ଦୀପାବଳିରେ ସପିଙ୍ଗ

ଦୀପାବଳିରେ ସପିଙ୍ଗ


ଦୀପାବଳି ପୂର୍ବରୁ ନିଶ୍ଚିତ କରନ୍ତୁ ଏହି ୫ ଟି ଜିନିଷର ସପିଙ୍ଗ, ଏସବୁ ବିନା ଅଧୁରା ଅଟେ ଆପଣଙ୍କ ଦୀପାବଳି |

ଦେଶର ସବୁଠୁ ବଡ ପର୍ବ ଦୀପାବଳି ଆଉ କିଛି ଦିନ ପରେ ଆସିବାର ଅଛି । ଲୋକମାନେ ବର୍ତ୍ତମାନ ଠାରୁ ହିଁ ନିଜ ଘରେ ଦୀପାବଳିର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦୀପାବଳି ପର୍ବ ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ ।ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଦୀପାବଳି ପୂର୍ବରୁ କିଣି ନିଜ ଘରକୁ ନେଇ ଆସିବା ଉଚିତ | ଯଦି ଆପଣ ଏହି ୫ଟି ଜିନିଷକୁ ଦୀପାବଳିରେ କିଣିବେ ନାହିଁ ତେବେ ଆପଣଙ୍କୁ ଏହି ଦୀପାବଳିରେ ପୂର୍ଣ୍ଣ ଲାଭ ମିଳିବ ନାହିଁ |

ଦୀପ


ଦୀପାବଳି ପର୍ବ ଦୀପ ବିନା ଅଧୁରା ଅଟେ | କୁହାଯାଏ କି ଦୀପାବଳି ଦିନ ସନ୍ଧ୍ୟା ହେବା ମାତ୍ରେ ହିଁ ନିଜ ଘରର ଅଗଣାରେ ଦୀପ ଲଗାଇବା ଦ୍ୱାରା ବହୁତ ଲାଭ ମିଳିଥାଏ | ଏହି ଦୀପ ଖରାପ ଓ ନକରାତ୍ମକ ଶକ୍ତି ଗୁଡିକୁ ଆପଣଙ୍କ ଘର ଠାରୁ ଦୂରରେ ରଖିଥାଏ । ଏହା ଦ୍ୱାରା  ଘରକୁ ପଜିଟିବ ଏନର୍ଜୀ ଆସିଥାଏ ।

ମାତା ଲକ୍ଷ୍ମୀ


ଦୀପାବଳିରେ ସବୁଠୁ ମୁଖ୍ୟ କାମ ଅଟେ ମାତା ଲକ୍ଷ୍ମୀଙ୍କର ପୂଜା ପାଠ କରିବା | ଏମିତି କୁହାଯାଏ କି ଏହି ଦିନରେ ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାଏ ତା'ର ଘରେ କେବେ ବି ଟଙ୍କାର ଅଭାବ ହୋଇ ନ ଥାଏ | ସେଥିପାଇଁ ଆପଣ ଦୀପାବଳି ଦିନ ନିଜ ଘରକୁ ମାତା ଲକ୍ଷ୍ମୀଙ୍କୁ ନିଶ୍ଚିତ ରୂପରେ ଆଣନ୍ତୁ । ମା'ଙ୍କୁ  ଆପଣ ମୂର୍ତ୍ତି ,ଫଟୋ କିମ୍ବା ଚାନ୍ଦିର ମୁଦ୍ର| ରୂପରେ ବି ଘରକୁ ଆଣି ପାରିବେ |

ପ୍ରସାଦ

ଦୀପାବଳିରେ ଯେତେବେଳେ ଆପଣ ମାତା ଲକ୍ଷ୍ମୀଙ୍କର ପୂଜା କରିବେ ତେବେ ତାଙ୍କ ସାମ୍ନାରେ ପ୍ରସାଦ ରୂପରେ ଅତି କମ ରେ ୫ ପ୍ରକାରର ଫଳ ନିଶ୍ଚିତ ରଖିବେ । ଏହା ସହିତ ଆପଣଙ୍କୁ କିଛି ମିଠା ବି ରଖିବାକୁ ପଡିବ । ଏହା ଦ୍ୱାରା ମାତା ପ୍ରସନ୍ନ ହୋଇଥାନ୍ତି |


ମୁରୁଜ

ଦୀପାବଳିରେ ଘର ସାମ୍ନାରେ ମୁରୁଜ ପକାନ୍ତୁ । ଏହା ଦ୍ୱାରା କେବଳ ଶୁଭ ହୋଇ ନ ଥାଏ, ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରକୁ ଆସିଥାନ୍ତି  | ଯେତେବେଳେ ଆପଣ ମୁରୁଜ ପକାଉଛନ୍ତି ସେଥିରେ ମା'ଙ୍କର ପାଦ ଚିହ୍ନ ଅବଶ୍ୟ ଆଙ୍କନ୍ତୁ ।

ନୂଆ କପଡା

ଦୀପାବଳିରେ ନୂଆ କପଡା ପିନ୍ଧି ମାତା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ | ସେଥିପାଇଁ ଦୀପାବଳି ଆସିବା ପୂର୍ବରୁ ହିଁ ନିଜ ପାଇଁ ନୂଆ କପଡା କ୍ରୟ କରି ନିଅନ୍ତୁ  | ଏଥିପାଇଁ ଆପଣ ଯେ କୌଣସି ରଙ୍ଗର କପଡା ବାଛି ପାରିବେ, କିନ୍ତୁ  ହଳଦିଆ, ଲାଲ, ନାରଙ୍ଗି  ସବୁଠୁ ଶୁଭ ହୋଇଥାଏ | ଏହା ଛଡା କଳା ଓ ମାଟିଆ ରଙ୍ଗର କପଡା ଦୀପାବଳିରେ ପିନ୍ଧନ୍ତୁ ନାହିଁ ।


ଆଶା କରୁଛୁ କି ଆପଣଙ୍କୁ ଆମର ଏହି  ଆଟିକିଲ୍‌ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ | ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Post a Comment

0 Comments