ନବରାତ୍ରୀ
ପ୍ରତିବର୍ଷ ନବରାତ୍ରୀ ହୋଇଥାଏ । ଆପଣ ସମସ୍ତେ ଜାଣିଥିବେ; ଏହି ସମୟ ହିନ୍ଦୁ ଧର୍ମାବଲମ୍ନୀ ମାନଙ୍କ ପାଇଁ ବହୁତ ଖାସ ହୋଇଥାଏ | କେବଳ ଏତିକି ନୁହେଁ ଆପଣଙ୍କୁ ଏହା ମଧ୍ୟ କହି ରଖୁଛୁ; ଭକ୍ତମାନେ ଏହି ଦିନକୁ ବହୁତ ଅପେକ୍ଷା କରି ବସିଥାନ୍ତି । ମାନ୍ୟତା ରହିଛି, ନବରାତ୍ରିର ଏହି ୯ ଦିନରେ ଭକ୍ତମାନେ ମାତା ରାଣୀଙ୍କୁ ପ୍ରସନ୍ନ କରିପାରିବେ ଏବଂ ମାତାରାଣୀ ପ୍ରସନ୍ନ ହୋଇ ଭକ୍ତଙ୍କର ମନୋବାଞ୍ଛା ପୂରଣ କରିଥାନ୍ତି । ଏହା ମଧ୍ୟ କହିବା ପାଇଁ ଚାହୁଁଛୁ, ଏହି ୯ ଦିନରେ ମାତାଙ୍କୁ ୯ଟି ରୂପରେ ପୂଜା କରାଯାଇଥାଏ | ଦଶମ ଦିନ 'ଦଶହରା' ନାମରେ ପ୍ରସିଦ୍ଧ ଅଟେ । ନବରାତ୍ରି ବର୍ଷରେ ଚାରିଥର ଆସିଥାଏ | ପୌଷ, ଚୈତ୍ର, ଆଷାଢ଼, ଆଶ୍ଵିନ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ପାଳନ କରାଯାଇଥାଏ |
ନବରାତ୍ରି ଅବସରରେ ମା' ଦୁର୍ଗାଙ୍କର ନଅଟି ସ୍ୱରୂପ ପୂଜା ପାଇଥାଆନ୍ତି | ଦେବୀ ଆଦ୍ୟାଶକ୍ତିଙ୍କ ଏହି ନଅଟି ସ୍ୱରୂପକୁ 'ନବଦୁର୍ଗା' କୁହାଯାଇଥାଏ | ଦେବୀ ଦୁର୍ଗାଙ୍କର ସେଇ ନଅଗୋଟି ସ୍ୱରୂପ ହେଉଛନ୍ତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡ, ସ୍କନ୍ଦମାତା, କାତ୍ୟାୟନୀ,କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ |
ଶୈଳପୁତ୍ରୀ
ନବଦୁର୍ଗାଙ୍କ ପ୍ରଥମ ସ୍ୱରୂପ ଭାବେ ପୂଜା ପାଆନ୍ତି ଦେବୀ ଶୈଳପୁତ୍ରୀ | ପୁରାଣ ଶାସ୍ତ୍ର ଅନୁସାରେ ଦେବୀ ଶୈଳପୁତ୍ରୀ କୈଳାସ ପର୍ବତଙ୍କ କନ୍ୟା ଭାବେ ବିଦିତ |ବ୍ରହ୍ମଚାରିଣୀ
ନବଦୁର୍ଗାଙ୍କ ଦ୍ଵିତୀୟ ରୂପ ହେଲେ ବ୍ରହ୍ମଚାରିଣୀ ଯାହାଙ୍କର ଆଦି ଅନ୍ତ ନାହିଁ | ଯିଏ ସର୍ବବ୍ୟାପ୍ତ ଏବଂ ସର୍ବଶ୍ରେଷ୍ଠ | ଦେବୀଙ୍କର ଏହି ରୂପ ଏକ ଅସୀମ,ଅନନ୍ତ ବିଦ୍ୟମାନ ଓ ଗତିମାନ ସତ୍ତାକୁ ଦର୍ଶାଇଥାଏ |
ଚନ୍ଦ୍ରଘଣ୍ଟା
ଦେବୀ ଦୁର୍ଗାଙ୍କ ତୃତୀୟ ଇଶ୍ଵରୀୟ ରୂପ ହେଲେ ଦେବୀ ଚନ୍ଦ୍ରଘଣ୍ଟା ଯିଏ କି ମନୁଷ୍ୟର ଅବଚେତନ ମନ ତଥା ଅପରିବର୍ତ୍ତିତ ଭାବନା,ବିଚାର ଓ ବୋଧଶକ୍ତିର ପ୍ରତୀକ |
କୁଷ୍ମାଣ୍ଡା
ଦେବୀଙ୍କର ଚତୁର୍ଥ ସ୍ୱରୂପ ହେଲେ କୁଷ୍ମାଣ୍ଡା ଯିଏକି ପ୍ରାଣଶକ୍ତିର ପ୍ରତୀକ | ଦେବୀଙ୍କର ଏହି ସ୍ୱରୂପ ମନୁଷ୍ୟ ଅନ୍ତରର ପ୍ରାଣଶକ୍ତିର ପରିଚାୟକ |
ସ୍କନ୍ଦମାତା
ନବଦୁର୍ଗାଙ୍କ ପଞ୍ଚମ ରୂପ ହେଉଛି ସ୍କନ୍ଦମାତା | ବୁଦ୍ଧିମତା ଏବଂ ବ୍ରହ୍ମଜ୍ଞାନର ପ୍ରତୀକ ହେଲେ ଦେବୀ ସ୍କନ୍ଦମାତା |
କାତ୍ୟାୟନୀ
ଦେବୀ କାତ୍ୟାୟନୀ ଅତି ଗୁପ୍ତ ରହସ୍ୟର ପ୍ରତୀକ ବୋଲି ବିଶ୍ୱାସ କରାଯାଏ | ପୌରାଣିକ କାହାଣୀ ଅନୁସାରେ ଦେବୀଙ୍କର ଏହି ସ୍ୱରୂପ ନକାରତ୍ମକ ଶକ୍ତିକୁ ବିନାଶ କରି ଧର୍ମର ସ୍ଥାପନା କରନ୍ତି |
କାଳରାତ୍ରି
ନବଦୁର୍ଗାଙ୍କ ସପ୍ତମ ରୂପ କାଳରାତ୍ରି |ଦେବୀଙ୍କର ଏହି ସ୍ୱରୂପ ଜ୍ଞାନ ଓ ବୈରାଗ୍ୟ ପ୍ରଦାନ କରିଥାଏ |
ମହାଗୌରୀ
ଦେବୀଙ୍କର ଅଷ୍ଟମ ସ୍ୱରୂପ ମହାଗୌରୀ ଯିଏକି ସୌନ୍ଦର୍ଯ୍ୟ ଏବଂ ଅପାର କରୁଣାର ପ୍ରତୀକ | ଦେବୀଙ୍କର ଏହି ରୂପ ଅଲୌକିକ ଶକ୍ତିର ପ୍ରତୀକ |
ସିଦ୍ଧିଦାତ୍ରୀ
ନବଦୁର୍ଗାଙ୍କ ନବମ ତଥା ଅନ୍ତିମ ରୂପ ହେଲେ ସିଦ୍ଧିଦାତ୍ରୀ ଯିଏକି ମାନବ ସମାଜକୁ ଅଦ୍ଭୁତ ସିଦ୍ଧି, କ୍ଷମତା ପ୍ରଦାନ କରିଥାଆନ୍ତି |



0 Comments
Do you have any doubts or suggestions? Ask them here in the comments!