquette Turner
- ଘରର ଦକ୍ଷିଣ ଦିଗକୁ ଯମର ଦିଗ ବା ମୃତ୍ୟୁର ଦିଗ କୁହାଯାଇଥାଏ । ଏଣୁ କେବେ ମଧ୍ୟ ଭୁଲରେ ଘରର ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଅନୁଚିତ୍ । ଏହା ଘର ସଦସ୍ୟଙ୍କ ଆୟୁ କମ୍ କରିବା ସହ ଅଶୁଭ ମଧ ହୋଇଥାଏ।
- ଯଦି ଆପଣ ଘଣ୍ଟାକୁ ଦକ୍ଷିଣ ଦିଗରେ ଲଗାଉଛନ୍ତି ତେବେ ଏହା ଆପଣଙ୍କ କମଜୋରି ଅଟେ । ଆପଣଙ୍କ ମନ ସର୍ବଦା ଅଶାନ୍ତ ରହିବ | ମନରେ ସବୁବେଳେ ନେଗେଟିଭ୍ କଥା ଆସିବ | ଏହାଛଡା ପରିବାର ସଦସ୍ୟଙ୍କ ଭିତରେ ପରସ୍ଗର ପ୍ରତି ମତଭେଦ ଦେଖାଦବ ଏବଂ କିଛି ବି କାମ ସଫଳ ହେବ ନାହିଁ |
- କେବେ ମଧ୍ୟ ଘରେ ବାରମ୍ବାର ଖରାପ ହେଉଥିବା ଘଣ୍ଟା ଲଗାନ୍ତୁ ନାହିଁ । ବାସ୍ତୁ ଅନୁଯାୟୀ, ଧୂଳି ବା ମଇଳା ଘଣ୍ଟା ପରିବାରେ ଖରାପ ପ୍ରଭାବ ପକାଇଥାଏ।
- ଘରର କବାଟ ବା ପ୍ରବେଶ ସ୍ଥାନରେ କେବେ ମଧ୍ୟ ଘଣ୍ଟା ଲଗାନ୍ତୁ ନାହିଁ। ଏହା ଦ୍ୱାରା ଘରେ ଦୁଃଖ ବଢ଼ିବା ସହ ଭଲ ମାହୋଲ ରହିନଥାଏ|
- କାର୍ଯ୍ୟାଳୟରେ ଲଗାଯାଇଥିବା ଘଣ୍ଟା ସବୁବେଳେ ବଡ଼ ହେବା ଉଚିତ୍। ଏହା ଦ୍ୱାରା କାର୍ଯ୍ୟାଳୟରେ କେବେ ମଧ୍ୟ ଖରାପ ବା ବନ୍ଦ ଘଣ୍ଟାର ବ୍ୟବହାର କରିବା ଅନୁଚିତ୍।
- ସଠିକ୍ ସମୟରୁ ସବୁବେଳେ ୨-୩ ମିନିଟ ଆଗକୁ ଘଣ୍ଟାର ସମୟ ରଖିବା ଉଚିତ୍। କାରଣ ସମସ୍ତ ନିର୍ଦ୍ଧାରିତ ଅଥବା ପଛକୁ ଥିଲେ ତାହା ଜୀବନ ଉପରେ ନକାରତ୍ମକ ଭାବନା ଜାତ କରିଥାଏ | ଏପରିକି ଏନେଇ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ବାଧା ଦେଖାଦେଇଥାଏ |
- ଘଣ୍ଟାକୁ ଯଦି ଆପଣ ପୂର୍ବ ଦିଗରେ ଲଗାଉଛନ୍ତି , ତେବେ ଆପଣଙ୍କ ମଙ୍ଗଳ ଏବଂ ଶନି ବଳବାନ ହୋଇଯାଆନ୍ତି । କାମରେ ବହୁତ ସଫଳତା ଆସିଥାଏ | ଏହାସହିତ ଲକ୍ଷ୍ମୀଙ୍କର ମଧ୍ୟ ଆଗମନ ହୋଇଥାଏ । ଏହାଛଡା ଛୁଆମାନେ ନିଜ ଶିକ୍ଷାରେ ଆଗକୁ ବଢିବା ସହିତ ଘରର ବାତାବରଣ ସୁଦ୍ଧ ରହିଥାଏ ।
- ଯଦି ଆପଣ ଘରର ଉତ୍ତର ଦିଗରେ ଘଣ୍ଟା ଟାଙ୍ଗୁଛନ୍ତି ତେବେ ଆପଣଙ୍କ ସୂର୍ଯ୍ୟ, ରାହୁ ଏବଂ ଶନି ବଳବାନ ହୋଇଯାଇଥାନ୍ତି। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦାମୟ ହୋଇଥାଏ | ଜୀବନରେ ଜଲଦି ସଫଳତା ମିଳିଥାଏ |
- ତେବେ ଯଦି ଆପଣ ଟିଭି ଉପରେ ଘଣ୍ଟା ଟାଙ୍ଗୁଛନ୍ତି ତେବେ ଆପଣ ଅଳସୁଆ ହୋଇଯିବେ ଏବଂ ଆପଣଙ୍କ ମନ କାମରେ ଲାଗିବନାହିଁ |
- ଏହା ବ୍ୟତୀତ ବନ୍ଦ ଘଣ୍ଟା ଏବଂ ଭାଙ୍ଗି ଯାଇଥିବା ଘଣ୍ଟା ମଧ୍ୟ ରଖିବା ଅନୁଚିତ | କାରଣ ଏହାଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ |


0 Comments
Do you have any doubts or suggestions? Ask them here in the comments!