ଏହି କାରଣ ପାଇଁ ମାତା ଲକ୍ଷ୍ମୀ ରାଗିଥାନ୍ତି
Image Source - twitter.com
ସଂସାରରେ କୌଣସି ବ୍ୟକ୍ତି ନାହିଁ ଯାହାକୁ ଧାନର ଅବଶ୍ୟକତା ନାହିଁ | କାରଣ ଧନ ଦ୍ୱାରା ଜଣେ ନିଜର ଜୀବନ ଆରାମରେ ବିତେଇପାରିବେ | ବ୍ୟକ୍ତି ନିଜ ଜୀବନରେ ଧନ ପ୍ରାପ୍ତି ନିମିତ୍ତ କଠିନ ପରିଶ୍ରମ କରିଥାଏ ଓ ଲକ୍ଷ୍ମୀମାତାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାପାଠ ମଧ୍ୟ କରିଥାଏ | କିନ୍ତୁ ବ୍ୟକ୍ତି ନିଜ ଅଜାଣତରେ ଏମିତି କିଛି ଭୂଲ କରିଥାଏ ଯାହାଦ୍ୱାରା ପରିଶ୍ରମ କରି ଅର୍ଜିତ ଧନ ବି ଚଳିବାପାଇଁ ନିଅଣ୍ଟ ପଡିଥାଏ |
ଆସନ୍ତୁ ଜାଣିବା ସେହି ଖରାପ ଅଭ୍ୟାସ ବିଷୟରେ :-
ସକାଳୁ ଅଧିକ ସମୟ ଶୋଇବା :
ବହୁତ ଲୋକଙ୍କ ଅଭ୍ୟାସ ରାତି ଡେରିରେ ଶୋଇ ସକାଳ ଡେରିରେ ଉଠିବା | ଯେଉଁ ବ୍ୟକ୍ତି ସକାଳୁ ନଉଠି ବିଳମ୍ବ ଯାଏ ଶୋଇ ରୁହନ୍ତି, ଏବଂ ସୂର୍ଯ୍ୟାସ୍ତ ବେଳେ ବି ଶୋଇଥାନ୍ତି , କୁହାଯାଏ ମାତା ଲକ୍ଷ୍ମୀ ସେମାନଙ୍କ ଉପରେ କ୍ଷୁବ୍ଧ ହୋଇଥାନ୍ତି। ତେଣୁ ଯଦି ଆପଣଙ୍କ ମଧ୍ୟରେ ଏହି ଖରାପ ଅଭ୍ୟାସ ଅଛି ଏଥିରୁ ନିଜକୁ ବାରଣ କରନ୍ତୁ ।
ଦୀପ ନ ଜଳେଇବ :
ଯେଉଁ ବ୍ୟକ୍ତି ନିଜ ଘରେ ସକାଳ ଏବଂ ସନ୍ଧ୍ୟାରେ ଦୀପ ପ୍ରଜ୍ୱଳନ କାନ୍ତି ନାହିଁ |ସେହି ଘରେ ମତ ଅଧିକ ଇଂ ରୁହନ୍ତି ନାହିଁ |
ବଦରାଗି ହୋଇଥିଲେ ଓ ମିଛ କହୁଥିଲେ :
ଯେଉଁମାନେ ସବୁକଥାରେ କ୍ରୋଧ କରନ୍ତି ଓ ଅନ୍ୟକୁ ଅପମାନିତ କରନ୍ତି ଓ କଥା କଥା ରେ ମିଛ କୁହନ୍ତି, ସେମାନଙ୍କ ଉପରେ ମାତା ରାଗିଥାନ୍ତି | ଘରର ମହିଳାଙ୍କ ସ୍ଵଭାବ ଶାନ୍ତ ହୋଇଥିବା ଆବଶ୍ୟକ । ମିଠାକଥା କହୁଥିବା ଏବଂ ବୁଦ୍ଧିମାନ୍ ହେବା ଉଚିତ୍ | ଯଦି ଘରର ବୋହୂ କଟୁ କଥା କୁହନ୍ତି ତେବେ ଘରର ମାହୋଲ୍ ଖରାପ ହୋଇଥାଏ | ଏମିତିରେ ଘରେ ସବୁବେଳେ କଳହ ହୋଇଥାଏ । ଏମିତି ସ୍ଥାନ ମା' ଲକ୍ଷ୍ମୀ ଖୁବ୍ ଶୀଘ୍ର ଛାଡି ଦିଅନ୍ତି |
ସନ୍ଥ,ନିର୍ଧନ ଓ ଶାସ୍ତ୍ରର ଅପମାନ କରିବା :
ଯେଉଁ ଘରମାନଙ୍କରେ ସନ୍ଥ,ନିର୍ଧନ ଓ ଶାସ୍ତ୍ରର ସବୁବେଳେ ଅନାଦର କରାଯାଏ ସେପରି ଘର ମାନଙ୍କୁ ମାତାଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ | ଏପରି ଘରୁ ଲକ୍ଷ୍ମୀମାତା ସବୁଦିନ ପାଇଁ ଦୂରେଇ ଯାଆନ୍ତି |
ଅଧିକ ଖାଉଥିଲେ :
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ଆବଶ୍ୟକତା ଠୁ ଅଧିକ ଖାଦ୍ୟ ଖାଆନ୍ତି ମହିଳା ସେ ସ୍ଥାନରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହାର ନକାରାତ୍ମକ ପ୍ରଭାବ ସିଧାସଳଖ ଘରର ସଦସ୍ୟ ମାନଙ୍କ ଉପରେ ପଡିଥାଏ ।
ଘର ଅପରିସ୍କାର ରଖୁଥିଲେ :
ଘରେ ଅଇଁଠା ବାସନ ରଖିବା, ଚିରାଫଟା ଲୁଗା ପିନ୍ଧିବା, ଏବଂ କୌଣସି ପ୍ରକାର ଅପରିସ୍କାର ଜିନିଷ ରଖିବା ଅନୁଚିତ୍ । ଏପରି କଲେ କ୍ଷୁବ୍ଧ ହୋଇଥାନ୍ତି ମାତା ଲକ୍ଷ୍ମୀ । ଯାହା ଫଳରେ ଧନର ଆଗମନ ଅଟକି ଯାଇଥାଏ |
ଝାଡୁରେ ପାଦ ଲଗାଇଲେ :
ମାନ୍ୟତା ରହିଛି ଘରର ମହିଳା ଝାଡୁରେ ପାଦ ଲଗାଇବା ଅନୁଚିତ୍ । ଯେଉଁ ମହିଳା ଏପରି କରନ୍ତି ସେମାନଙ୍କ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଘରେ ଦାରିଦ୍ର୍ୟତା ଦେଖାଦେଇଥାଏ।
ଏସବୁ ଦାନ କରିବା ଅନୁଚିତ :
ବିବାହିତ ମହିଳା ନିଜର ସିନ୍ଦୁର, ଟିକିଲି, ପାଉଞ୍ଜି, ଏବଂ ଚୁଡ଼ି ଅନ୍ୟ କୌଣସି ମହିଳାଙ୍କୁ ଦାନ କରିବା ଅନୁଚିତ | ଏସବୁ ଦାନ କଲେ ପାଟି ପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବି କାମ ହୋଇଥାଏ |
ବ୍ରାହ୍ମମୁହୂର୍ତ୍ତ ଓ ସନ୍ଧ୍ୟା ସମୟରେ ବିଳାସବ୍ୟସନ ଲିପ୍ତ ରହିବା :
ବହୁତ ଲୋକଙ୍କର ଅଭ୍ୟାସ ଯେ ସେମାନେ ପ୍ରାତଃ ଓ ସନ୍ଧ୍ୟା ସମୟରେ ଭୋଗବିଳାସରେ ଲିପ୍ତ ରୁହନ୍ତି |ଏପରି ଲୋକମାନଙ୍କୁ ନର୍କପ୍ରାପ୍ତି ହୁଏ | ମାତାଲକ୍ଷ୍ମୀ ଏଭଳି ଲୋକଙ୍କ ଘର ପରିତ୍ୟାଗ କରନ୍ତି |
0 Comments
Do you have any doubts or suggestions? Ask them here in the comments!