ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ଟେଷ୍ଟ କରନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ଟେଷ୍ଟ କରନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ନିୟମିତ ଭାବେ ଆମକୁ ଶରୀରର ପରୀକ୍ଷା କରିବା ଉଚିତ। ଶରୀରର ଅଙ୍ଗ ଅଲଗା ଅଲଗା ହେବା କାରଣରୁ ମହିଳା ଏବଂ ପୁରୁଷଙ୍କ ପାଇଁ ଅଲଗା ଅଲଗା ଟେଷ୍ଟ ରହିଛି । କାରଣ ଦୁହିଁଙ୍କର ଶାରୀରିକ ଅଙ୍ଗର ପ୍ରକ୍ରିୟା ସହିତ ସେମାନଙ୍କ ଆବଶ୍ୟକତା ମଧ୍ୟ ଅଲଗା ଅଟେ। ଜାଣନ୍ତୁ ମହିଳା ଏବଂ ପୁରୁଷଙ୍କୁ ସୁସ୍ଥ ରହିବାକୁ ହେଲେ କେଉଁ କେଉଁ ଟେଷ୍ଟ କରିବାକୁ ହେବ।



ସ୍କିନ ଟେଷ୍ଟ :
ଅତି କମରେ ବର୍ଷକୁ ଥରେ ଏହି ଟେଷ୍ଟ କରିନେବା ଉଚିତ |ଏହି ଟେଷ୍ଟରେ ସ୍କାଲ୍ପରୁ ନେଇ ପାଦ ଯାଏ ସବୁ ଟେଷ୍ଟ କରିନେବା ଆବଶ୍ୟକ |  ଖାସକରି ବ୍ରଣ ସମୟରେ ଚେହେରାର ରଙ୍ଗ ବଦଳିବା ବେଳେ ଏହି ଟେଷ୍ଟ  ଉଭୟ ମହିଳା ଏବଂ ପୁରୁଷ ଦୁହିଁଙ୍କୁ କରିବାକୁ ହେବ।


ପପ୍‌ ଟେଷ୍ଟ  : 
ଏହି ଟେଷ୍ଟ ମହିଳାଙ୍କୁ କରିବା ଆବଶ୍ୟକ | ଏହା ଦ୍ୱାରା  ସର୍ଭାଇକାଲ କ୍ୟାନ୍ସର ଜଣାଯାଇପାରିବ। ଏହି କ୍ୟାନ୍ସର ଗର୍ଭାଶୟରେ କୋଷିକାର ଅନିୟମିତତା ବୃଦ୍ଧି ଦ୍ୱାରା ହୋଇଥାଏ | ଏହି ଟେଷ୍ଟ ମହିଳାମାନେ ଅତିକମରେ ତିନି ବର୍ଷରେ ଥରେ କରିବାକୁ ପରାମର୍ଶ ଦିଆଯାଇଥାଏ |ଏହାଛଡା ମହିଳାମାନଙ୍କୁ HVP ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଥାଏ |


କୋଲେଷ୍ଟ୍ରଲ ଚେକ୍‌  :
ଏହି ଟେଷ୍ଟ ମହିଳା ଏବଂ ପୁରୁଷ ଦୁଇ ଜଣଙ୍କୁ କରିବା ଆବଶ୍ୟକ। ଏହି ଟେଷ୍ଟ ଅତିକମରେ ଛଅ ବର୍ଷରେ ଥରେ କରାଇବା ଉଚିତ | ଏହା ଦ୍ୱାରା  ଭଲ ଏବଂ ଖରାପ କୋଲେଷ୍ଟ୍ରଲ  ଜଣାପଡିବ।



ବ୍ଲଡ଼ପ୍ରେସର ଚେକ୍‌ 
ଏହି ଚେକଅପ୍‌ ମହିଳା ଓ ପୁରୁଷ ଦୁଇ ଜଣଙ୍କୁ କରାଇବା ଉଚିତ। ଏହାକୁ ବର୍ଷରେ ଥରେ କିମ୍ବା ଦୁଇ ଥର କରାଇନେବା ଆବଶ୍ୟକ |ଏହା ଦ୍ୱାରା ହୃଦୟରେ ପମ୍ପ ଏବଂ ଧମନୀର ଚାପକୁ ମପା ଯାଇଥାଏ। ବ୍ଲଡ଼ପ୍ରେସର ବଢ଼ିବା ଦ୍ୱାରା କିଡନୀ ଫେଲ ଭଳି ସମସ୍ୟାକୁ ଆମନ୍ତ୍ରଣ  କରିଥାଏ।


ଆଖି ଚେକଅପ୍‌ : ଆଖି  ପରୀକ୍ଷା କରିନେବା ମଧ୍ୟ  ଉଭୟ ମହିଳା ଏବଂ ପୁରୁଷ ଦୁହିଙ୍କ ପାଇଁ ବହୁତ ଜରୁରୀ ଅଟେ। ଏହାକୁ ପ୍ରତି ୬ ମାସରେ କରାଇବା ଉଚିତ। ଖାସ କରି ୨୦ ରୁ ୩୦ ବର୍ଷ ମଧରେ ଏହାକୁ ନିୟମିତ କରାଇବା ଆବଶ୍ୟକ | ପରିବାରରେ ଯଦି କାହାକୁ ଏହି ରୋଗ ହୋଇଥାଏ ତେବେ ଏହା ଠାରୁ ସତର୍କ ରୁହନ୍ତୁ।


A1C  ଟେଷ୍ଟ : ଏହା ମଧ୍ୟ ଗୋଟିଏ ପ୍ରକାରର ରକ୍ତ  ପରୀକ୍ଷା କୁହାଯାଏ। ଏହି ଟେଷ୍ଟରେ ଡାଇବେଟିଜ ଚେକ୍‌ କରାଯାଇଥାଏ। ଯେଉଁଥିରେ ବ୍ଲଡରେ ଥିବା ଗ୍ଲୁକୋଜକୁ ମପା ଯାଇଥାଏ। ଏହାକୁ ସବୁ ତିନି ମାସରେ କରିବା ଉଚିତ। ଏହି ଚେକଅପକୁ ରେଗୁଲାର କରିବାର ପରାମର୍ଶ ୪୫ ବର୍ଷ ବୟସରୁ ଦିଆଯାଇଥାଏ। ଯଦି ପରିବାରରେ କେଉଁ ସଦସ୍ୟଙ୍କୁ ଡାଇବେଟିଜ ହୋଇଥାଏ ତେବେ ପରିବାରରେ ଜନ୍ମିତ ଶିଶୁକୁ ମଧ୍ୟ  ଟେଷ୍ଟ  କରାଇନେବା ଆବଶ୍ୟକ  |


Colonoscopy : ଏହି ଟେଷ୍ଟରେ ଡାକ୍ତର ଆପଣଙ୍କର colon ଚେକଅପ୍‌ କରିଥାନ୍ତି | କୋଲନ ଶରୀରର ଅନ୍ତରେ ଥିବା ଅଂଶକୁ କୁହାଯାଇଥାଏ। ଏହା ଡାଇଜେଷ୍ଟ ସିଷ୍ଟମର ଫାଇନାଲ ଅଂଶ ଅଟେ। ଏହାର କାମ ଏକ୍ସଟ୍ରା ଖାଦ୍ୟକୁ ଶରୀରରୁ ବାହାର  କରାଇଦେଇଥାଏ। ଏହାକୁ ୫୦ ବର୍ଷ ପର୍ଯ୍ୟନ୍ତ  ଅତିକମରେ ଥରେ କରାଇନେବା ଆବଶ୍ୟକ। 


STD ଟେଷ୍ଟ : Sexually transmitted diseases ଏହି ଟେଷ୍ଟ ଦ୍ୱାରା ହୋଇଥାଏ,ଏହାକୁ STI ମଧ୍ୟ କୁହାଯାଏ | ଏହି ଟେଷ୍ଟ କରିବା ପାଇଁ ସାଧାରଣତଃ sexual active ମହିଳାଙ୍କୁ ଦିଆଯାଇଥାଏ | କିନ୍ତୁ କିଛି ମାମଲାରେ ଏହି ଟେଷ୍ଟ ପୁରୁଷଙ୍କୁ ମଧ୍ୟ ଦିଆଯାଇଥାଏ | 

Post a Comment

0 Comments