ଧନତେରସର ଶୁଭ ମୁହୂର୍ତ୍ତ ରେ କ'ଣ କିଣିବେ ନାହିଁ

ଧନତେରସର ଶୁଭ ମୁହୂର୍ତ୍ତ ରେ କ'ଣ କିଣିବେ ନାହିଁ


ଚଳିତ ବର୍ଷ ଧନ୍‌ତେରସ୍‌ ଦିନ ଶୁକ୍ର,ପ୍ରଦୋଷ ଏବଂ ଧନ ତ୍ରୟୋଦଶୀର ମହାଯୋଗ ରହିଛି । ଏହି ମହାଯୋଗରେ ଶୁଭକାର୍ଯ୍ୟ ଏବଂ ଖରିଦାରି ପରିବାରରେ ସମୃଦ୍ଧି ଆଣିଥାଏ ।

ତୟୋଦଶୀ ତିଥି  ଆରମ୍ଭ ଶୁକ୍ରବାର ସନ୍ଧ୍ୟା ୭ ଟା ୮ ମିନିଟ୍‌ 

ତୟୋଦଶୀ ତିଥି ଶେଷ ଶନିବାର ଅପରାହ୍ନ ୩ଟା ୪୬ ମିନିଟ୍‌ 

କ'ଣ କିଣିବେ ଆପଣମାନେ ଜାଣିଛନ୍ତି ପୂର୍ବ  Page ରୁ  ......

ସୁନା ଓ ଚାନ୍ଦିର ଆଭୂଷଣ ସ୍ଵର୍ଣ ଓ ଚାନ୍ଦି ମୁଦ୍ରା, ଧାତବ ବାସନକୁସନ, ଯାନବାହାନ,ଝାଡୁ, କଉଡି, ଶ୍ରୀ ଯନ୍ତ୍ର, ମାଟି ଦୀପ,ଫ୍ରିଜ୍‌,ୱାଶିଂମେସିନ୍‌ ଏବଂ ଗ୍ରାଇଣ୍ଡର |


ପୂଜା କିପରି କରିବେ

'ଧନତେରସ୍‌' ଦିନ ସନ୍ଧ୍ୟାରେ ଆପଣ ଭଗବାନ କୁବେର ଓ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ପୂଜା କରିବା ସମୟରେ ଆପଣ ସର୍ବପ୍ରଥମେ ତାଙ୍କୁ ଫୁଲ ମାଳ ଅର୍ପଣ କରନ୍ତୁ । ମାଳଅର୍ପଣ କଲାପରେ ତାଙ୍କ ସମ୍ମୁଖରେ ଗୋଟିଏ ଦୀପ ଜାଳି ଦିଅନ୍ତୁ । ଏହାପରେ ଆପଣ ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କୁ କୌଣସି ମିଠା ଜିନିଷ ଭୋଗ ଲଗାନ୍ତୁ | ଯଦିଆପଣ ଏହି ଦିନ ସୁନା କିମ୍ବା ରୂପା କିଣିଥାନ୍ତି ତେବେ ତାକୁ ଭଗବାନଙ୍କ ଚରଣରେ ରଖି ଦିଅନ୍ତୁ । ଏବଂ ପରେ ଆପଣ ବିଧି ଅନୁସାରେ ଭଗବାନଙ୍କ ପୂଜା କରି ଶେଷରେ ଆରତୀ ଗାନ କରନ୍ତୁ | ଆରତୀ ଗାଇଲା ପରେ ଭୋଗ କରାଯାଇଥିବା ମିଠା ସମସ୍ତଙ୍କ ମଧ୍ୟ ରେ   ଦିଅନ୍ତୁ । ଭୋଗ ବାଣ୍ଟିଲା  ପରେ ଆପଣ ତେଲ ଦୀପକୁ ଘରର ମୂଖ୍ୟ ଦ୍ୱାର  ନିକଟରେ ରଖି ଦିଅନ୍ତୁ ।

ଯମ ଦେବତାଙ୍କ ପୂଜା ମଧ୍ୟ କରାଯାଏ

ଧନତେରସ୍‌ ଦିନ ଯମ ଦେବତାଙ୍କ ପୂଜା ମଧ୍ୟ କରାଯାଏ | ଏହି ଦିନ ଯମ ଦେବତାଙ୍କ ପୂଜା କରିବା ଦ୍ୱାରା ଘରର ସଦସ୍ୟଙ୍କୁ ରୋଗ ହୋଇନଥାଏ ଏବଂ ସେମାନଙ୍କ ଆୟୁଷବୃଦ୍ଧି ହୋଇଥାଏ | ସେଥିପାଇଁ ଆପଣ ଧନତେରସ୍‌ ଦିନ ଯମ ଦେବତାଙ୍କ ପୂଜା ମଧ୍ୟ  କରନ୍ତୁ ଏବଂ ତାଙ୍କର ପୂଜା କଲାପରେ ନିଜ ଘରର ମୁଖ୍ୟଦ୍ୱାରରେ ଗୋଟିଏ ଦୀପ ଜଳାନ୍ତୁ । ଏହି ଦୀପଟିକୁ ରଖିଲା ସମୟରେ ଆପଣ ଯମ ଦେବତାଙ୍କୁ ସୁଖୀ ଜୀବନର କାମନା କରନ୍ତୁ । ଘରର ମୁଖ୍ୟଦ୍ୱାର ବ୍ୟତୀତ ଆପଣ ଘରର ଝରକା ପାଖରେ ମଧ୍ୟ  ତେଲ ଦୀପ ରଖିପାରିବେ |

ତେବେ କିଛି ଜିନିଷ ଅଛି ଯେଉଁଗୁଡ଼ିକୁ ଏହି ଦିନ ଆଦୌ କିଣିବା ଉଚିତ୍‌ ନୁହେଁ। ଆସନ୍ତୁ ଜାଣିବା

“ଧନତେରସ୍‌ 'ରେ ଭଗବାନ ଧନ୍ଵନ୍ତରୀ ଆବ୍ରୀଭାବ ହେଉଥିବା କୁହାଯାଏ। ଏଥିପାଇଁ ଦୀପାବଳି ପୂର୍ବଦିନ 'ଧନତେରସ୍‌ 'ର ପୂଜା ବେଶ୍‌ ଧୁମଧାମ୍‌ ରେ ପାଳନ କରାଯାଏ। ଏହି ଦିନ ସୁନା ଗହଣା ଓ ବାସନ ଦୋକାନରେ ବେଶ୍‌ ଭିଡ଼ ଦେଖାଦିଏ| କାରଣ ଏହି ଦିନରେ ସୁନାର କିଛି ଜିନିଷ କିଣି ଆଣିଲେ ମା ଲକ୍ଷ୍ମୀଙ୍କ କୃପା ବଜାୟ ରହେ ବୋଲି ବିଶ୍ଵାସ ରହିଛି। ତେବେ କିଛି ଜିନିଷ ଅଛି ଯେଉଁଗୁଡ଼ିକୁ ଏହି ଦିନ ଆଦୌ କିଣିବା ଉଚିତ୍‌ ନୁହେଁ। ଆସନ୍ତୁ ଜାଣିବ ସେହି ସବୁ ଜିନିଷଗୁଡ଼ିକ ସଂପର୍କରେ।


ଧନତେରସରେ ଲୁହାରେ ତିଆରି କୌଣସି ଜିନିଷ ଘରକୁ ଆଣନ୍ତୁ ନାହିଁ। ଏହା ଅତ୍ୟନ୍ତ  ଅଶୁଭ ହୋଇଥାଏ। ଏହାଦ୍ୱାରା ଘରେ ରାହୁର ପ୍ରକୋପ ପଡ଼ିଥାଏ। ଏପରିକି କଇଁଚି, ଛୁରୀମଧ୍ୟ କିଣିବା ନିଷେଧ | 


ଆଲୁମିନିୟମ ତିଆରି ବାସନକୁସନ ଅବା ଅନ୍ୟ କୌଣସି ଜିନିଷ ଧନତେରସର ଶୁଭ ମୁହୂର୍ତ୍ତରେ କିଣନ୍ତୁ ନାହିଁ। ଏହାଦ୍ୱାରା ସବୁ ଶୁଭଗ୍ରହ ପ୍ରଭାବିତ ହୋଇଥାନ୍ତି।


 ଏହି ଦିନ କଳା ରଙ୍ଗର ବସ୍ତ୍ର କିମ୍ବା ଅନ୍ୟ କୌଣସି ଜିନିଷ କିଣନ୍ତୁ ନାହିଁ କାରଣ ଏହା ସହଆପଣ ଦୁର୍ଭାଗ୍ୟକୁ ବି ଡାକି ଆଣିବେ।


ଧନତେରସର ଶୁଭ ମୁହୂର୍ତ୍ତରେ ଘରକୁ କେବେ ହେଲେ ତୈଳ ଉତ୍ପାଦ ଯଥା- ଘିଅ ଓ ତେଲ ଆଦି ଆଣନ୍ତୁ ନାହିଁ। ତେବେ ଏହି ଦିନ ଘରେ ଦୀପ ଜଳାଇବାକୁ ଏ ସବୁର ଆବଶ୍ୟକ ହୋଇଥାଏ। ତେଣୁ ଏଗୁଡ଼ିକୁ ପୂର୍ବରୁ ଆଣି ରଖନ୍ତୁ।


ଏପରିକି କାଚ ସାମଗ୍ରୀ ମଧ୍ୟ କିଣିବା ବାରଣ କରାଯାଇଛି |

ଦୀପାବଳିରେ ଏହି ଜିନିଷ ଗୁଡିକୁ ଉପହାରରେ ଦିଅନ୍ତୁ ନାହିଁ 

ମହାଭାରତ ଯୁଦ୍ଧ ସମୟରେ କୁରୁକ୍ଷେତ୍ରରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେବା ସମୟରେ କହିଥିଲେ ଛବି କାହାକୁ ଉପହାରରେ ଦିଆଯାଏ ନାହିଁ ଓ ଘରର କାନ୍ଥରେ ମଧ୍ୟ ଲଗେଇବା ଉଚିତ ନୁହେଁ । 

ଦେଖାଯାଇଛି କି ଲୋକମାନେ ଅନେକ ସମୟରେ ଅନ୍ୟ ମାନଙ୍କୁ  ଦେବୀ-ଦେବତା ମାନଙ୍କ ଚିତ୍ର ଉପହାର ସ୍ୱରୂପ  ଦେଇଥାନ୍ତି  । କିନ୍ତୁ ମନେରହେ ଯେଉଁ ଚିତ୍ରରେ ଦେବତା ଉଗ୍ର ରୂପରେ ଥିବେ ଅଥବା ଯୁଦ୍ଧ କରୁଥିବେ ତାହାକୁ ଉପହାରରେ ଦେବା ଉଚିତ ନୁହେଁ ।


ଶାସ୍ତ୍ରରେ ଦର୍ଶାଯାଇଛି  କିଛି ଉପହାର ଯେମିତିକି ରାମାୟଣ, ମହାଭାରତ, ଗ୍ରହଣ, ଜଙ୍ଗଲି ପଶୁ, ଅକାଳ ଓ ସୂର୍ଯ୍ୟାସ୍ତର ଉପହାର ଗ୍ରହଣ କରିବା କି ପ୍ରଦାନ କରିବା ଉଚିତ ନୁହେଁ ।


ଦୀପାବଳି ଦିନ ମା ଲକ୍ଷ୍ମୀଙ୍କ ଆଗମନକୁ ସମସ୍ତେ ଅନେଇ ବସିଥାନ୍ତି । ଏମିତିରେ ଯଦି କେହି ମା ଲକ୍ଷ୍ମୀଙ୍କ ଛବି ଆପଣଙ୍କୁ ଉପହାର ଦେଉଛନ୍ତି ତେବେ ସେହି ଛବିରେ ମା ଲକ୍ଷ୍ମୀଙ୍କର ବସିଥିବାର ଦୃଶ୍ୟ ଥିବା ଦରକାର । ଶାସ୍ତ୍ରରେ ମା ଲକ୍ଷ୍ମୀଙ୍କର ଘରେ ବସିବାକୁ ଶୁଭ ବୋଲି ଦର୍ଶାଯାଇଛି |


ତଳକୁ ବୋହୁଥିବା ଝରଣାର ଚିତ୍ରର ଉପହାର ନେବା କି ଦେବା ଉଚିତ ନୁହଁ । 


ଉପହାରରେ କେବେବି କଣ୍ଟା  ଜାତୀୟ ବୃକ୍ଷର ଚିତ୍ର ଦେବା ଉଚିତ ନୁହଁ । ଏମିତି ବସ୍ତୁ ଦେବା ଓ ନେବା ଲୋକର ଅନିଷ୍ଟ ହୋଇଥାଏ ।


ବନ୍ଧୁଗଣ ଆଶା କରୁଛୁ ଆପଣମାନଙ୍କୁ ଆଜିର ଏହି ବିଷୟଟି ପସନ୍ଦ ଆସିଥିବ । ତାହେଲେ ବିଷୟଟିକୁ ଲାଇକ, ସେୟାର ଏବଂ ଚାନାଲକୁ ଫୋଲୋ କରିବା ପାଇଁ ଭୁଲନ୍ତୁ ନାହିଁ  ।

Post a Comment

0 Comments