କଦଳୀ ଖାଇବାର ନିୟମ ଓ ଫାଇଦା

କଦଳୀ ଖାଇବାର ନିୟମ ଓ ଫାଇଦା

କଦଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ପ୍ରତ୍ୟେକଦିନ ଏକ କଦଳୀ ଖାଇଲେ ମନକୁ ଶାନ୍ତି ମିଳିଥାଏ। କଦଳୀ ସୁଗାର ଏବଂ ଫାଇବରର ବହୁତ ଭଲ ସ୍ରୋତ ହୋଇଥାଏ। କଦଳୀରେ ଥୋଡାମିନ,ନିୟାସିନ ଏବଂ ଫଲିକ ଏସିଡ ରୂପରେ ଭିଟାମିନ ଏ ଏବଂବି ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। କଦଳୀକୁ ଶକ୍ତିର ଭଲ ସ୍ରୋତ ଭାବେ ଧରାଯାଏ| ଏହା ସହିତ ଏଥିରେ ପାଣିର ପରିମାଣ ୬୪.୩%, ପ୍ରୋଟିନ ୧.୩%, କାର୍ବୋହାଇଡ୍ରେଟ ୨୪.୭% ରହିଥାଏ। 



କଦଳୀ ଖାଇବାରେ କିଛି ନିୟମ
--ସକାଳ ସମୟରେ କଦଳୀ ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଭୁଲରେ ମଧ୍ୟ ଖାଲିପେଟରେ କଦଳୀ ଖାଆନ୍ତୁ ନାହିଁ। ବରଂ କଦଳୀ ସହ ଡ୍ରାଏ ଫ୍ରୁଡ୍ସ  ସେଓ ଏବଂ
ଅନ୍ୟାନ୍ୟ କିଛି ଫଳର ମଧ୍ୟ  ସେବନ କରିବା ଉଚିତ୍‌।

--ସକାଳେ ଖାଲି ପେଟରେ କଦଳୀ ଖାଇବା ଦ୍ୱାରା  ଭୋକ ମରିଯାଇଥାଏ। ଯାହା ଶରୀର ପାଇଁ ହାନିକାରକ ହୋଇଥାଏ।

--କଦଳୀରେ ରହିଥିବା ମ୍ୟାଗ୍ନେସିୟମ୍‌ ରକ୍ତରେ କ୍ୟାଲସିୟମ୍‌ ଏବଂ ମ୍ୟାଗ୍ନେସିୟମର ମାତ୍ରାକୁ ବିଗାଡି ଦେଇଥାଏ। ଯାହାଦ୍ୱାରା କାଡିୟୋବାସ୍କୁଲର ସିଷ୍ଟମରେ  ଖରାପ ପ୍ରଭାବ
ପଡିଥାଏ। ତେବେ ଖାଲି ପେଟରେ କଦଳୀ ଖାଇବା ଦ୍ୱାରା  ହାର୍ଟରେ ମଧ୍ୟ  ଖରାପ ପ୍ରଭାବ ପଡିଥାଏ।

--ଆୟୁର୍ବେଦ ଅନୁଯାୟୀ ଜଳଖିଆ ପରେ କଦଳୀ ସେବନ କରିବା ଉଚିତ୍‌। ଏହା ବ୍ୟତୀତ  କଦଳୀ ଖାଇବାର ସଠିକ୍‌ ସମୟ ହେଉଛି ସକାଳ ୮ଟାରୁ ୯ | କଦଳୀରେ ରହିଛି ପ୍ରାକୃତିକ ଆଣ୍ଟାସିଡ଼, ଯାହା ଏସିଡିଟିକୁ ଦୂର କରିଥାଏ |  ତେବେ ବିଶେଷଜ୍ଞଙ୍କ
ଅନୁଯାୟୀ ଖାଲି ପେଟରେ ଫଳ ଖାଇବାକୁ ସବୁବେଳେ ବାରଣ କରିବା ଉଚିତ୍‌ |

--ଅଧିକାଂଶ ଲୋକ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇଥାନ୍ତି । କିନ୍ତୁ  ଏହା ଉଚିତ୍‌ ନୁହଁ। କାରଣ ରାତିରେ କଦଳୀ ଖାଇବା ଥଣ୍ତା କାଶ ଭଳି ସମସ୍ୟା କାରଣ ପାଲଟିଥାଏ।

--କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ  ରାତିରେ ଶୋଇବା ପୂର୍ବରୁ କଦଳୀର ସେବନ କରୁଥିଲେ ଏହା ଆପଣଙ୍କ ଓଜନକୁ ବହୁତ ଜଲଦୀ ବଢ଼ାଇଥାଏ।

--ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ହ୍ୱାଇଟ ବଟରର ସେବନ କରନ୍ତି ତେବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଓଜନ ବହୁତ ଜଲଦୀ ବଢିବାକୁ ଲାଗିଥାଏ। ଏଥିପାଇଁ ଭୂଲରେ ମଧ୍ୟ ରାତିରେ ଶୋଇବା ପୂର୍ବରୁ ଏହାର ସେବନ କରନ୍ତୁ ନାହିଁ।


--ସାଧାରଣତଃ ମାଛକଣ୍ଟା ଗଳାରେ ଅଟକିଲେ କଦଳୀ ଖୁଆଯାଇଥାଏ। କଣ୍ଟା ଲାଗିଥିଲେ ତୁରନ୍ତ କଦଳୀର ଖଣ୍ତ ବିନା ଚୋବାଇ ଗିଳିବାକୁ ଚେଷ୍ଟା କରନ୍ତୁ। ଏହା କରିବା ପାଇଁ ଟିକିଏ ଅସୁବିଧା ହୋଇପାରେ। କିନ୍ତୁ ଏପରି କରିବା ଦ୍ୱାରା ମାଛକଣ୍ଟା ସହଜରେ ଗଳାରୁ ତଳକୁ ଖସି ଯାଇଥାଏ।

ଆସନ୍ତୁ ଆମେ ଆପଣଙ୍କୁ ଜଣାଇବ କଦଳୀ ଖାଇବାରେ କଣ କଣ ଫାଇଦା ମିଳିଥାଏ।

କଦଳୀର ଫାଇଦା

-କଦଳୀରେ ପୋଟାସିୟମ ମିଳିଥାଏ, ଯାହା ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ।
-ଅଧିକ ମଦ ପିଇଥିଲେ ନିଶାକୁ ବାହାର କରିବା ପାଇଁ କଦଳୀର ମିଲ୍କ ସେକ ବହୁତ ଉପକାରୀ |
-କଦଳୀର ସେକ ପେଟକୁ ଥଣ୍ତ| ରଖିଥାଏ |
-ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ।
-କଦଳୀରେ ବହୁତ ମାତ୍ରାରେ ଫାଇବର ରହିଥାଏ ଯାହା ଆପଣଙ୍କ ହଜମକ୍ରିୟାକୁ ଭଲ କରିଥାଏ ।
-ଅଲ୍ସର ରୋଗୀଙ୍କ ପାଇଁ କଦଳୀର ସେବନ ବହୁତ ଲାଭଦାୟକ।
-କଦଳୀରେ ଆଇରନ ଭରପୂର ମାତ୍ରାରେ ଥାଏ,ଯେଉଁ କାରଣରୁ ରକ୍ତରେ ହିମୋଗ୍ଲୋବିନର ମାତ୍ରା ବଢ଼ିଥାଏ।
-ଚିନ୍ତା କୁ ଦୂର କରିବାରେ ମଧ୍ୟ  ସାହାଯ୍ୟ କରିଥାଏ କଦଳୀ।
-କଦଳୀରେ ଟ୍ରାଇପୋଫାନ ନାମକ ଏନିମୋ ଏସିଡ ରହିଥାଏ,ଯାହା ଦ୍ୱାରା ମନକୁ ଶାନ୍ତ  ମିଳିଥାଏ|

କଦଳୀର ଅନ୍ୟାନ୍ୟ ଫାଇଦା

ହୃଦୟ ସମ୍ବଦ୍ଧିତ ପାଇଁ
ହୃଦ ରୋଗୀଙ୍କ ପାଇଁ କଦଳୀ ବହୁତ ଲାଭ ଦାୟକ ହୋଇଥାଏ। ସବୁବେଳେ ଦୁଇଟି କଦଳୀକୁ ମହୁରେ ମିଶାଇ ଖାଇବା ଦ୍ୱାରା ହୃଦୟ ମଜବୁତ ରହିଥାଏ ଏବଂ ହୃଦ ରୋଗ
ହୋଇନଥାଏ।
ନାକ ପାଇଁ


ଯଦି ନାକରୁ ରକ୍ତ ବାହାରିବା ସମସ୍ୟା ଥାଏ ତେବେ କଦଳୀରେ ଚିନି ମିଶାଇ କ୍ଷୀର ସହିତ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ। ନାକ ରୋଗ ଭଲ ହୋଇଯିବ।
ଓଜନ ବଢ଼ାଇବା ପାଇଁ


--ଓଜନ ବଢ଼ାଇବା ପାଇଁ କଦଳୀ ବହୁତ ସାହାଯ୍ୟକାରୀ ହୋଇଥାଏ। ସବୁବେଳେ କଦଳୀର ସେକ ପିଇବା ଦ୍ୱାରା ପତଳା ଲୋକ ମୋଟା ହୋଇପାରିବେ ଏଥିପାଇଁ ପତଳା ଲୋକ ଓଜନ ବଢ଼ାଇବା ପାଇଁ କଦଳୀର ସେବନ ନିଶ୍ଚୟ କରିବା ଆବଶ୍ୟକ।

--ଗର୍ଭବସ୍ଥା  ସମୟରେ ମହିଳାଙ୍କୁ ସବୁଠୁ ଅଧିକ ଭିଟାମିନ ଏବଂ ମିନେରାଲ୍ସ ଆବଶ୍ୟକତା ପଡିଥାଏ। ଏଥିପାଇଁ ଗର୍ଭବତୀଙ୍କୁ ଖାଦ୍ୟରେ କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ।
ପିଲାଙ୍କ ପାଇଁ
ପିଲାଙ୍କର ବିକାଶ ପାଇଁ କଦଳୀ ବହୁତ ଲାଭ ଦାୟକ ହୋଇଥାଏ। କଦଳୀରେ ମିନେରାଲ ଏବଂ ଭିଟାମିନ ମିଳିଥାଏ, ଯାହାର ସେବନ କରିବା ଦ୍ୱାରା ପିଲାଙ୍କର ବିକାଶ ଭଲଭାବେ ହୋଇଥାଏ। ଏଥିପାଇଁ ପିଲାଙ୍କ ଡାଇଟରେ କଦଳୀକୁ ନିଶ୍ଚୟ ସାମିଲ କରିବା ଉଚିତ |
ବୃଦ୍ଧ ଲୋକଙ୍କ ପାଇଁ ଲାଭଦାୟକ


କଦଳୀ ବୃଦ୍ଧ ଲୋକଙ୍କ ପାଇଁ ସବୁଠାରୁ ଭଲ ଫଳ ଅଟେ। କାରଣ ଏହାକୁ ସହଜରେ ଛଡାଇ ଖାଇହୁଏ। ଏଥିରେ ଭିଟାମିନ ସି, ବି୬ ଏବଂ ଫାଇବର ରହିଥାଏ,ଯାହା ବଢୁଥିବା
ବୟସରେ ଦରକାରୀ ହୋଇଥାଏ। ବୟସ୍କଙ୍କର ପେଟ ରୋଗ ସମସ୍ୟାକୁ ବି ଏହା ସମାପ୍ତ କରିଥାଏ।

Post a Comment

0 Comments