ଗ୍ରୁହୁଣୀ ମାନେ ଜାଣିବା ଆବଶ୍ୟକ

ଗୃହୁଣୀ ମାନେ ଜାଣିବା ଆବଶ୍ୟକ


Image Source - Freepik

  • ଭେଣ୍ଡିକୁ ଧୋଇ ଫ୍ରିଜ୍‌ରେ ରଖନ୍ତୁନାହିଁ। ଏହା ଦ୍ୱାରା ଭେଣ୍ଡି ଟାଣ ହୋଇଯାଏ।
  • ତରକାରିରେ ଅଧିକ ହଳଦି ପଡ଼ିଗଲେ, ଲୁହା ଖଡ଼ିକା ଗରମ କରି ପକାଇଦିଅନ୍ତୁ |କଦଳୀପତ୍ର ଖଣ୍ଡେ ପକାଇଦେଲେ ମଧ୍ୟ ହଳଦି ଟାଣିନିଏ।
  • ଖିର ଛିଡ଼ିଯିବାର ଭୟ ଥିଲେ, ଟିକିଏ ଚିନି ପକାଇ ଫୁଟାନ୍ତୁ |
  • ଚାଉଳ, ବଡ଼ିରେ ଶୁଖିଲା ଲଙ୍କା ପକାଇଲେ ପୋକ ଲାଗେନାହିଁ।
  • ତେଲ ଥଣ୍ଡା ଥିବା ଅବସ୍ଥାରେ,ଲେମ୍ଭୁ ଚିପୁଡ଼ି ଦେଇ ଗରମ କରି, ପୁରୀ ଛାଣିଲେ। ପୁରୀ ତେଲିଆ ଲାଗେନାହିଁ।
  • କଦଳୀ କାଟିବା ପରେ ଟିକିଏ ଲେମ୍ଭୁ ରସ ପକାଇଦିଅନ୍ତୁ | ଏହା ଦ୍ଵାରା କଦଳୀ କଳାନାହିଁ |
  • ପିଆଜ କାଟିବା ବେଳେ ପାଖରେ ମହମବତି ଜଳାଇରଖିଲେ, ଆଖି ପୋଡେନାହିଁ। 
  • ପୋଷାକରେ ଚିୱଗମ ଲାଗିଥିଲେ ବରଫ ଘଷନ୍ତୁ, ବାହାରିଯିବ। 

ସୁପ୍‌ ବନେଇବା ବେଳେ...


Image Source - Food Network

  • ଗାଜର ସୁପ୍‌ ପ୍ରସ୍ତୁତ କରୁଥିଲେ ସେଥିରେ ଅଦା, ରସୁଣ, ଗୋଲମରିଚ ଏବଂ ଲେମ୍ବୁ ରସ ମିଶାନ୍ତୁ।
  • ମଟର ସୁପ୍‌ ପ୍ରସ୍ତୁତ କରୁଥିଲେ ସେଥିରେ ଅଳ୍ପ ମାତ୍ରାରେ ପୋଦିନା ପତ୍ର ପକାନ୍ତୁ।
  • ବ୍ରୋକଲି ସୁପ୍‌ ରେ ଅଦା ମିଶାଇ ସୁପ୍‌ ପ୍ରସ୍ତୁତ କରନ୍ତୁ।
  • ଟମାଟ ସୁପ୍‌ ରେ ଅଦା ଏବଂ ରସୁଣ ଦୁଇଟି ଫ୍ଲେବର ଭଲ ଲାଗିଥାଏ। ଏହା ପ୍ରସ୍ତୁତ ହେବା ପରେ ସେଥିରେ କିଛି କଟା ଧନିଆ ପତ୍ର ମିଶାଇ ସେବନ କରନ୍ତୁ।
  • ଡ଼ାଲିରେ ସୁପ୍‌ ପ୍ରସ୍ତୁତ କରୁଥିଲେ ସେଥିରେ ଆପଣ ଭୁଷଙ୍ଗ ପତ୍ର ଏବଂ ସୋରିଷରେ ଛୁଙ୍କ ଲଗାନ୍ତୁ। ଏପରି କରିବା ଦ୍ୱାରା ସୁପ୍‌ ସ୍ଵାଦିଷ୍ଟ ଲାଗିଥାଏ।

ତରକାରୀ ରାଗ ହୋଇ ଯାଇ ଥିଲେ ଏହି ଉପାୟ ଆପଣାନ୍ତୁ ...

Image Source - Daily Record

  • ଯଦି ଆପଣ ଫୁଟା କିମ୍ବା ସିଝା ତରକାରୀ ପ୍ରସ୍ତୁତ କରୁଛନ୍ତି ଏବଂ ଏଥିରେ ରାଗ ଅଧିକ ହୋଇଯାଏ ତେବେ ସେଥିରେ ଘିଅ ମିଶାଇ ପାରିବେ | ଏହାଦ୍ୱାରା  ତରକାରୀର ସ୍ୱାଦ ଠିକ ହୋଇ ଯାଇଥାଏ।
  • ପରିବା ତରକାରୀରେ ରାଗ କମ୍‌ କରିବା ପାଇଁ ସେଥିରେ ଟମାଟୋ କାଟି ମିଶାଇ ଦିଅନ୍ତୁ। କିନ୍ତୁ ଟମାଟୋକୁ ପରିବାରେ ମିଶାଇବା ପୂର୍ବରୁ ତାହାକୁ ସାମାନ୍ୟ ଭାଜି ଦିଅନ୍ତୁ।
  • ଯଦି ଆପଣ ତରକାରୀର ରାଗକୁ କମ୍‌ କରିବା ପାଇଁ ଚାହୁଁଛନ୍ତି ଏବଂ ତାହାକୁ ରିଚ୍ ଟେଷ୍ଟ ଦେବାକୁ ଚାହୁଁଛନ୍ତି ତେବେ ସେଥିରେ ମଲାଇ, କ୍ରିମ, ଦହି ମଧ୍ୟ ମିଶାଇ ପାରିବେ |
  • ଆପଣ ବେସନ ଦ୍ୱାରା ମଧ୍ୟ ରାଗ କମ୍‌ କରିପାରିବେ। କିନ୍ତୁ ଏହା ଧ୍ୟାନ ରଖିବେ ସେ କଞ୍ଚା ବେସନ ତରକାରୀରେ ପକାଇବେ ନାହିଁ। ତରକାରୀରେ ପକାଇବା ପୂର୍ବରୁ ତାହାକୁ ସାମାନ୍ୟ ଭାଜି ଦିଅନ୍ତୁ ଏବଂ ଏହାପରେ ତରକାରୀରେ ପକାନ୍ତୁ।
  • ଆଳୁକୁ ପରିବା ମଧ୍ୟରେ ରାଜା କୁହାଯାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଏହାଦ୍ୱାରା ତରକାରୀର ରାଗ ମଧ୍ୟ କମ୍‌ ହୋଇପାରିବ। ତରକାରୀର ରାଗକୁ କମ୍‌ କରିବା ପାଇଁଆଳୁକୁ ଚକଟି ତରକାରୀରେ ପକାଇ ଦିଅନ୍ତୁ । 

Post a Comment

0 Comments