ଦର୍ପଣ ଲଗାଇବାର ସଠିକ ଜାଗା
ଦର୍ପଣ ଲଗାଇବାର ସଠିକ ଜାଗା
Image Source - Pinterest
ଵାସ୍ତୁବିଦ ମାନଙ୍କ ଦୃଷ୍ଟିରେ ଦର୍ପଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ଦର୍ପଣ ଗୃହର ଆନ୍ତରିକ ସୁନ୍ଦରତା ଓ ସୁରକ୍ଷା ବଢ଼ାଇଥାଏ |
- ସର୍ବ ପ୍ରଥମେ ଦର୍ପଣକୁ ଘର କିମ୍ବା ଦୋକାନରେ ଯେଉଁଠି ଟଙ୍କା ରଖୁଛନ୍ତି ତାହା ଆଲମାରି ହେଉ କିମ୍ବା ସିନ୍ଧୁକ ହେଉ ତାର ବିପରୀତ ଦିଗରେ ଦର୍ପଣକୁ ରଖନ୍ତୁ | ଏହିଭଳି ଭାବରେ ରଖନ୍ତୁ ଯେମିତି ସେହି ଦର୍ପଣରେ ଆପଣଙ୍କର ଆଲମାରି କିମ୍ବା ସିନ୍ଧୁକ ଦେଖାଯାଉଥିବ | ଏହିଭଳି କରିବା ଦ୍ୱାରା ଆପଣଙ୍କ ଘରେ ଓ ଦୋକାନରେ ଧନବୃଦ୍ଧି ହୋଇଥାଏ |
- ଘର କିମ୍ବା ଦୋକନର ମୁଖ୍ୟ ଦ୍ୱାରରେ ଦର୍ପଣ ଲଗାନ୍ତୁ । ଏହା କରିବା ଦ୍ୱାରା ବାହାରର ଖରାପ ଦୃଷ୍ଟିଶକ୍ତି ପ୍ରବେଶ କରିପାରେ ନାହିଁ | ଯାହା ଫଳରେ ଆମ ମନ ଏବଂ ଧ୍ୟାନ କର୍ମରେ ଲାଗିଥାଏ ।
- ଏହା ସହିତ ଘର କିମ୍ବା ଦୋକାନର ସିଡି ପାଖରେ ଦର୍ପଣ ରଖନ୍ତୁ ନାହିଁ । ଏହିଭଳି କରିବା ଦ୍ୱାରା ଆପଣଙ୍କର କେବେ ବି ଉନ୍ନତି ହୁଏ ନାହିଁ ।
- କିନ୍ତୁ ଆପଣ ଯଦି ଘର କିମ୍ବା ଦୋକାନର ଷ୍ଟୋରରୁମ କିମ୍ବା ଭଣ୍ଡାର ଘରେ ଦର୍ପଣ ରଖୁଛନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ |
- ଏହା ସହିତ ବାଥରୁମରେ ବି ଦର୍ପଣ ରଖିବା ଶୁଭ ଅଟେ । କିନ୍ତୁ ବାଥରୁମର ମୁଖ୍ୟ ଦ୍ୱାରରେ ଦର୍ପଣ ରଖିବେ ନାହିଁ ।
- କେବେ ବି ଘରର ଟିଭି ଏବଂ କମ୍ପ୍ୟୁଟର ସାମନାରେ ଦର୍ପଣ ରଖନ୍ତୁ ନାହିଁ । ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ଘରେ ସବୁବେଳେ ଝଗଡା ଲାଗି ରହିବ ଏବଂ ଆପଣଙ୍କର ମନ ଶାନ୍ତ ରହିବ ନାହିଁ । ଘରେ ଦର୍ପଣ ଏହିଭଳି ସ୍ଥାନରେ ରଖନ୍ତୁ ଯେଉଁଠି ଦର୍ପଣରେ ଟିଭି ଏବଂ କମ୍ୟୁଟର ଦେଖାଯିବ ନାହିଁ ।
- ଘରେ ବିବାହ ଯୋଗ୍ୟ ପୁଅ କିମ୍ବା ଝିଅ ଥିଲେ ତାଙ୍କ ଘର ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ |ବିବାହରେ ବାଧା ସୃଷ୍ଟି ହେବ |
- ଯଦି ରାଜମାର୍ଗ ସିଧା ଗୃହମଧ୍ୟକୁ ପ୍ରବେଶ କରିଥାଏ କିମ୍ବା ଦ୍ୱାରବେଧ ଥାଏ,ତେବେ ଝରକା ବା କବାଟ ବାହାରପଟେ ଦର୍ପଣ ଲଗାଇ ଦ୍ୱାରବେଧର କୁପ୍ରଭାବକୁ ନଷ୍ଟ କରାଯାଇପାରେ |
- ଦର୍ପଣ ଅତି ଛୋଟ ହେଲେ କିମ୍ବା ଦର୍ପଣରେ ବ୍ୟକ୍ତିର ଶିର ଦେଖାନଗଲେ ଗୃହ ସ୍ୱାମୀର ଶିରରୋଗ,ମୁଣ୍ଡବ୍ୟଥା ହୁଏ |
- ଦର୍ପଣ ଅବଶ୍ୟକତାଠାରୁ ଅଧିକ ବଡ଼ ହେଲେ ଗୃହସ୍ୱାମୀ ଅସୁସ୍ଥ ରହେ | ତେଣୁ ସବୁ ଜାଗାରେ ଉପଯୁକ୍ତ ଆକାରର ଦର୍ପଣ ଲଗାଇବା ଉଚିତ |
- ଦର୍ପଣକୁ ସବୁବେଳେ ଉତ୍ତର,ଐଶାନ୍ୟ କିମ୍ବା ପୂର୍ବ ଦିଗରେ ଲଗାଇଲେ ଶୁଭଫଳ ମିଳେ | ଉତ୍ତର କିମ୍ବା ପୂର୍ବପଟ କାନ୍ଥରେ ବର୍ଗାକାର,ଆୟତାକାର ଅଷ୍ଟଭୁଜାକାର ଦର୍ପଣ ଲଗାଇବା ଉଚିତ |
- ଦର୍ପଣ ଯେତେ ହାଲୁକା ହେବ ତାର ପ୍ରଭାବ ସେତେ ଅଧିକ ହେଵ |
- ଦର୍ପଣ ଭାଙ୍ଗିବା ଶୁଭ ହୋଇଥାଏ | କିନ୍ତୁ ଫଟା ଦର୍ପଣରେ ମୁହଁ ଦେଖିବ ନାହିଁ |
- ବାସଗୃହ କିମ୍ବା ଦୋକାନର ଐଶାନ୍ୟ କୋଣରେ ଦର୍ପଣ ଲଗାଇଲେ ଆୟବୃଦ୍ଧି ହୁଏ |ଐଶାନ୍ୟକୋଣ ଛାତ ତଳେ ଦର୍ପଣ ଲଗାଇବ ନାହିଁ | ଚଟାଣର ତିନିଫୁଟ ଉପରେ ଉଭୟପଟ କାନ୍ଥରେ ଚାରିଫୁଟ ଉଚ୍ଚତାର ଦର୍ପଣ ଲଗାଇବ |
- ଗୃହ ନିର୍ମାଣ ସମୟରେ ବାୟବ୍ୟ କୋଣ ହ୍ରାସ ହୋଇଥିଲେ | ହ୍ରାସ ହୋଇଥିବା ଭାଗର ପୁରା ଉତ୍ତର ପଟ କାନ୍ଥରେ ଚାରିଫୁଟ ଚଉଡାର ଦର୍ପଣ (ଉପରୁ ତଳକୁ) ଲଗାଇବ |
- ଗୃହ ନିର୍ମାଣ ସମୟରେ ଐଶାନ୍ୟକୋଣ ନୈଋତ କୋଣଠାରୁ ଉଚ୍ଚ ହୋଇଥିଲେ ଐଶାନ୍ୟ କୋଣ ଚଟାଣରେ ଫୁଟେ ଚଉଡ଼ାର ଦର୍ପଣ ଲଗେଇଲେ ଦୋଷ ଖଣ୍ଡନ ହୁଏ | କବାଟରେ ଭିତର ପଟେ ଦର୍ପଣ ଲଗାଇବା ଅନୁଚିତ | ଯଦି ଏହା ଐଶାନ୍ୟ କୋଣରେ ଥାଏ ତେବେ ଲଗାଇପାରିବେ |
- ଡ଼ାଇନିଙ୍ଗ ଟେବୁଲ ନିକଟରେ ଦର୍ପଣ ଲଗାଇବା ଶୁଭ |ଖାଦ୍ୟ ପଦାର୍ଥର ଛବି ପ୍ରତିବିମ୍ବିତ ହେଲେ ସ୍ୱାସ୍ଥ୍ୟ ଓ ସୌଭାଗ୍ୟ ହୁଏ |
- ଶୋଇବା ଖଟ ନିକଟରେ ଥିବା ଦର୍ପଣରେ ଶୋଇଥିବା ଅବସ୍ଥାରେ ପ୍ରତିବିମ୍ବ ଦେଖା ନଯିବା ଉଚିତ |
0 Comments
Do you have any doubts or suggestions? Ask them here in the comments!