ତେବେ ଆସନ୍ତୁ ଜାଣିବା ସେ ସବୁ ବାସ୍ତୁ ଜିନିଷ କଣ ଯାହାକୁ ଶୋଇବା ସମୟରେ ନିଜଠାରୁ ଦୂରରେ ରଖିବା :
- ଖଟ ପାଖରେ ପାଣି ପାତ୍ର ରଖନ୍ତୁ ନାହିଁ। ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗିଥାଏ ଓ ସ୍ଵାୟୁଦୋଷ ଉତ୍ପତ୍ତି ହୋଇଥାଏ।
- ଶୋଇବା ବେଳେ ଭୁଲ୍ରେ ବି ନିଜ ପର୍ସ କିମ୍ବା ଔଷଧ କୁ ତକିଆ ପାଖରେ ରଖି ଶୁଅନ୍ତୁ ନାହିଁ |
- ଶୋଇବା ପୂର୍ବରୁ ଖଟ ପାଖରେ ଚପଲ ରଖୁବା ଅନୁଚିତ୍ ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ |
- ଶୋଇବା ସମୟରେ ମୋବାଇଲ୍, ଲାପ୍ଟପ୍ ଆଦି ଖଟ ଉପରେ ରଖନ୍ତୁ ନାହିଁ।
- ଶୋଇବା ସମୟରେ ପାଖରେ କୌଣସି ଚାବି ରଖନ୍ତୁ ନାହିଁ।
- ଶୋଇବା ସମୟରେ ପାଖରେ ଆଇନା ରଖନ୍ତୁ ନାହିଁ। ଏହାଦ୍ୱାରା ରୋଗ ବଢିଥାଏ ଏବଂ ଦାମ୍ପତ୍ୟ କଳହ ସୃଷ୍ଟି ହୁଏ।
- ଏହା ସହ ତେଲ ବୋତଲ ପାଖରେ ରଖି ଶୋଇବା ଅନୁଚିତ୍ । କାରଣ ଏହା ଦ୍ୱାରା ବିଭିନ୍ନ ପ୍ରକାରର କଷ୍ଟ ଭୋଗିବାକୁ ପଡିପାରେ।
ଖଟ ତଳେ ରଖିବା ଉଚିତ୍ ନୁହେଁ।``````````````````
ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ଯେଉଁ ଶଯ୍ୟା ଉପରେ ଜଣେ ବ୍ୟକ୍ତି ଶୋଇଥାଏ, ତାହା ଜୀବନରେ ବିଶେଷ ମହତ୍ତ୍ୱ ରଖେ। ସ୍ୱାସ୍ଥ୍ୟ ଓ ମନ ଉପରେ ଏହାର ବିଶେଷ ପ୍ରଭାବ ଥିବାରୁ ଏହା ସହ ଜଡ଼ିତ ବାସ୍ତୁ ନିୟମ ପାଳନ କରିବା ଆବଶ୍ୟକ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ର ବିଶେଷଜ୍ଞମାନେ କହିଛନ୍ତି ଯେ କିଛି ଜିନିଷକୁ ଖଟ ତଳେ ରଖିବା ଉଚିତ୍ ନୁହେଁ। ଏହାର କାରଣ ହେଉଛି, ବାସ୍ତୁ ତ୍ରୁଟି ଯୋଗୁଁ ସୁଖ ଓ ଶାନ୍ତି ଦୂର ହୋଇଯାଏ ଓ ଘରେ ଆର୍ଥିକ ସଙ୍କଟ ସୃଷ୍ଟି ହୁଏ। କେଉଁ ଜିନିଷକୁ ଖଟ ତଳେ ରଖିବା ଉଚିତ୍ ନୁହେଁ ଆସନ୍ତୁ ଜାଣିବା।
ଅନେକ ବ୍ୟକ୍ତିଙ୍କର ମୁଣ୍ଡ ପାଖରେ କିଛି ଖାସ ଜିନିଷ ରଖି ଶୋଇବାର ଅଭ୍ୟାସ ରହିଥାଏା ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କିନ୍ତୁ ସେହି ଜିନିଷର ନକାରାତ୍ମକ ପ୍ରଭାବ ଆମ ଜୀବନରେ ପଡ଼ିଥାଏା ଏହା ଆମେ କହୁନାହୁଁ ବରଂ ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅନେକ ତଥ୍ୟରୁ ଜଣାପଡ଼ିଛିା ମାନସିକ ଏବଂ ଶାରୀରିକ ଶାନ୍ତି ପାଇଁ ଶୋଇବା ସମୟରେ ମୁଣ୍ଡ ପାଖରେ କିଛି ନିର୍ଦ୍ଦିଷ୍ଟ ଜିନିଷ ନରଖିବା ଉଚିତ୍ା
ଆମର ଶାସ୍ତ୍ରରେ ରାତିରେ ଶୋଇବା ଠାରୁ ଆରମ୍ଭ କରି ସକାଳ ଉଠିବା ପର୍ୟ୍ୟନ୍ତ କରାଯାଇଥିବା ସବୁ କାର୍ୟ୍ୟ ବିଷୟରେ ମହତ୍ୱପୂର୍ଣ୍ଣ ଜ୍ଞାନ ଦିଆଯାଇଛି। ଯାହା ଆଜିକାଲିର ବୈଜ୍ଞାନିକ ଦୃଷ୍ଟି କୋଣରୁ ବି ଲାଭକାରୀ ହୋଇଥାଏ। ଯାହା ଆମର ପ୍ରାଚୀନ ଋଷି ମୁନି ମାନେ କହିଥିଲେ। ତାହା ବିଜ୍ଞାନ ଆଜି ଆମକୁ କହୁଛି। ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଆମ ଦ୍ୱାରା ବହୁତ କିଛି ଭୁଲ ହୋଇଥାଏ ଯାହା ଦ୍ୱାରା ଆମର ଜୀବନରେ ବିପଦ ଆସିବା ଆରମ୍ଭ ହୋଇଯାଏ ।
ମନୁଷ୍ୟକୁ ଶୋଇବା ସମୟରେ ନିଜ ପାଖରେ କୌଣସି ଏମିତି କିଛି ଜିନିଷ ବିଲକୁଲ ବି ରଖିବା ଉଚିତ ନୁହେଁ ଯାହା ଆମ ଜୀବନରେ ନକରାତ୍ମକ ଉର୍ଜା ଆଣିବ । ଆଉ ଏହା କେବଳ ଆମର ଜୀବନ ନୁହେଁ ବରଂ ଆମ ଗ୍ରହ ଉପରେ ବି ଖରାପ ପ୍ରଭାବ ପକାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ଏହି ଜିନିଷ ଯଦି କେହି ନିଜ ପାଖରେ ରଖି ଶୁଏ, ତେବେ ସେମାନଙ୍କ ଜୀବନରେ ଆର୍ଥିକ ସଙ୍କଟ ଆସିବାକୁ ଲାଗିଥାଏ ତାହାର ପରିବାରରେ କ୍ଳେଶ ବଢିବାକୁ ଲାଗିଥାଏ କିମ୍ବା ଝଗଡା ବଢିବାକୁ ଲାଗିଥାଏ । ତାହେଲେ ଚାଲନ୍ତୁ ଜାଣିବା କେଉଁ କେଉଁ ଜିନିଷ ରାତିରେ ଶୋଇବା ସମୟରେ ପାଖରେ ରଖିବା ଉଚିତ୍ ନୁହେଁ ।
-ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ପର୍ସ ବା ଟଙ୍କା ରଖି ଶୁଅନ୍ତୁ ନାହିାଁ କାରଣ ଏହାର ନକାରତ୍ମକ ପ୍ରଭାବ ଆମ ଭବିଷ୍ୟତରେ ପଡିଥାଏା ଏହା ଦ୍ବାରା ଅର୍ଥ ସମ୍ବନ୍ଧୀୟ ଅସୁବିଧା ଦେଖା ଦେଇଥାଏା
-ଅଧିକାଂଶ ଯୁବକ-ଯୁବତୀଙ୍କୁ ମୁଣ୍ଡ ପାଖରେ ଫୋନ ରଖି ଶୋଇବା ଭଳି ଖରାପ ଅଭ୍ୟାସ ରହିଥାଏା ଏହି କାରଣରୁ ମୋବାଇଲରୁ ବାହାରିଥିବା ତରଙ୍ଗ ମସ୍ତିଷ୍କରେ ପହଞ୍ଚି ଏହା ଉପରେ ଖରାପ ପ୍ରଭାବ ପକାଇଥାଏା ଯାହା ଫଳରେ ଚିଡଚିଡାପଣ, ମୁଣ୍ଡବିନ୍ଧା, ମାନସିକ ଅଶାନ୍ତି ଆଦି ସ୍ତିତିର ସାମ୍ନା କରିବାକୁ ପଡିଥାଏା ଏଣୁ ଭୁଲରେ ମଧ୍ୟ ମୁଣ୍ଡ ପାଖରେ ମୋବାଇଲ ରଖି ଶୁଅନ୍ତୁ ନାହିାଁ
-କିଛି ଲୋକଙ୍କର ରାତିରେ ବହି ବା ପେପର ପଡି ଶୋଇବା ଅଭ୍ୟାସ ରହିଥାଏା ଫଳରେ ନିଦ ଲାଗିବା ଦ୍ବାରା ଟକିଆ ତଳେ ବହି ବା ପେପର ରଖି ଶୋଇପଡିଥାନ୍ତିା ଏହି ଅଭ୍ୟାସ ଆପଣଙ୍କ ଜୀବନରେ ଖୁବ ଖରାପ ପ୍ରଭାବ ପକାଇଥାଏା
-କିଛି ବ୍ୟକ୍ତି ନିଜ ଖଟ ତଳେ ଚପଲ ରଖି ଶୋଇପଡିଥାନ୍ତିା ଏହା ଦ୍ବାରା ଜୀବନରେ ନକାରତ୍ମକ ପ୍ରଭାବ ପଡିଥାଏା ଏପରିକି ଏହାର ପ୍ରଭାବ ଦ୍ବାରା ସ୍ବାସ୍ଥ୍ୟ, ଧନ ଆଦି ଉପରେ ଖରାପ ପ୍ରଭାବ ପକାଇଥାଏା
ଶୋଇବା ସମୟରେ ପାଣି ରଖି ଶୋଇଲେ ବ୍ୟକ୍ତିର ଚନ୍ଦ୍ରମା ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ବି ପଡିଥାଏ।
ଯେଉଁ ସ୍ଥାନରେ ଶୋଇଥାନ୍ତି ତା ସାମ୍ନାରେ ଆଇନା କେବେବି ରଖନ୍ତୁ ନାହିଁ। ଶୋଇବା ସମୟରେ ନିଜର ଛବି ଆଇନାରେ ନଦେଖିବା ଉଚିତ। ଆଉ ସକାଳୁ ଉଠିବା ପରେ ଆଇନାରେ ଛବି ନଦେଖିବା ଉଚିତ। ଏହା ଦ୍ବାରା ବ୍ୟକ୍ତିର ଡର ଏବଂ ଭ୍ରମ ଜନ୍ମ ହୋଇଥାଏ ଏବଂ ଖରାପ ସ୍ୱପ୍ନ ବି ଆସିଥାଏ ।
ବୈଦ୍ୟୁତିକ ସାମଗ୍ରୀ
ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ଖଟ ତଳେ ରଖିବା ଉଚିତ୍ ନୁହେଁ। ଏହା ବାସ୍ତୁ ତ୍ରୁଟି ସୃଷ୍ଟି କରେ ଯାହା ମାନସିକ ସ୍ୱାସ୍ଥ୍ୟକୁ ଖରାପ କରିଥାଏ। ଏହା ସହିତ, ନିଦ ନହେବା ସମସ୍ୟା ଆରମ୍ଭ ହୁଏ।
ପୋଷାକର ବ୍ୟାଗ
ପ୍ରାୟତଃ ଲୋକମାନେ ଛିଣ୍ଡିଯାଇଥିବା ପୋଷାକକୁ ଭର୍ତ୍ତି ବ୍ୟାଗକୁ ଖଟ ତଳେ ରଖନ୍ତି। ବାସ୍ତୁ ଅନୁସାରେ ଏହା ଠିକ ନୁହେଁ। ନକାରାତ୍ମକ ଶକ୍ତି ଘରେ ବ୍ୟାପିବା ଆରମ୍ଭ କରେ। କେବଳ ଏତିକି ନୁହେଁ, ଏହି ବାସ୍ତୁ ଦୋଷ ଘରର ସୁଖ ଓ ଶାନ୍ତି ନଷ୍ଟ କରିଥାଏ।
କଳଙ୍କି ଲୁହା ଓ ପ୍ଲାଷ୍ଟିକ୍ ଜିନିଷ
ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, କୌଣସି କଳଙ୍କିତ ଲୁହା ବସ୍ତୁକୁ ଖଟ ତଳେ ରଖିବା ଉଚିତ୍ ନୁହେଁ, କାରଣ ଏହା ଦ୍ୱାରା ହୋଇଥିବା ବାସ୍ତୁ ତ୍ରୁଟି ଘରେ ଭୟଙ୍କର ଆର୍ଥିକ ସଙ୍କଟ ଆଣିଥାଏ। ଏହା ବ୍ୟତୀତ ପ୍ଲାଷ୍ଟିକ୍ ଜିନିଷକୁ ଖଟ ତଳେ ରଖିବା ମଧ୍ୟ ବାସ୍ତୁ ତ୍ରୁଟିର ଆଶଙ୍କା ସୃଷ୍ଟି କରେ।
ଝାଡ଼ୁ
ଖଟ ତଳେ ଗୋଟିଏ ଝାଡ଼ୁ ରଖିବା ମଧ୍ୟ ଅଶୁଭ ଅଟେ। ଖଟ ତଳେ ଝାଡ଼ୁ ରଖିବା ମନ ଓ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସହିତ ଆର୍ଥିକ ସମସ୍ୟା ଘରେ ରହିଥାଏ। ପରିବାର ସଦସ୍ୟ ଅସୁସ୍ଥ ହେବା ଆରମ୍ଭ କରନ୍ତି।
ଅଳଙ୍କାର, କାଚ, ଜୋତା ଓ ତେଲ
ସୁନା, ରୂପା କିମ୍ବା ଅନ୍ୟାନ୍ୟ ଧାତୁର ଅଳଙ୍କାରକୁ କେବେ ବିଛଣା ତଳେ ରଖିବା ଉଚିତ୍ ନୁହେଁ। ଶଯ୍ୟା ତଳେ ଜୋତା ଓ ଚପଲ ରଖିଲେ ଘରକୁ ନକାରାତ୍ମକ ଶକ୍ତି ଆସିଥାଏ। ଏହା ବ୍ୟତୀତ ବିଛଣା ତଳେ କୌଣସି ପ୍ରକାରର ଗ୍ଲାସ ଓ ତେଲକୁ ମଧ୍ୟ ରଖିବା ଉଚିତ୍ ନୁହେଁ। କାରଣ ସେଗୁଡ଼ିକ ବାସ୍ତୁ ଦୃଷ୍ଟିରୁ କ୍ଷତିକାରକ।
-ତାଛଡ଼ା ବିବାହ ଯୋଗ୍ୟ ଯୁବତୀ ଓ ଯୁବକଙ୍କ ଖଟ ତଳେ ଅଳିଆ ଆବର୍ଜନା କିମ୍ବା ଲୁହାର କୌଣସି ଜିନିଷ ରଖିଲେ ସେମାନଙ୍କ ବିବାହରେ ସମସ୍ୟା ମଧ୍ଯ ଦେଖାଦେଇଥାଏ ।
ଦୁଃସ୍ୱପ୍ନ ବାରମ୍ବାର ଆସିଥାଏ
କେତେଜଣଙ୍କୁ ଦୁଃସ୍ୱପ୍ନ ବାରମ୍ବାର ଆସିଥାଏ । ବାସ୍ତୁବିତଙ୍କ ମତରେ କେତୋଟି ସରଳ ଉପାୟ ମାନିଲେ , ଏହି ଦୁଃସ୍ୱପ୍ନରୁ ରକ୍ଷା ପାଇପାରିବେ |
-ପ୍ରଥମେ ଦେଖନ୍ତୁ ଖଟଟି ସଠିକ ସ୍ଥାନରେ ଅଛି କି ନାହିଁ | ଯେଉଁ ପାଖକୁ ଆପଣ ମୁଣ୍ଡ ରଖିଶୋଉଚନ୍ତି, ସେହି ଦିଗ ସିଧା ଯେପରି ଶୌଚାଳୟ ନ ଥିବ | ଶୌଚାଳୟ କିମ୍ବା ସ୍ନାନାଗାର ଥିଲେ , ବାରମ୍ବାର ଦୁଃସ୍ୱପ୍ନ ଆସେ | ଏଣୁ ନିଜ ଶୋଇବାର ଦିଗ ପରିବର୍ତ୍ତନ କରନ୍ତୁ |
-ବାସ୍ତୁବିତଙ୍କ ମତରେ ଶୋଇବା ସମୟରେ ଅଧିକାଂଶ ମହିଳା ନିଜ କେଶ ଖୋଲାରଖି ଶୁଅନ୍ତି | ଏପରି ଆରାମ ଲାଗୁଥିଲେ ସୁଦ୍ଧା କେଶ ବାନ୍ଧି ଶୋଇବା ଉଚିତ | କେଶ ଖୋଲି ଶୋଇଲେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇ ଦୁଃସ୍ଵପ୍ନ ଆସେ |
-ଅନ୍ୟ ଏକ ମୁଖ୍ୟ କଥା ଯେ ଶୟନ କକ୍ଷକୁ ଯେତେ ପରିସ୍କାର ରଖିପାରିବେ | ସଫା ବିଛଣାରେ ଶୋଇବାର ଅଭ୍ୟାସ କରିବା ଉଚିତ |
-ନିଜ ଖଟ ତଳେ ବିଭିନ ପ୍ରକାର ଜିନିଷ ରଖିଲେ ମଧ୍ଯ ଦୁଃସ୍ଵପ୍ନ ଆସୁଥିବାର ପ୍ରକାଶ । ଖଟ ତଳେ କେବେହେଲେ ଜୋତା ରଖିବେ ନାହିଁ , ଏହି କଥାକୁ ଧ୍ୟାନରେ ରଖନ୍ତୁ |
-ପ୍ରତି ୨ ,୩ ଦିନରେ ଥରେ ନିଜ କକ୍ଷକୁ ଲୁଣ ମିଶା ପାଣିରେ ପୋଛିବା ଜରୁରୀ | ଏହିପରି କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ |
-ଦୁଃସ୍ବପ୍ନ ବାରମ୍ବାର ଆସୁଥିଲେ , ଆପଣ ଗୁଜୁରାତି ର ମଞ୍ଜିକୁ ପ୍ରୟୋଗ କରନ୍ତୁ | ଗୋଟିଏ ଗୁଜୁରାତିର ମଞ୍ଜିକୁ ତକିଆ ଭିତରେ ରଖି ସେହି ତକିଆରେ ମୁଣ୍ଡ ଦେଇ ଶୁଅନ୍ତୁ | ଦେଖିବେ ଆପଣଙ୍କ ସମସ୍ୟା ଶୀଘ୍ର ଦୂର ହୋଇଯିବ |






0 Comments
Do you have any doubts or suggestions? Ask them here in the comments!