ଧନତେରସରେ ଘରକୁ ଆଣନ୍ତୁ ଏହି ଜିନିଷ
ଏମିତିରେ ତୋ କହିବାକୁ ଗଲେ ଭାରତରେ ଉତ୍ସବ ପରେ ଅନ୍ୟ ଗୋଟିଏ ଉତ୍ସବ ଲାଗିରହିଥାଏ । ପ୍ରତ୍ୟେକ ମାସରେ କୌଣସି ନା କୌଣସି ଉତ୍ସବ ପାଳନ କରାଯାଏ କିନ୍ତୁ ଯଦି କଥା ହେବା ଦୀପାବଳିର ତୋ ପୁରା ଦେଶରେ ଏକ ଭିନ୍ନ ଚମକ ଦେଖିବାକୁ ମିଳିଥାଏ | ଦୀପାବଳି ନିଜ ସହିତ ପର୍ବ ଋତୁ ନେଇ ଆସିଥାଏ | ଯେଉଁଥିରେ ଅନେକ ଉତ୍ସବ ଏକା ସାଥିରେ ରହିଥାଏ | ଯେମିତି କି ଧନତେରସ, ଗୋବର୍ଦ୍ଧନ ପୂଜା ଏବଂ କାର୍ତ୍ତିକ ପୂର୍ଣିମା ଇତ୍ୟାଦି । ଦୀପାବଳୀ ଯେମିତି ଖୁସିରେ ପାଳନ କରାଯାଏ, ସେପରି ଖୁସିରେ ଅନ୍ୟାନ୍ୟ ଉତ୍ସବ ମଧ୍ୟ ପାଳନ କରାଯାଏ ।
ଦୀପାବଳି ଦିନ ଘରକୁ ଧନସମ୍ପତି ଓ ଖୁସି ଆଣିବାପାଇଁ ଆମେ ମାଲକ୍ଷ୍ମୀଙ୍କ ପୂଜା କରିଥାଉ । ଦୀପାବଳିର ୨ଦିନ ପୂର୍ବରୁ ଧନତେରସ ପଡେ | ଏହିଦିନ ଠାରୁ ହିଁ ଦୀପାବଳିର ଆରମ୍ଭ ହେଇ ଯାଇଥାଏ । କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଧନତେରସ ଦିନ ଭଗବାନ ଧନ୍ଵନ୍ତରୀ ନିଜ ସହ ଅମୃତର କଳସ ଓ ଆୟୁର୍ବେଦ ନେଇ ଆସିଥିଲେ | କୁହାଯାଏ ଧନତେରସ ଦିନ କିଛି କିଣାକିଣି କଲେ ଶୁଭ ହେଇଥାଏ |ଦୀପାବଳି ସମ୍ବଦ୍ଧିୟ କିଣାକିଣି ମଧ୍ୟ ଏହିଦିନ କରାଯାଏ |
ଆଜି ଆମେ ଆପଣଙ୍କୁ ଧନତେରସ ବିଷୟରେ ଜଣାଇବାକୁ ଯାଉଛୁ । ହଁ ଆଜ୍ଞା, ଦୀପାବଳିର ଠିକ ପୂର୍ବରୁ ହିଁ ଧନତେରସ ଭାରତରେ ବଡ଼ ଧୁମଧାମରେ ପାଳନ କରାଯାଏ | ଧନତେରସ ଦିନ ଲୋକେ ବହୁତ କିଛି କ୍ରୟ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?
ଧନତେରସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ
ପିତ୍ତଳ
କୁହାଯାଏ କି ଯେତେବେଳେ ଭଗବାନ ଧନ୍ଵନ୍ତରୀ ପ୍ରକଟ ହେଇଥିଲେ ତେବେ ସେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ | ତେଣୁ ଧନତେରସ ଦିନ ପିତ୍ତଳର ପାତ୍ର କିଣିବା ଶୁଭ ଅଟେ |
ରୂପା
- ଚାନ୍ଦି ଚନ୍ଦ୍ରମାଙ୍କ ଧାତୁ ହେଇଥିବାରୁ ଧନତେରସ ଦିନ ରୂପା ର କିଛି ବସ୍ତୁ ଘରକୁ ଅଣାଯାଏ | ଏହି ଦିନ ରୂପା କିଣିଲେ ଘରେ ଯଶ,କୀର୍ତ୍ତି ଓ ସମ୍ପତିର ବୃଦ୍ଧି ହେଇଥାଏ |
- ଧନତେରସରେ ରୂପା ମୁଦ୍ରା କିଣିବା ଶୁଭ ଅଟେ । ଏହା ବ୍ୟତୀତ ରୂପା ବାସନ ମଧ୍ୟ କିଣାଯାଇଥାଏ । ଜ୍ୟୋତିଷଙ୍କ ଅନୁଯାୟୀ, ଧନତେରସ ଦିନ କିଣାଯାଇଥିବା ଅଳଙ୍କାର, ମୁଦ୍ରା, ବାସନକୁ ମଧ୍ୟ ଦୀପାବଳିରେ ଗଣେଶ-ଲକ୍ଷ୍ମୀ ପୂଜା ସମୟରେ ପୂଜା କରାଯିବା ଉଚିତ୍ । କୁହାଯାଏ ଯେ ଏମିତି କରିବା ଦ୍ୱାରା ଧନ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।
କଉଡ଼ି
ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କ ସହ କଉଡି ବି ପ୍ରକଟ ହୋଇଥିଲେ | ଧନତେରସ ଦିନ କଉଡି କ୍ରୟ କରି ଆପଣ ତାକୁ ଦୀପାବଳି ଦିନ ପୂଜା କରନ୍ତୁ ଏବଂ ତାକୁ ନିଜର ସିନ୍ଧୁକରେ ରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଧନ ହାନି ହେବନାହିଁ |
ଧନିଆ
- ଧନତେରସ ଦିନ ଧନିଆର ବୀଜ କ୍ରୟ କରି ତାକୁ ଦୀପାବଳି ଦିନ ରୋପଣ କଲେ ଧନ ହାନି ହୁଏ ନାହିଁ ।
- ଧନତେରସ ଦିନ ଅକ୍ଷତ ଧନିଆ କିଣିବା ଉଚିତ । ଏହା ଦ୍ୱାରା ଲକ୍ଷ୍ମୀ ମାତାଙ୍କ ଗୃହରେ ପ୍ରବେଶ କରିଥାନ୍ତି । ହଁ ଆଜ୍ଞା, ଅକ୍ଷତ ଧନିଆର ପୂଜା ଦୀପାବଳୀ ଦିନ ଲକ୍ଷ୍ମୀ ମାତାଙ୍କ ସହ କରନ୍ତୁ ଏବଂ ଏହାପରେ ଏହାକୁ ଘରର ଚାରିପାଖରେ ବିଞ୍ଚି ଦିଅନ୍ତୁ ।
ମହାଲକ୍ଷ୍ମୀ ଓ ଗଣେଶଙ୍କ ପ୍ରତିମୂର୍ତ୍ତି :-
- ଧନତେରସ ଆଉ ଦୀପାବଳି ଦିନ ବିଦ୍ଧି ବିଧାନରେ ପୂଜା ପରେ ରୂପାରେ ତିଆରି ମାଁ ଲକ୍ଷ୍ମୀ କିମ୍ବା ଗଣେଶଙ୍କର ମୃର୍ତ୍ତି ଘରେ ସ୍ଥାପିତ କରନ୍ତୁ । ଏହା କରିବା ଦ୍ବାରା ଘରେ କେବେବି ଧନର କମ୍ ହୋଇନଥାଏ ଏବଂ ଘରେ ସୁଖଶାନ୍ତିର ବାସ ହୋଇଥାଏ ।
- ଅନେକ ଲୋକ ଦୀପାବଳୀ ଦିନ ଅଥବା ତାର ପୂର୍ବ ଦିନ ହିଁ ଲକ୍ଷ୍ମୀ କିମ୍ବା ଗଣେଶଙ୍କ ମୂର୍ତ୍ତି କ୍ରୟ କରନ୍ତି | ଧନତେରସ ଦିନ ହିଁ କ୍ରୟ କରିବା ଉଚିତ |
- ଧନତେରସ ଦିନ ଦୀପାବଳି ସମ୍ଭଧିତ ସାମଗ୍ରୀ ଯଥା ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି , ମାଟି ଦୀପ ଇତ୍ୟାଦି କ୍ରୟ କରିବା ଉଚିତ |
ସୁନା
- ଧନତେରସରେ ସୁନା ମୁଦ୍ରା କିଣିବା ଶୁଭ ଅଟେ । ଜ୍ୟୋତିଷଙ୍କ ଅନୁଯାୟୀ, ଧନତେରସ ଦିନ କିଣାଯାଇଥିବା ଅଳଙ୍କାର, ମୁଦ୍ରା, ବାସନକୁ ମଧ୍ୟ ଦୀପାବଳିରେ ଗଣେଶ-ଲକ୍ଷ୍ମୀ ପୂଜା ସମୟରେ ପୂଜା କରାଯିବା ଉଚିତ୍ । କୁହାଯାଏ ଯେ ଏମିତି କରିବା ଦ୍ୱାରା ଧନ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।
- ଆଭୁଷଣ କ୍ରୟ କରିବା ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ | ଏବଂ ଏହା ବ୍ୟତୀତ ଘର ପରିବାରରେ କୌଣସି ପ୍ରକାର ଅସୁବିଧା ଆସିନଥାଏ | ସେଥିପାଇଁ ଧନତେରସ ଦିନ ସୁନା ତିଆରି ହୋଇଥିବା କିଛି ଜିନିଷ ଅବଶ୍ୟ କିଣନ୍ତୁ |
ଶଙ୍ଖ
ଧନତେରସ ଦିନ ଶଙ୍ଖ କ୍ରୟ କରି ଦୀପାବଳି ଦିନ ପୂଜାରେ ବ୍ୟବହାର କରି ବଜାଇବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଖୁସି ହୋଇଥାନ୍ତି , ଯାହାଦ୍ୱାରା ଘରକୁ ଆସୁଥିବା ସମସ୍ୟା ସହଜରେ ଦୂର ହୋଇ ଯାଇଥାଏ ଏବଂ ଆର୍ଥକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
ମୋତିଶଙ୍ଖ -ଯଦି ଆପଣ ଧନତେରସ ଦିନ ଏହାକୁ ନିଜ ପୂଜାଘରେ ସ୍ଥାପିତ କରିଦେବେ ତେହେଲେ ଆପଣଙ୍କର ସମସ୍ତ ମନଃସ୍କାମନା ପୂରଣ ହୋଇଥାଏ ।
ଲୁଣ
ଧନତେରସ ଦିନ ଲୁଣ କିଣନ୍ତୁ ଏହାକୁ ଦୀପାବଳି ଦିନ ଏହାର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଘରେ ଧନର କମି ହୋଇନଥାଏ | କାରଣ ଲୁଣ ଆପଣଙ୍କୁ ସାମାନ୍ୟ. ଲାଗୁଥିବ କିନ୍ତୁ ଲୁଣର ସମ୍ବନ୍ଧ ମାଁଲକ୍ଷ୍ମୀଙ୍କ ସହିତ ରହିଥାଏ |
ଝାଡୁ
- ଧନତେରସ ଦିନ ଝାଡୁ କ୍ରୟ କରନ୍ତୁ ଏବଂ ଦୀପାବଳି ଦିନ ଏହି ଝାଡ଼ୁରେ ସଫା କରନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଖୁସି ହୋଇଥାନ୍ତି।
- ଏଥିପାଇଁ ଆପଣଙ୍କୁ କେବଳ ଏହାକରିବାକୁ ହେବ କି ଝାଡୁକୁ ଦୀପାବଳି ପର୍ଯ୍ୟନ୍ତ କୌଣସି ବାହାର ଲୋକ ନ ଦେଖନ୍ତୁ, ଯାହା ଦ୍ୱାରା ଆପଣଙ୍କୁ ଏହାର ପୁରା ଲାଭ ମିଳିବ ।
କୁବେର ଯନ୍ତ୍ର ଏବଂ ମହାଲକ୍ଷ୍ମୀ ଯନ୍ତ୍ର
- ଯଦି ଆପଣ ଧନତେରସ ଦିନ ଶ୍ରୀଯନ୍ତ୍ର ଏବଂ କୁବେର ଯନ୍ତ୍ରକୁ ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ ।
- କୁହାଯାଇଥାଏ ଯେ, ଧନତେରାସରେ ଭଗବାନ ଧନ୍ୱନ୍ତରୀଙ୍କ କୃପା ପାଇବା ପାଇଁ ଜଣେ କୁବେର ଯନ୍ତ୍ର ଏବଂ ମହାଲକ୍ଷ୍ମୀ ଯନ୍ତ୍ର କିଣିବା ଉଚିତ୍। ଏମିତି କରିବା ଦ୍ୱାରା ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଶ୍ରୀ ଯନ୍ତ୍ରକୁ ଘରେ କିମ୍ବା ଦୋକାନର ସ୍ଥାପନ କରନ୍ତୁ ।
ହଳଦୀ-
ଆପଣ ଯଦି ଧନତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ତାହେଲେ ଆପଣଙ୍କର ବହୁତ ଶୁଭ ହୋଇଥାଏ ଏବଂ ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ଘଟିଥାଏ ।
ଗୋମତିଚକ୍ର
ଗୋମତିଚକ୍ର ଆପଣଙ୍କୁ ମାର୍କେଟରେ ବହୁତ ସହଜରେ ମିଳିଯିବ ଆଉ ଏହି ଗୋମତିଚକ୍ରକୁ ଯଦି ଆପଣ ଧନତେରସ ଦିନ ଘରକୁ ଆଣନ୍ତି ତାହେଲେ ଆପଣଙ୍କ ଘର ଧନଧାନ୍ୟରେ ପୂରି ଉଠିଥାଏ ।
ମାଁଲକ୍ଷ୍ମୀଙ୍କର ଚରଣ ପାଦୁକା
ଧନତେରସ ଦିନ ରୂପାରେ ମାଁଲକ୍ଷ୍ମୀଙ୍କର ପାଦୁକାକୁ ଘରେ ସ୍ଥାପିତ କରନ୍ତୁ ଏବଂ ପ୍ରତିଦିନ ତାହାର ପୂଜା କରନ୍ତୁ ।
ଲଘୁ ନଡିଆ
- ଏହି ନଡିଆ ସାମାନ୍ୟ ନଡିଆ ଠାରୁ ଟିକେ ସାନ ହୋଇଥାଏ । ଏହାକୁ ଶ୍ରୀଫଳ ବି କୁହାଯାଇଥାଏ ଅର୍ଥାତ ମାଁଲକ୍ଷ୍ମୀଙ୍କର ଫଳ ।
- ଧନତେରସ କିମ୍ବା ଦୀପାବଳି ଦିନ ପୂଜା କରିବା ଘରେ ଏହି ନଡିଆକୁ ଲାଲ କପଡାରେ ବାନ୍ଧି ଏମିତି ଜାଗାରେ ରଖି ଦିଅନ୍ତୁ ଯେଉଂଠି ସମସ୍ତଙ୍କର ଆଖିନପଡିବ । ଏମିତି କରିବା ଦ୍ବାରା ମାଁଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଆପଣଙ୍କର ଘରେ ବାସ କରିବେ ।












0 Comments
Do you have any doubts or suggestions? Ask them here in the comments!