ଧନତେରସ କଣ ଏବଂ ତାର ମହତ୍ୱ

ଧନତେରସ କଣ ଏବଂ ତାର ମହତ୍ୱ

ଆଗକୁ ଦୀପାବଳି ପର୍ବ ଆସୁଛି ଓ ଏହା ହିନ୍ଦୁମାନଙ୍କର ସବୁଠୁ ଖାସ ଓ ବଡ ପର୍ବ ଅଟେ | ସେଥିପାଇଁ ଏହାର ପ୍ରସ୍ତୁତି ବି ବହୁତ ଦିନ ପୂର୍ବରୁ ଆରମ୍ଭ ହୋଇ ଯାଇଥାଏ । କିନ୍ତୁ ପ୍ରକୃତରେ ଦୀପାବଳି ପର୍ବ ଧନତେରସ ଦିନ ହିଁ ଆରମ୍ଭ ହୋଇଥାଏ । ପ୍ରଚଳିତ କଥା ଅନୁସାରେ କାର୍ତ୍ତିକ ମାସ କୃଷ୍ଣ ତ୍ରୟୋଦଶୀ ଦିନ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ନେଇ ପ୍ରକଟ ହୋଇଥିବା ଦେବ ଧନ୍ଵନ୍ତରିଙ୍କର ଆରାଧନାର ପର୍ବକୁ କୁହାଯାଏ ଧନତେରସ |


ଆପଣଙ୍କୁ କହିଦେଉଛୁ କି ଏହି ପର୍ବ ଧନବର୍ଷା କରିବାର ପ୍ରତୀକ ଅଟେ ଓ ଏମିତି କୁହାଯାଏ କି ଏହି ଦିନରେ ଯଦି ପୁରା ବିଧିବିଧାନ ସହିତ ପୂଜା କରାଯାଏ ତେବେ ନିଶ୍ଚିତ ରୂପରେ ସମୃଦ୍ଧି ଆପଣଙ୍କ ଘରକୁ ଆସିଥାଏ |

ମହତ୍ୱ ପୂର୍ଣ୍ଣ ପର୍ବ ଅଟେ ଧନତେରସ

ଆପଣଙ୍କୁ କହିଦେଉଛୁ କି ହିନ୍ଦୁ ଧର୍ମରେ ଦୀପାବଳି ପର୍ବ ଯେତିକ ମହତ୍ୱ ପୂର୍ଣ୍ଣ ଅଟେ |ସେତିକି ହିଁ ମହତ୍ୱ ପୂର୍ଣ୍ଣ  ଧନତେରସ ପର୍ବ ଅଟେ । ଦୀପାବଳିର ଠିକ ୨ଦିନ ପୂର୍ବରୁ ହିଁ ଏହି ପର୍ବ ପାଳନ କରାଯିଏ।


 ଶାସ୍ତ୍ରରେ କୁହାଯାଇଛି କି ଧନତେରସ ଦିନ ଯଦି କୌଣସି ବସ୍ତୁ ଯେମିତି କି ଆଭୂଷଣ, ବାହାନ, ନିଜର ଦରକାରୀ ଜିନିଷ ବା ଅନ୍ୟ କୌଣସି ଦାମୀ ବସ୍ତୁ କ୍ରୟ କରି ଘରକୁ ନେଇ ଆସୁଛନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା  ଏହି ଧନତେରସ ପର୍ବରେ ଆପଣଙ୍କ ଘର ଧନ - ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ | ଏହିଉପାୟକୁ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଖୋଲିଯିବ |

ଧନତେରସ ଦିନ କରନ୍ତୁ ଏହି ଉପାୟ 

ସର୍ବ ପ୍ରଥମେ ଏହି ଦିନ ଧନ୍ଵନ୍ତରି ଓ କୁବେର ଦେବତାଙ୍କର ପୂଜା କରନ୍ତୁ । କୁହାଯାଏ କି ଯଦି ଆପଣ ଏହି ଦିନରେ କୁବେର ଦେବତା, ଗଣେଶ ଓ ଲକ୍ଷ୍ମୀଙ୍କର କୌଣସି ବି ଫଟୋ ଘରକୁ କିଣି ନେଇ ଆସନ୍ତି ତେବେ ଆପଣଙ୍କ ଘରେ ଧନର କୌଣସି ସମସ୍ୟା ରହିବ ନାହିଁ ।

ଏହା ଛଡା ଧନତେରସ ଦିନ ସକାଳୁ ଉଠି ଏହି ୪ଟି ସ୍ଥାନ ନିଶ୍ଚିତ ସଫା କରନ୍ତୁ । ଯେମିତି କି ଘରର ଐଶାନ୍ୟ କୋଣ, ପୂର୍ବ ଦିଗ, ଉତ୍ତର ଦିଗ ଓ ବ୍ରହ୍ମ ସ୍ଥାନକୁ ନିଶ୍ଚିତ ରୂପରେ ସଫା କରନ୍ତୁ ।

କହିଦେଉଛୁ କି ଧନତେରସ ଦିନ ଘର କିମ୍ବା  ଦୋକାନର ମୁଖ୍ୟ ଦ୍ୱାରରେ  ମାତା ଲକ୍ଷ୍ମୀଙ୍କର ପାଦଚିହ୍ନ ଲଗାଇବା ଶୁଭ ହୋଇଥାଏ | ମାତାଙ୍କର ପାଦ ଚିହ୍ନଟି ଘରର ଭିତର ଆଡକୁ ରହିବା ଉଚିତ |

ଧନତେରସ ଦିନ ନୂଆ ଝାଡୁ କ୍ରୟ କରି ଘରେ ଆଣିବା ଦ୍ୱାରା ବହୁତ ଶୁଭ ହୋଇଥାଏ |

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍‌ ଟି ପସନ୍ଦ ଆସିଥିବ | ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ | ଆଗକୁ ଆମ ସହିତରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Post a Comment

0 Comments