ଦୀପାବଳି ରାତିରେ ଏହି ସବୁ ଜାଗାରେ ଦୀପ ଜଳାନ୍ତୁ

ଦୀପାବଳି ରାତିରେ ଏହି ସବୁ ଜାଗାରେ ଦୀପ ଜଳାନ୍ତୁ

ଦୀପାବଳିର ପର୍ବକୁ କାର୍ତ୍ତିକ ମାସର ଅମାବାସ୍ୟାରେ ପାଳନ କରାଯାଏ । ଦୀପାବଳି ହିନ୍ଦୁମାନଙ୍କର ମୁଖ୍ୟ ପର୍ବ ଅଟେ । ମାନ୍ୟତା ଅନୁସାରେ ଦୀପ ଦ୍ୱାରା ସଜ୍ଜିତ ଏହି ରାତିରେ ମାତା ଲକ୍ଷ୍ମୀ ପୃଥିବୀକୁ ଭ୍ରମଣ ପାଇଁ ବାହାରିଥାନ୍ତି । ଏହି ଦିନରେ ଯେଉଁ ବ୍ୟକ୍ତିଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି, ତାଙ୍କ ଘରେ କେବେ ବି ଟଙ୍କାର ଅସୁବିଧା ହୁଏ ନାହିଁ ।


ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ଦିନ ଲୋକମାନେ ନିଜ ଘରର ଚାରିଆଡେ ଦୀପ ଲଗାଇ ଥାନ୍ତି । କିନ୍ତୁ କିଛି ଲୋକମାନଙ୍କୁ ଜଣା ନାହିଁ କି ଘରର କେଉଁ ସ୍ଥାନରେ ଦୀପ ଲଗାଇବା ଉଚିତ | କିଛି ଖାସ ଜାଗାରେ ଦୀପ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଦୀପାବଳି ଦିନ ଦୀପ ଜଳାଇବା ର ବହୁତ ଅଧିକ ହିଁ ମହତ୍ୱ ଅଛି |

ତେବେ ଆସନ୍ତୁ ଜାଣିବା ଦୀପାବଳି ଦିନ ଘରର କେଉଁଠି କେଉଁଠି ଦୀପ ଲଗାଇବା ଉଚିତ

ମୁଖ୍ୟଦ୍ଵାର 

  1. କୁହନ୍ତି କି ଦୀପାବଳି ଦିନ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ | ସେଥିପାଇଁ ଦୀପ ଲଗାଇବା ସମୟରେ ବ୍ୟକ୍ତି କୁ  ଘରର ମୁଖ୍ୟ ଦ୍ଵାରର ଦୁଇ ପାର୍ଶ୍ୱରେ ଘିଅ ର ଦୀପ ନିଶ୍ଚିତ ଲଗାଇବା ଉଚିତ | 
  2.  ଘରର ମୁଖ୍ୟ ଦ୍ୱାରର ଦୁଇ ପଟେ ଦୀପ ଜାଳିବା ଦ୍ୱାରା ଜୀବନ ରେ ଖୁସି ଆସିଥାଏ । ତା ସହିତ ଘରର ବାହାରେ ମଧ୍ୟ ଦୀପ ଜାଳନ୍ତୁ  ଏମିତି କରିବା ଦ୍ୱାରା ଆପଣଙ୍କ ଦ୍ୱାରା  ହୋଇଥିବା ସବୁ ପାପ ଦୂର ହୋଇଥାଏ |

ମନ୍ଦିର

  1. ଯଦି ଆପଣଙ୍କ ଘରର ଆଖପାଖରେ କୌଣସି ମନ୍ଦିର ଅଛି ତେବେ ଦୀପାବଳି ଦିନ ସେଠାକୁ ଯାଇ ଏକ ଦୀପ ନିଶ୍ଚିତ ଲଗାଇବା ଉଚିତ ଆପଣଙ୍କ ଉପରେ ଦେବୀ ଦେବତାଙ୍କର ଆଶୀର୍ବାଦ ରହିବ । ଏହା କରିବା ଦ୍ୱାରା ପୁରା ବର୍ଷ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । 
  2. ଦୀପାବଳି ଦିନ ଶିବ ମନ୍ଦିର କୁ ଯାଇ ଶିବ ଭଗବାଙ୍କ ଆଗରେ ଏକ ଦୀପ ନିଶ୍ଚୟ ଜାଳନ୍ତୁ । ଦେବ ଙ୍କ ଦେବ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହେବେ | 
  3. ଏହାଛଡା ବେଲ ଗଛ ତଳେ ଦୀପ ଲଗାଇବା ଦ୍ୱାରା ଭଗବାନ ଶିବଙ୍କର କୃପା ଅବଶ୍ୟ ମିଳିଥାଏ ।

ଓସ୍ତଗଛ

  1. ଦୀପାବଳି ଅମାବାସ୍ୟାରେ ଓସ୍ତ ଗଛରେ ପାଣି ଢାଳିଲେ, ଶନି ଦୋଷ ଓ କାଳ ସର୍ପ ଦୋଷ ଦୂର ହୋଇଥାଏ | 
  2. ଯଦି ଆପଣ ଆପଣଙ୍କ ଘରର ଦରିଦ୍ରତା ଦୂର କରିବା କୁ ଚାହୁଁଛନ୍ତି ତେବେ ଦୀପାବଳି ର ଦିନ ହେଉ କିମ୍ବା ରାତି ରେ ଏକ ଦୀପ କୁ ନେଇ ଓସ୍ତ ଗଛ ମୂଳ ରେ ଲଗାନ୍ତୁ |
  3. ମାନ୍ୟତା ଅନୁସାରେ ଓସ୍ତ ଗଛରେ ଦେବତାମାନଙ୍କର ବାସ ହୋଇଥାଏ | ସେଥିପାଇଁ ଏଠାରେ ଦୀପ ଜଳାଇବାକୁ ଶୁଭ ବୋଲି କୁହାଯାଇଛି । ଏମିତି କରିବା ଦ୍ୱାରା  ଆପଣଙ୍କ ଘରରୁ ଅଶୁଭ ଶକ୍ତି ନଷ୍ଟ ହୋଇଥାଏ |
  4. ଯଦି ଆପଣ ଚାହୁଁଞ୍ଚନି କି ଆପଣଙ୍କ ଆୟର ବୃଦ୍ଧି ହେଉ ତେବେ ଆପଣ ଦୀପାବଳି ଦିନ ମୁଗ, ହରଡ, ଦହି ଓ ସିନ୍ଦୁର ନେଇ ଓସ୍ତ ବୃକ୍ଷ ମୂଳରେ ରଖନ୍ତୁ ଏବଂ ଗୋଟେ ଦୀପ ଜଳାନ୍ତୁ |
  5. ଓସ୍ତ ଗଛର ପତ୍ରରେ ଦୀପଜାଳି ପାଣିରେ ଭସେଇଲେ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ ।

ଘରର ପୂଜାସ୍ଥଳି

  1. ଘରର ପୂଜା ସ୍ଥଳରେ ଏବଂ ଚାରିପଟେ  ଦୀପ ନିଶ୍ଚିତ ଲଗାନ୍ତୁ ଓ ଏହି ଦୀପକୁ ରାତି ସାରା ଜଳିବାକୁ ଦିଅନ୍ତୁ | 
  2. ଗୁଆଘିଅର ଦୀପ ପୂଜାସ୍ଥାନରେ ଜଳାଇଲେ ଋଣଭାରରୁ ମୁକ୍ତି  ପାରିବେ |
  3. ଦୀପାବଳି ର ରାତି ରେ ମା ଲକ୍ଷ୍ମୀଙ୍କ ର ଆଗରେ ଏକ ଅଖଣ୍ତ ଦୀପ ଜାଳି ଦିଅନ୍ତୁ ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ  ହୋଇଥାନ୍ତି |
  4. ମହାଲକ୍ଷ୍ମୀଙ୍କ ପୂଜା ସମୟରେ ଗୋଟିଏ ବଡ଼ ଦୀପରେ ଘିଅ ସହ 9ଟି ବଳିତା ଦେଇ ମା'ଙ୍କ ସମ୍ମୁଖରେ ରଖନ୍ତୁ ।
  5. ଦୀପାବଳିରେ ତେଲର ଦୀପ ଜଳାନ୍ତୁ ଏବଂ ସେଥିରେ ଏକ ଲବଙ୍ଗ ପକାଇ ହନୁମାନଙ୍କ ସାମ୍ନାରେ ରଖନ୍ତୁ , ଶୁଭ ଫଳ ମିଳିବ।

ନିଷିଦ୍ଧ ସ୍ଥାନ

  1. ଅମାବାସ୍ୟା ତିଥି ଥିବାରୁ ଯଦି ପାରିବେ ଶଶ୍ମାନରେ ବି ଗୋଟିଏ ଦୀପ ଜଳାନ୍ତୁ |  ଯଦି ଆପଣ ଘରର ଆଖ ପାଖରେ ନିଶବ୍ଦ ସ୍ଥାନ ଅଛି ତେବେ ସେଠି ବି ଯାଇ ଆପଣ ଏକ ଦୀପ ନିଶ୍ଚିତ ଲଗାନ୍ତୁ 
  2. ଏପରି କଲେ ଗ୍ରହ, ନକ୍ଷତ୍ର ଦୋଷରୁ ମୁକ୍ତି ମିଳିବାସହ ମାଙ୍କ କୃପା ଲାଭ ହେବ |
  3. ଘର ପାଖରେ ଥିବା ଛକ ସ୍ଥାନଗୁଡିକରେ ଦୀପ ଲଗାଇଲେ ଆର୍ଥିକ ସମସ୍ୟା ଦୂର ହେବ |

ଅଗଣା

  1. ଯଦି ଆପଣ ଘରେ ଅଗଣା ଅଛି ତେବେ ସେଠାରେ ଝୋଟି ପକାଇ ସେଠି ବି ଦୀପ ଜଳାନ୍ତୁ । ଅଗଣାରେ ଦୀପ ଜଳାଇବା ଦ୍ୱାରା ଦୁର୍ଭାଗ୍ୟ ଆପଣଙ୍କ ଠାରୁ ବହୁତ ଦୂରକୁ ଚାଲିଯିବ ଓ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ | 
  2. ଘରର ଅଗଣାରେ ଏକ ବଡ ଦୀପ ଲଗାନ୍ତୁ  ଓ ସେଥିରେ ରାତିସାରା ଘିଅ ଦିଅନ୍ତୁ ।

ଚଉରା

  1. ଘରର ଚଉରାରେ ରାତିରେ ଦୀପ ଅବଶ୍ୟ ଲଗାନ୍ତୁ ଏହା ଦ୍ୱାରା  ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯାଏ । 
  2. ତୁଳସୀ ଗଛ ରେ ନାଲି ନହେଲେ ହଳଦିଆ କପଡା ବାନ୍ଧନ୍ତୁ ଏବଂ ଘିଅ ଦୀପ ଜାଳନ୍ତୁ ।

ଛାତ ଓ ବାଲକୋନୀ 

  1. ଦୀପାବଳି ଦିନ ଆପଣ ନିଜ ଛାତ କିମ୍ବା ବାଲକୋନିରେ ୪ ଟି ତେଲର ଦୀପ ଲଗାନ୍ତୁ  | 
  2. ଏହି ଦୀପ ଗୁଡିକର ମୁହଁ ୪ଟି ଦିଗକୁ ଅଲଗା ଅଲଗା ହୋଇ ରହିବା ଉଚିତ | 
  3. ଏହା ସହିତ ଏହି ଦୀପ ଗୁଡିକରେ ଧାନର ଗୋଟିଏ ଗୋଟିଏ ଦାନା ମଧ୍ୟ ଦିଅନ୍ତୁ | ଏହି ଉପାୟ ଦାରା ଆପଣଙ୍କ ଘରେ ଟଙ୍କା ର  ଆଗମନ ହୋଇଯିବ |


  1. ଦୀପାବଳି ରାତିରେ ପ୍ରଥମେ ଆପଣ ଏକ ସାମାନ୍ୟ ମୁଦ୍ରା ନିଅନ୍ତୁ । ଏହା ପରେ ମାତା ଲକ୍ଷ୍ମୀଙ୍କ ଚରଣରେ ଥିବା ସିନ୍ଦୁର ଓ ଚାଉଳ ଦ୍ୱାରା ଏହି ମୁଦ୍ର|କୁ ପୂଜା କରନ୍ତୁ । ଏହା ପରେ ମାତା ଲକ୍ଷ୍ମୀଙ୍କୁ ନିଜର ଧନ ସମ୍ବନ୍ଧିତ ସମସ୍ୟା ବିଷୟରେ କୁହନ୍ତୁ । 
  2. ବର୍ତ୍ତମାନ ଏହି ମୁଦ୍ରାକୁ ନେଇ ଘର ଛାତର ମଝାମଝି ସ୍ଥାନରେ ରଖନ୍ତୁ । ଏହି ମୁଦ୍ରା ଉପରେ ଆପଣ ଗୋଟିଏ ଦୀପ ରଖି ଦିଅନ୍ତୁ । ତା' ପର ଦିନ ଏହି ମୁଦ୍ର|କୁ ନେଇ ନିଜ ଘରର ତିଜୋରିରେ ରଖି  ଦିଅନ୍ତୁ  । ଏହା ଦ୍ୱାରା ଆପଣଙ୍କ ଘରେ ଟଙ୍କା  ଅଧିକ ଖର୍ଚ୍ଚ ହେବ ନାହିଁ ।

ଦୀପ ଜଳାଇବା ବେଳେ

  • ଶୁଦ୍ଧ ଘିଅରେ ଦୀପ ଜଳାଇବା ଭଲ। ସୂର୍ଯ୍ୟମୁଖୀ ତେଲ ଏଥିପାଇଁ ବ୍ୟବହାର କରିବେ ନାହିଁ ।
  • ଦୀପର ବତୀ ଏତେ ଲମ୍ବା ରଖିବେ, ଯେପରିକି ଦୀପ ମଝିକୁ ନିଆ ନଯାଏ। ମହାଲକ୍ଷ୍ମୀ ଏବଂ ଗଣେଶଙ୍କୁ ସ୍ଵାଗତ କରିବା ଲାଗି ମୁଖ୍ୟଦ୍ଵାରର ଦୁଇପଟେ ଦୀପ ରଖିବେ ।
  • ସବୁବେଳେ ପୂଜାଘରୁ ଦୀପ ଜଳାଇବା ଆରମ୍ଭ କରିବେ।

  1. ପୂର୍ବ ଦିଗକୁ ଦୀପ ଶିଖା ରହିଲେ ଆୟୁଷ ବୃଦ୍ଧି ହୋଇଥାଏ।
  2. ପୂର୍ବଦିଗରେ ନାଲି, ହଳଦିଆ ଏବଂ କମଳା ରଙ୍ଗର ଆଲୋକ ସଜାଇବା ଶୁଭଙ୍କର।
  3. ଯଦି ଦକ୍ଷିଣ ଦିଗକୁ ଦୀପର ଶିଖା ରହେ ତେବେ ଏହା ହାନିକାରକ । କୌଣସି ବ୍ୟକ୍ତି କିମ୍ବା ଧନ କ୍ଷେତ୍ରରେ ଏହି କ୍ଷତି ହୋଇପାରେ।
  4. ଦକ୍ଷିଣ ଦିଗ ପାଇଁ ଧଳା, ବାଇଗଣି, ନାଲି ରଙ୍ଗର ଆଲୋକ ସଜ୍ଜା ଶୁଭଫଳ ଦେଇଥାଏ ।
  5. ଉତ୍ତରଦିଗକୁ ଦୀପର ଶିଖା ରହିଲେ ଧନଲାଭ କରାଏ ।
  6. ଉତ୍ତର ଦିଗରେ ନୀଳ, ହଳଦିଆ ଏବଂ ସବୁଜ ରଙ୍ଗର ଆଲୋକ ଲଗାଇହେବ ।
  7. ଦୀପର ଶିଖା ଯଦି ପଶ୍ଚିମ ଦିଗକୁ ରଖାଯାଏ ତେବେ ଦୁଃଖ ବଢେ ।
  8. ଗାଢ଼ ହଳଦିଆ, କମଳା ଏବଂ ଗୋଲାପି ରଙ୍ଗର ଆଲୋକ ସଜ୍ଜା ପଶ୍ଚିମ ଦିଗରେ କରିପାରିବେ ।

ଏହି ସବୁ ଜାଗା ରେ ଦୀପ ଜାଳିବା ଦ୍ୱାରା  ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ରହିବେ , ଯେଉଁ ଦ୍ୱାରା ଆପଣ ବର୍ଷ ସାରା ଖୁସି ରହିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ  | ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Post a Comment

0 Comments