ସିଜରିଆନ ଡେଲିଭରି ପରେ ମାସିକ ଧର୍ମରେ ହୋଇଥାଏ ଏହି ପରିବର୍ତ୍ତନ

ସିଜରିୟାନ ଡେଲିଭରି ପରେ ମାସିକ ଧର୍ମରେ ହୋଇଥାଏ ଏହି ପରିବର୍ତ୍ତନ   

ମହିଳାମାନେ ନିଶ୍ଚୟ  ଜାଣନ୍ତୁ ଏହି ବିଷୟରେ..... 

  • ସାମାନ୍ୟ ଡେଲିଭରି ବ୍ୟତୀତ ଯଦି କୌଣସି ଛୁଆର ଜନ୍ମ ସର୍ଜରୀ ଦ୍ୱାରା  ହୋଇଥାଏ, ତେବେ ଏହି ପ୍ରକ୍ରିୟାକୁ ସିଜରିୟାନ ଡେଲିଭରି କୁହାଯାଏ | 
  • ଏହି ପ୍ରକ୍ରିୟାରେ ଗର୍ଭବତୀ ମହିଳାଙ୍କ ପେଟର ତଳ ଭାଗ ଓ ଗର୍ଭାଶୟରେ ଛେଦନ (ଚିରା) କରାଯାଇ ଶିଶୁର ଜନ୍ମ  କରାଯାଇଥାଏ | ସିଜରିୟାନ ଡେଲିଭରିରେ ଛୁଆ ଓ ମାଆକୁ ବହୁତ ବିପଦ ରହିଥାଏ |
  • ସାମାନ୍ୟ ଡେଲିଭରି ତୁଳନାରେ ସିଜରିୟାନ ଡେଲିଭରିରେ ମହିଳାଙ୍କ ଶରୀରରେ ବହୁତ କିଛି ପରିବର୍ତ୍ତନ ଆସିଥାଏ | ହରମୋନରେ ପରିବର୍ତ୍ତନ ଆସିଥାଏ ଓ ଘା' ଭରିବାର ପ୍ରକିୟା ଆରମ୍ଭ ହୋଇଥାଏ | 
  • ସିଜରିୟାନ ଡେଲିଭରି ପରେ ମହିଳାଙ୍କୁ ମାସିକ ଧର୍ମ(ପିରିୟଡ଼) ସମ୍ଭଦ୍ଧିତ  ବହୁତ ଅସୁବିଧା ହୋଇଥାଏ |
  • ସିଜରିୟାନ ଡେଲିଭରି ପରେ ହେଉଥିବା ସମସ୍ୟା ଗୁଡ଼ିକୁ ଧ୍ୟାନରେ ରଖି  ଆଜି ଆମେ ମାସିକ ଧର୍ମ (ପିରିୟଡ଼) ବିଷୟରେ ବିସ୍ତାର ପୂର୍ବକ ଆପଣଙ୍କୁ କିଛି ତଥ୍ୟ କହିବୁ । 
  • ଏହା ସହିତ ଆମେ ଏହା ବି କହିବୁ ଯେ, ସିଜରିୟାନ ଡେଲିଭରି ପରେ ପିରିୟଡ଼ ହେବାର ସମୟ, ଏରେ ହେବାର ପରିବର୍ତ୍ତନ  ଓ ଏହାର ପ୍ରଭାବ ବିଷୟରେ !

୧- ପିରିୟଡ଼ ଡେରିରେ ହେବା :

ସିଜରିୟାନ ଡେଲିଭରି ପରେ ପ୍ରଥମ ଥର ପିରିୟଡ଼ ଆସିବା ଡେରି ହୋଇପାରେ | ଏପରି ସବୁଥର ହେବା ଜରୁରୀ ନୁହଁ, ବହୁତ ଥର ସିଜରିୟାନ ଡେଲିଭରି ପରେ ପିରିୟଡ଼ ବହୁତ ବା କମ ମଧ୍ୟ ହୋଇଥାଏ |

୨- ହରମୋନରେ ପରିବର୍ତ୍ତନ :

ସିଜରିୟାନ ଡେଲିଭରି ପରେ ମହିଳାଙ୍କ ଶରୀରରେ ବହୁତ କିଛି ପରିବର୍ତ୍ତନ  ଆସିଥାଏ, ଯେଉଁ କାରଣରୁ ପିରିୟଡ଼ରେ ମଧ୍ୟ ପରିବର୍ତ୍ତନ ଆସିବାର ସମ୍ଭାବନା ଥାଏ । ଯଦି ସିଜରିୟାନ ଡେଲିଭରି ହେବାର ୩ ମାସ ଭିତରେ ପିରିୟଡ଼ ହୁଏନାହିଁ, ତେବେ ତୁରନ୍ତ  ଡାକ୍ତରଙ୍କ ସହ ପରାମର୍ଶ  କରିବା ଦରକାର |

୩- ଅଧିକ ରକ୍ତ ସ୍ରାବ  ହେବା :

ସିଜରିୟାନ ଡେଲିଭରି ପରେ ଯଦି ଆପଣଙ୍କର ସାମାନ୍ୟରୁ ଅଧିକ ବା ଅଧିକ ରକ୍ତସ୍ରାବ ହେଉଛି ତେବେ ତୁରନ୍ତୁ ଡାକ୍ତରଙ୍କୁ ଦେଖାଇବା ଉଚିତ । ଏହି ବିଷୟରେ ଜାଣନ୍ତୁ ଓ ଗମ୍ଭୀର ସମସ୍ୟାରୁ ନିଜକୁ ରକ୍ଷା କରନ୍ତୁ ।

୪- ପିରିୟଡ଼ ସମୟରେ ଜ୍ୱର ହେବା :

ଯଦି ସିଜରିୟାନ ଡେଲିଭରି ପରେ ଆପଣଂକୁ ପିରିୟଡ଼ ସମୟରେ ଜ୍ୱର ହୁଏ, ତେବେ ଏହି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ  | ଏହି ସମୟରେ ଜ୍ଵର ହେବା ଦ୍ୱାରା  ଶରୀର ଦୁର୍ବଳ ହୋଇଯାଏ ଓ ଏହା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ ହୋଇପାରେ |

୫- ଲମ୍ବା ସମୟ ପର୍ଯ୍ୟନ୍ତ ପିରିୟଡ଼ ରହିବା :

ଅଧିକାଂଶ ସମୟରେ ଦେଖାଯାଏ ଯେ, ସିଜରିୟାନ ଡେଲିଭରି ପରେ ପିରିୟଡ଼ ଯଦି ୭ ଦିନରୁ ଅଧିକ ରହିଥାଏ, ତେବେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ୭ ଦିନରୁ ଅଧିସମୟ ପିରିୟଡ଼ ରହିବା ଦ୍ୱାରା ଶରୀରରେ ରକ୍ତର ପରିମାଣ କମିଯାଏ ।

Post a Comment

0 Comments