ବାର ଅନୁସାରେ ଦ୍ରବ୍ୟ କିଣା

ବାର ଅନୁସାରେ ଦ୍ରବ୍ୟ କିଣା 

ସାଧାରଣତଃ ସବୁ ଲୋକଙ୍କୁ ନୂଆ ନୂଆ ଜିନିଷ କିଣିବାକୁ ବହୁତ ଭଲ ଲାଗେ । ବିଶେଷ କରି ଝିଅମାନଙ୍କୁ ବେଶି ସପିଂ କରିବାକୁ ଭଲ ଲାଗିଥାଏ ସେମାନେ ନିଜ ମନପସନ୍ଦରପୋଷାକ, ଘର ସାଜସଜ୍ମା ଦ୍ରବ୍ୟ କିଣି ଥାଆନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନିର୍ଦ୍ଧିଷ୍ଟ  ବାରରେ କିଣାକିଣି କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଜାଣିବା ବାର ଅନୁଯାୟୀ ଆପଣଙ୍କୁ କ'ଣ କିଣିବା ଉଚିତ ।



ରବିବାର - ଏହି ବାରରେ ସୂର୍ଯ୍ୟଦେବତାଙ୍କ ପୂଜା କରାଯାଏ।  ସମ୍ପୂର୍ଣ୍ଣ ରୂପେ   ସୂର୍ଯ୍ୟଦେବତାଙ୍କୁ ଏହି ଦିନରେ ସମର୍ପଣ କରାଯାଏ। ତେଣୁ ଏହି ଦିନ ଲାଲ ରଙ୍ଗ କିମ୍ବା ହଳଦିଆ ରଙ୍ଗର ପୋଷାକ କିଣିବା ଉଚିତ।


ସୋମବାର - ସୋମବାର ପ୍ରଭୁ ଶିବଙ୍କର ବାର ଅଟେ। ତେଣୁ ଘରର ସାଜସଜ୍ଜା ନିମନ୍ତେ ଦ୍ରବ୍ୟ କିଣିବା ଉଚିତ ।


ମଙ୍ଗଳବାର - ମଙ୍ଗଳବାରରେ ଚମଡାର କୌଣସି ଜୋତା କିଣିବା ଉଚିତ ନୁହେଁ | କିନ୍ତୁ  ଯେକୌଣସି ପୋଷାକ କିଣି ପାରିବେ ।


ବୁଧବାର - ଏହି ଦିନ ରୋଷେଇ ଘର ନିମନ୍ତେ କିଛି ସାମଗ୍ରୀ ଆପଣ କିଣିପାରିବେ ।


ଗୁରୁବାର - ଗୁରୁବାର ଦିନ ଯେକୌଣସି ବୈଦ୍ୟୁତିକ ଜିନିଷ ଘର ପାଇଁ କିଣିପାରିବେ |


ଶୁକ୍ରବାର - ଶୁକ୍ରବାର ଦିନ ନିଜ ପାଇଁ ପ୍ରସାଧନ ସାମଗ୍ରୀ କିଣିବା ଉତ୍ତମ ଅଟେ ।




ଶନିବାର - ଶନିବାର ଦିନ ଚମଡା ଜୋତା କିଣିବା ଅନୁଚିତ। ଏହି ଦିନ କଳା ରଙ୍ଗର ପୋଷାକ କିଣି ପାରିବେ | ଘର ପାଇଁ ନୂଆ ଝାଡୁ ଆଣିବା ଶୁଭ ହୋଇଥାଏ |


ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଲା ତେବେ ଏହାକୁ ନିଶ୍ଚିତ Share କରନ୍ତୁ ଓ ଯଦି ଆପଣ ଏହିପରି ନୂଆ ପୋଷ୍ଟ ପଢିବାକୁ ଚାହାଁନ୍ତି ତେବେ ସେହି ଘଣ୍ଟି Icon କୁ press କରି Subscribe କରନ୍ତୁ |  

Post a Comment

0 Comments