ଖାଇବା ମଝିରେ ପାଣି ପିଉଛନ୍ତି କି?
ସାଧାରଣତଃ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ବହୁ ଲୋକଙ୍କ ଅଭ୍ୟାସ। କେହି କେହି ଖାଇବା ମଝିରେ ମଧ୍ୟ ଦୁଇ ତିନି ଥର ପାଣି ପିଇଥାନ୍ତି । ହେଲେ କ'ଣ ଆପଣ ଜାଣନ୍ତି ଏହି ଅଭ୍ୟାସ ଆମ ଶରୀର ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ? ଖାଇବା ମଝିରେ ପାଣି ପିଇବା ଦ୍ୱାରା ଆମ ପେଟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ୍ ହୋଇଯାଇଥାଏ। ତେବେ ଚାଲନ୍ତୁ ଜାଣିବା ଏହା କିପରି ଶରୀରକୁ କ୍ଷତି ପହଞ୍ଚାଇଥାଏ :-
* ଖାଇବା ମଝିରେ ପାଣି ପିଇବା ଦାରା ଶରୀରରେ ଇନସୁଲିନ ସ୍ତର ବଢ଼ିଥାଏ। ଏହାଦ୍ୱାରା ଆମର ପାଚ ପଦ୍ଧତି ପ୍ରତିକୂଳ ଭାବେ ପ୍ରଭାବିତ ହୋଇଥାଏ। ରକ୍ତରେ ଗ୍ଲୁକୋଜ ମାତ୍ରା ମଧ୍ୟ ବଢିଯାଇଥାଏ।
* ଖାଇବା ମଝିରେ ପାଣି ପିଇବା ମୋଟାପଣର କାରଣ ହୋଇଥାଏ। ଏମିତି କରୁଥିଲେ ପାଚନ ତନ୍ତ୍ର ଖୁବ୍ ଶୀଘ୍ର ଦୁର୍ବଳ ହୋଇଯିବ ।
* ଖାଇବା ମଝିରେ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହୋଇ ନ ଥାଏ| ପେଟ ଭିତରେ ଖାଦ୍ୟ ଅଧିକ ସମୟ ରହିବା ଦ୍ୱାରା ଗ୍ୟାସ୍ ହୋଇଥାଏ। ପେଟ ଓ ଛାତିରେ ଜଳାପୋଡ଼ା ହୁଏ|
ଏହାସହ ବିଭିର୍ଣ୍ଣ ରୋଗ ଆକ୍ରମଣ କରିଥାଏ।





1 Comments
Nice Post!!! Thanks for the tips.
ReplyDeleteDo you have any doubts or suggestions? Ask them here in the comments!