ନବରାତ୍ରୀରେ ଦୁର୍ଗା ମା'ଙ୍କ ପ୍ରିୟ ଫୁଲ ଓ ନୈବେଦ୍ୟ

ନବରାତ୍ରୀରେ ଦୁର୍ଗା ମା'ଙ୍କ ପ୍ରିୟ ଫୁଲ ଓ ନୈବେଦ୍ୟ

ମା'ଙ୍କ ପ୍ରିୟ ଫୁଲ

ଦେବୀ ମା'ଙ୍କୁ ଯେଉଁ ଫୁଲ ଅର୍ପଣ କରାଯାଏ ସେଥିରେ ରହିଥାଏ ସ୍ୱତନ୍ତ୍ର ମହତ୍ୱ | ବିଶ୍ୱାସ ରହିଛି ଭକ୍ତମାନେ ଦୁର୍ଗା ପୂଜାରେ ମା'ଙ୍କ ନିକଟରେ ପ୍ରିୟ ଫୁଲ ଅର୍ପଣ କଲେ ମା' ଭକ୍ତର ସବୁ ମନୋସ୍କାମନା ପୂରଣ କରିଥାନ୍ତି |



ନାଲି ମନ୍ଦାର 

ନାଲି ମନ୍ଦାର ଫୁଲରେ ଅଙ୍କୁରଣ ବାହାରିଥିବା କାରଣରୁ ଏହି ଫୁଲ ମା'ଙ୍କ ସବୁଠୁ ପ୍ରିୟ |ବିଶ୍ୱାସ କରାଯାଏ ଯେ ମନ୍ଦାର ଫୁଲର ଅଗ୍ର ଭାଗରେ ବ୍ରହ୍ମା, ମଧ୍ୟ ଭାଗରେ ବିଷ୍ଣୁ ଏବଂ ଅନ୍ତିମ ଭାଗରେ ମହେଶ୍ୱର ବାସ କରିଥାନ୍ତି | ଫୁଲର ଅଙ୍କୁରଣ ଭାଗରେ ସ୍ୱୟଂ ଶକ୍ତି ସ୍ୱରୂପ ମା, ଦୁର୍ଗା ବାସ କରନ୍ତି | ନବରାତ୍ରୀର ମାଳ ତିଆରିରେ ଫୁଲ ସଂଖ୍ୟା ଉପରେ ବିଶେଷ  ଧ୍ୟାନ  ଦେବାକୁ  ପଡେ | ତନ୍ତ୍ର ସାଧନରେ ମନ୍ଦାର ଫୁଲ ସଂଖ୍ୟାକୁ ଆଧାର କରି ମନ୍ତ୍ର ଉଚ୍ଚାରଣ ଦ୍ୱାରା  ବିଭିନ୍ନ ଦୋଷ ଖଣ୍ଡନ କରାଯାଏ |



ପଦ୍ମ ଫୁଲ

ବିଶ୍ୱାସ କରାଯାଏ ସନ୍ଧି ପୂଜା ସମୟରେ ମା' ଆଦ୍ୟାଶକ୍ତି ଚାମୁଣ୍ଡା ବେଶ ଧାରଣ କରିଥାନ୍ତି |ଏହି ସମୟରେ ମା'ଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ମା'ଙ୍କ ନିକଟରେ 108 ପଦ୍ମ ଫୁଲ ଅର୍ପଣ କରିଥାନ୍ତି | ବିଶ୍ୱାସ ରହିଛି ଏହି ସମୟରେ ଯେଉଁ ବ୍ୟକ୍ତି ମା'ଙ୍କ 108 ନାମ ଜପ କରି 108 ପଦ୍ମ ଫୁଲ ଅର୍ପଣ କରିଥାଏ ତା'ର ସବୁ ମନୋସ୍କାମନା ପୂରଣ ହୋଇଥାଏ |



ଅପରାଜିତା ଫୁଲ 

ଅପରାଜିତା ଫୁଲକୁ ଶଙ୍ଖପୁଷ୍ପ ଏବଂ ଗୋକର୍ଣ୍ଣ ଫୁଲ ମଧ୍ୟ କୁହାଯାଏ | ମା'ଙ୍କ ଅତି ପ୍ରିୟ ଫୁଲ | ଅପରାଜିତା ମାନେ ଯାହାକୁ କେହି ପରାଜିତ କରିପାରିବେ ନାହିଁ | ମା' ଦୁର୍ଗା ମଧ୍ୟ ଏହି ରୂପ ନେଇ ଧାରା ପୃଷ୍ଟରେ ଅବତରଣ କରିଥିଲେ ମହିଷାସୁରକୁ ବାଧ କରିବା ପାଇଁ |ବିଶ୍ୱାସ କରାଯାଏ ନାବରାତ୍ରିରେ ଅପରାଜିତା ଫୁଲ ଅର୍ପଣ କଲେ ଅଧୁରା ରହିଥିବା କାମ ପୂରଣ ହୋଇଥାଏ |



ବେଲପତ୍ର

ପୂଜାପାଠରେ ବେଲପତ୍ରର ସ୍ୱତନ୍ତ୍ର ଭିମିକ ରହିଥାଏ | ବିଶ୍ୱାସ କରାଯାଏ ବେଲପାତ୍ରରେ ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ବାସ କରନ୍ତି | ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ବେଲ ପତ୍ରରେ ପାର୍ବତୀଙ୍କ ସ୍ୱେଦବିନ୍ଦୁ ଭୂପତିତ ହୋଇଥାଏ | ଭଗବାନ ଶିବଙ୍କର ଅର୍ଦ୍ଧାଙ୍ଗିନୀ ହୋଇଥିବାରୁ ବେଲ ଗଛର ପ୍ରତ୍ୟେକଟି ଭାଗରେ ଦେବୀ ପାର୍ବତୀ ମଧ୍ୟ ବାସ କରିଥାନ୍ତି | ତେଣୁ ବେଲପତ୍ରକୁ ଛୁଇଁବା ମାତ୍ରେ ଆମ ଭିତରେ ଥିବା ସବୁ ନକରାତ୍ମକ ଭାବନା ଦୂର କରିଥାନ୍ତି ଭଗବାନ ଶିବ ଏବଂ ଦେବୀ ପାର୍ବତୀ |


ମା'ଙ୍କ ପ୍ରିୟ ପ୍ରସାଦ 

ଭକ୍ତମାନେ 9ଦିନ କାଳ ଉପବାସ କିମ୍ବା ଫଳାହାର କରିଥାନ୍ତି |ଏହି 9ଦିନ ଶକ୍ତିସ୍ୱରୂପିଣୀ ମା' ଦୁର୍ଗା ମର୍ତ୍ତ୍ୟରେ ଅବସ୍ଥାନ କରିଥାନ୍ତି |ତେଣୁ ତାଙ୍କୁ ଭାବ, ଭକ୍ତି, ନୈବେଦ୍ୟ ସହ ପୂଜା କଲେ ମା'ଙ୍କର ଆଶୀର୍ବାଦ ପ୍ରାପ୍ତି ହୁଏ |

ନାବରାତ୍ରୀର ପ୍ରତ୍ୟେକ ଦିନରେ ମା'ଙ୍କର ନୈବେଦ୍ୟ ସମ୍ପର୍କରେ ଜାଣନ୍ତୁ 





ପ୍ରଥମ ଦିନ - ମା'ଙ୍କ ନିକଟରେ ନୈବେଦ୍ୟ ଭାବେ ଶୁଦ୍ଧ ଗାଈର ଘିଅ, ଧଳା ମିଠା, ଅନ୍ନ ପ୍ରସାଦ ରୂପେ ଅର୍ପଣ କରାଯାଇଥାଏ | 



ଦ୍ୱିତୀୟ ଦିନ - ନୈବେଦ୍ୟ ଭାବେ ଚିନି ରୁ ପ୍ରସ୍ତୁତ ପ୍ରସାଦ, ଫଳ, ମିଶ୍ରି ଅର୍ପଣ କରାଯାଇଥାଏ |



ତୃତୀୟ ଦିନ - ନୈବେଦ୍ୟ ଭାବେ ଏହି ଦିନ କ୍ଷୀରରୁ ପ୍ରସ୍ତୁତ ମିଠା ଏବଂ ଖିରୀ ଭୋଗ ଲଗାଯାଏ |



ଚତୁର୍ଥ ଦିନ - ଏହି ଦିନ ମା'ଙ୍କ ପାଖରେ ମାଲପୁଆ ଭୋଗ ଲଗାଯାଇ  ବ୍ରାହ୍ମଣଙ୍କୁ  ଏବଂ ଛୋଟ ପିଲାଙ୍କୁ ଭୋଗ ବାଣ୍ଟି  ଦିଆଯାଇଥାଏ |



ପଞ୍ଚମ ଦିନ - ମା' ଙ୍କ ପାଖରେ ନୈବେଦ୍ୟ ଭାବେ କଦଳୀ ଅର୍ପଣ କରଯାଇଥାଏ |ଯାହା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ | 



ଷଷ୍ଠ ଦିନ - ଏହି ଦିନ ମା'ଙ୍କୁ ଲାଉ ଭୋଗ ଲଗାଯାଇଥାଏ | ଏହାଦ୍ୱାରା ଜୀବନରେ ମଧୁରତା ଆସିଥାଏ ଏବଂ ମଣିଷର ଆକର୍ଷଣ ଶକ୍ତି ବଢେ ବୋଲି ବିଶ୍ୱାସ ରହିଛି |   



ସପ୍ତମ ଦିନ - ଏହି ଦିନରେ ମା'ଙ୍କୁ ଗୁଡ଼ରୁ ପ୍ରସ୍ତୁତ ମିଠା ନୈବେଦ୍ୟ ଭାବେ ଅର୍ପଣ କରିସାରିବା ପରେ ବ୍ରାହ୍ମଣଙ୍କୁ ଏହା ଦାନ କଲେ ଦୁଃଖ, ଶୋକ ଏବଂ ଆଗାମୀ ସଙ୍କଟରୁ ମୁକ୍ତି ମିଳେ |



ଅଷ୍ଟମ ଦି - ଏହି ଦିନ ଭକ୍ତମାନେ ମା'ଙ୍କ ବ୍ରତ ରଖିଥାନ୍ତି |  ଏହି ଦିନ ନୈବେଦ୍ୟ ଭାବେ ନଡ଼ିଆ, ଫଳ ଏବଂ ପଣା ଭୋଗ ଲଗାଯାଇଥାଏ | 



ନବମ ଦିନ -ଶେଷ ଦିନ ମା'ଙ୍କ ପାଖରେ ରାଶି, ଡାଳିମ୍ବ ଏବଂ ଅନ୍ନନୈବେଦ୍ୟ ରୂପେ ଅର୍ପଣ କରାଯାଇଥାଏ |     

Post a Comment

0 Comments