ମାଛ ମୁଣ୍ଡର ଆବଶ୍ୟକତା

ମାଛ ମୁଣ୍ଡର ଆବଶ୍ୟକତା


ଆମ ଭିତରେ ବହୁତ ଲୋକ ଅଛନ୍ତି ଯେଉଁମାନେ ମାଛମୁଣ୍ଡ ଖାଇଥାନ୍ତି କିନ୍ତୁ ତାଙ୍କୁ ଜଣା ନ ଥାଏ କି ମାଛମୁଣ୍ଡ ଖାଇବା ଦ୍ୱାରା କଣ କଣ ହୋଇଥାଏ | ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାଛରେ ଅନେକ ପ୍ରକାର ଭିଟାମିନ ରହିଥାଏ, ମାଛ ଶରୀରରେ ଥିବା ଭିଟାମିନ ଅପେକ୍ଷା ମାଛ ମୁଣ୍ତରେ ଅଧିକ ଭିଟାମିନ ରହିଥାଏ , ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା , ବିଭିନ୍ନ ବୌଜ୍ଞାନିକ ମାନଙ୍କ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ 5ଟି ମାଛ ଖାଇଲେ ଯେତିକି ଭିଟାମିନ ମିଳିଥାଏ, ଗୋଟିଏ ମାଛ ମୁଣ୍ଡରେ ସେତିକ ଭିଟାମିନ ରହିଥାଏ, ଗୋଟିଏ ମାଛରେ 3 ଗ୍ଲାସ କ୍ଷୀରର ପ୍ରୋଟିନ ମଧ୍ୟ ରହିଥାଏ, ତେବେ ଆସନ୍ତୁ ଜାଣିବା ମାଛ ମୁଣ୍ତ ଖାଇଲେ ଆମକୁ କଣ ସବୁ ଉପକାର ମିଳିଥାଏ |

ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ

 ମାଛ ମୁଣ୍ତ ଖାଇବା ଦ୍ୱାରା  ଆଖି  ଜନିତ ଅନେକ ସମସ୍ୟା ଦୂରିଭୁତ ହୋଇଥାଏ | ଖାଲି ଏତିକି ନୁହେଁ ଯେଉଁ ବ୍ୟକ୍ତିଙ୍କ ଆଖିକୁ କମ ଦେଖାଯାଇଥାଏ, ମାଛ ମୁଣ୍ତ ଖାଇବା ଦ୍ୱାରା ଏହି ସମସ୍ୟା ସଂପୂର୍ଣ୍ଣ ଭାବରେ ଦୂର ହୋଇଯାଇଥାଏ । କାରଣ ଏହାଦ୍ୱାରା  ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ । ଏବଂ ଏଥିସହିତ ଆଖିରେ କୌଣସି ବି ସମସ୍ୟା ଦେଖାଦେଇନଥାଏ ।

ଷ୍ଟୋନ ସମସ୍ୟା

 ଯଦି ଆପଣଙ୍କ ପେଟରେ ଟ୍ୟୁମର ତଥା ଷ୍ଟୋନ୍‌ ଭଳି ସମସ୍ୟା ରହିଛି ତେବେ ମାଛର ମୁଣ୍ତ ଖାଇବା ଦ୍ୱାରା ଏହି ସମସ୍ୟା ଖୁବ୍‌ ଶୀଘ୍ର ଠିକ୍‌ ହୋଇଯାଇଥାଏ ।ଯାହା ଦ୍ୱାରା ଷ୍ଟୋନ ମିଳାଇ ଯାଇ ବାହାରକୁ ବାହାରି ଯାଏ | ଏଥିପାଇଁ ଡାକ୍ତରଙ୍କ ବି ପରାମର୍ଶ ରହିଛି କି ଏଭଳି ରୋଗୀଙ୍କୁ ଯେତେ ଅଧିକ ପରିମାଣରେ ମାଛ ମୁଣ୍ତ ଖାଇବାକୁ ଦିଆଯିବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ ।

ଆଣ୍ଠୁଗଣ୍ଠି ଜନିତ ସମସ୍ୟା

ସେହିପରି ଯଦି ଆପଣଙ୍କଠାରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଛି ମାଛ ମୁଣ୍ତ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ | 

କେଶ ସମସ୍ୟା

 ମୁଣ୍ତ କେଶ ବହୁତ ଝଡ଼ୁଛି ତେବେ ମାଛର ମୁଣ୍ତ ଖାଇବା ଦ୍ୱାରା ଏହିସବୁ ସମସ୍ୟା ଖୁବ୍‌ ଶୀଘ୍ର ଦୂର ହୋଇଥାଏ ।

ଭୁଲିଯିବା ଭଳି ରୋଗରୁ ମୁକ୍ତି

ଯଦି ଆପଣଙ୍କୁ ଭୁଲିଯିବା ଭଳି ଅଭ୍ୟାସ ଅଛି ଓ କୌଣସି ଜିନିଷ ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ମନେ ରହୁ ନାହିଁ ତେବେ ଆପଣଙ୍କୁ ମାଛ ମୁଣ୍ତ ଅବଶ୍ୟ ଖାଇବା ଆବଶ୍ୟକ ।କାରଣ ମାଛ ମୁଣ୍ତରେ ଓମେଗା-୩ ଭଳି ତତ୍ତ୍ୱ ମିଳିଥାଏ ଯାହା ଆମର ସ୍ମରଣ ଶକ୍ତିକୁ ବଢାଇଥାଏ ।

 ମାଛ ମୁଣ୍ତ ଆପଣଙ୍କୁ ସପ୍ତାହରେ ତିନି ଥର ତ ନିଶ୍ଚୟ  ଖାଇବା ଆବଶ୍ୟକ ।


 ଗଳାରୁ କଣ୍ଟା ବାହାରକରିବାର ଟିପ୍ସ

  • ସାଧାରଣତଃ ଯଦି କିଛି ଜିନିଷ ଗଳାରେ ଅଟକି ରୁହେ ତେବେ ପ୍ରଥମେ ସମସ୍ତେ କାସିବା ଆରମ୍ଭ କରିଦେଇଥାନ୍ତି। ଗଳାରୁ କଣ୍ଟା ବାହାର କରିବାର ମଧ୍ୟ ସହଜ ଉପାୟ ହେଉଛି ଅଧିକ ସମୟ ପର୍ଯ୍ୟନ୍ତ କାସିବା। ଏହା ଦ୍ୱାରା ଗଳାରେ ଫସିରହିଥିବା କଣ୍ଟ| ସହଜରେ ବାହାରି ଯାଇଥାଏ।


  • ଯଦି କାହାର ଗଳାରେ ମାଛ କଣ୍ଟା ଲାଗିଯାଇଥାଏ, ତେବେ ତାଙ୍କୁ ତୁରନ୍ତ ଅଲିଭ୍‌ ତେଲ ପିଆନ୍ତୁ। ତେଲ ପିଇବା ଦ୍ୱାରା କଣ୍ଟା  ଗଳାରୁ ସହଜରେ ଖସିଯାଇଥାଏ। ଏବଂ ଏହା ଶରୀର ପାଇଁ ହାନିକାରକ ମଧ୍ୟ ହୋଇନଥାଏ।


  • ମାଛକଣ୍ଟା ଗଳାରୁ ବାହାର କରିବାର ଏକ ଚମତ୍କାର ଉପାୟ ହେଉଛି ଶୁଖିଲା ରୁଟି ଚୋବାଇବା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶୁଖିଲା  ରୁଟି ଚୋବାଇବା ଦ୍ୱାରା  ମାଛଣ୍ଟା ବାହାରିଯାଏ। 


ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ ।

Post a Comment

0 Comments