ହରମନ ଅସନ୍ତୁଳନ ଯୋଗୁଁ ହେଉଥିବା ରୋଗ
ହରମନ ଅସନ୍ତୁଳନ ଯୋଗୁଁ ହେଉଥିବା ରୋଗ
ଆଜିକାଲି ବିଭିନ୍ନ ପ୍ରକାର ରୋଗ ସବୁ ଦେଖାଦେଉଛି | ମୁହଁରେ ବ୍ରଣ ହେବାଠୁ ନେଇ କେଶ ଝାଡ଼ିବା, ଆଖି ତଳ କଳା ପଡିବା, ଦେହରୁ ଅତ୍ୟଧିକ ଝାଳ ବୋହିବା ଆଦି ସବୁ ସାଧାରଣ ସମସ୍ୟା ପାଲଟିଗଲାଣି | ଏହା ସବୁ ହରମନ ଅସନ୍ତୁଳନ ହେତୁ ହୋଇଥାଏ |ଏ ସମ୍ପର୍କରେ ଡାକ୍ତରଙ୍କ କହିବା କଥା ହେଲା ଜଣେ ମଣିଷ ସୁସ୍ଥ ଅଛି କି ନାହିଁ ତାହା ସେ ମଣିଷର ଶରୀର ହିଁ ସୂଚାଇ ଥଏ | ଆସନ୍ତୁ ଆଜି ସେ ସମ୍ପର୍କରେ ଜାଣିବା......
କେଶ ଝାଡ଼ିବା ସମସ୍ୟା ବି ହରମନ ଅସନ୍ତୁଳନରୁ ହୋଇଥାଏ | ଦୈନିକ 100ଟି ପର୍ଯ୍ୟନ୍ତ କେଶ ଝାଡ଼ିବା ସାଧାରଣ କଥା ହୋଇଥାଏ | ମାତ୍ରାଧିକ କେଶ ଝାଡିଲେ ଆପଣ ଅସୁସ୍ଥ ବୋଲି ଧରି ନେବା ଉଚିତ |
ସାଧାରଣତଃ ଚେହେରାରେ ଅନ୍ୟ ଅଙ୍ଗ ଅପେକ୍ଷା ଆଖି ତଳ ଟିକେ କଳା ଦେଖାଯାଇଥାଏ ମାତ୍ର ମାତ୍ରାଧିକ କଳା ଦିଶିଲେ ହରମନ ଅସନ୍ତୁଳନ ରହିଛି ବୋଲି ଜାଣି ନିଅନ୍ତୁ |
ଝାଳ ବୋହିବା
ସେପରି ଖରା ଗରମରେ ଝାଳ ବୋହିବା ବି ଏକ ସାଧାରଣ କଥା |କିନ୍ତୁ ବେଳେ ବେଳେ କିଛି ଲୋକଙ୍କର ଏସିରେ ବସିଲା ପରେ ବି ଏବଂ ଶୀତ ଦିନେ ବି ଝଳା ବୋହିଥାଏ |ତାହା ଅସାଧାରଣ ଅଟେ |
ଅନ୍ୟ କାରଣ ଯୋଗୁଁ ମୁହଁରେ ବ୍ରଣ ଉଠି ଥାଏ | କିନ୍ତୁ ଅତ୍ୟଧିକ ମୁହଁରେ ବ୍ରଣ ଉଠିବା ବି ହରମନ ଅସନ୍ତୁଳନ ର କାରଣ ହୋଇଥାଏ |
ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ |ଏବଂ ସୁସ୍ଥ ରୁହନ୍ତୁ |
0 Comments
Do you have any doubts or suggestions? Ask them here in the comments!