ୠତୁସ୍ରାବରେ ଅନିୟମିତତା ର କାରଣ
ଏହି ପାଞ୍ଚଟି କାରଣ ପାଇଁ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ | ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ।
ପାୟତଃ ମହିଳାମାନେ ସେହି ଦିନ ଗୁଡିକରେ ଅର୍ଥାତ ରତୁସ୍ରାବ ସମୟରେ ଚିନ୍ତାରେ ରହିଥାନ୍ତି, କିଛି ମହିଳା ଏହି ସମସ୍ୟାରେ ବେଶି ଚିନ୍ତାରେ ରହିବା ସମୟରେ କିଛି ମହିଳାଏହି ସମସ୍ୟାକୁ ନେଇ କମ ଚିନ୍ତାରେ ରହିଥାନ୍ତି । ଆପଣ ଜାଣିଥିବେ ଏବଂ ଶୁଣିଥିବେ ଏହି ସମୟରେ ମହିଳାମାନେ ଖୁବ୍ ପୀଡ଼ା ଅନୁଭବ କରିଥାନ୍ତି । ଏହା ସହ ପ୍ରତ୍ୟେକ ମହିଳା ଋତୁସ୍ରାବ ସମୟରେ ଚିନ୍ତାରେ ରହିଥାନ୍ତି । ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ସମୟରେ ଅନେକ ହରମୋନର ପରିବର୍ତ୍ତନ ହୋଇଥାଏ | ଏହି ସମୟରେ ଖାଦ୍ୟପେୟ ସହ ଅନେକ ଜିନିଷ ବିଷୟରେ ଧ୍ୟାନ ରଖିବା ପାଇଁ ପଡିଥାଏ । ଋତୁସ୍ରାବ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ସମସ୍ୟା ଅଟେ ।
ଏହା ଜରୁରୀ ନୁହେଁ ଯେ,ଋତୁସ୍ରାବ ଠିକ୍ ସମୟରେ ହିଁ ହେବ, ବେଳେବେଳେ ଋତୁସ୍ରାବ ଦିନେ ଦୁଇଦିନ ଏପଟ ସେପଟ ହୋଇପାରେ ସେଥିପାଇଁ ମହିଳାମାନେ ଚିନ୍ତିତ ହୋଇପଡନ୍ତି । ସମୟରେ ଋତୁସ୍ରାବ ନ ହେବା କୌଣସି ଭୟଙ୍କର ସମସ୍ୟା ନୁହେଁ କିନ୍ତୁ ଏଥିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ଦେଖା ଯାଇଥାଏ |
ରତୁସ୍ରାବ ହେବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ କିନ୍ତୁ କିଛି ମହିଳାଙ୍କୁ ଋତୁସ୍ରାବରେ ଅନିୟମିତତା ସମସ୍ୟା ସୃଷ୍ଟି କରିଥାଏ। ଯଦି ଆପଣଙ୍କ ଋତୁସ୍ରାବ ସମୟ ପୂର୍ବରୁ ହୋଇ ଯାଇଥାଏ କିମ୍ବା ବିଳମ୍ବରେ ହୋଇଥାଏ; ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଋତୁସ୍ରାବ ସମ୍ବନ୍ଧିତ କିଛି ମୁଖ୍ୟ କାରଣ ବିଷୟରେ ଜଣାଇବୁ ।
PCOSର ସମସ୍ୟା ସର୍ବଦା ଦେଖାଯାଇଥାଏ, ଶରୀରରେ ଅପରିଷ୍କାର ହରମୋନର ମାତ୍ରା ବଢି ଯାଇଥାଏ । ଇଂନଫିରଟିଲିଟି ଏବଂ ଋତୁସ୍ରାବରେ ଅନିୟମିତତା ସମସ୍ୟା ହୋଇପାରେ । ଏହି ସମସ୍ୟା ପ୍ରାୟତଃ ଯୁବତୀମାନଙ୍କ କ୍ଷେତ୍ରରେ ଅତ୍ୟଧିକ ଦେଖା ଯାଇଥାଏ |
ଗଳାରେ ଥିବା ଥାଇରଏଡ୍ ଗ୍ରନ୍ଥି ଯଦି ଅଣ୍ତରକ୍ଟିଭ କିମ୍ବା ଓଭରଏକ୍ଟିଭ ହୁଏ, ତେବେ ଶରୀରର ହର୍ମୋନର ସନ୍ତୁଳନ ବିଗିଡି ଯାଇଥାଏ ଏବଂ ଆପଣଙ୍କ ଋତୁସ୍ରାବ ଠିକ୍ ସମୟରେ ହୋଇନଥାଏ |
ରକ୍ତରେ ସୁଗାରର ମାତ୍ରା ବଢିବା ଫଳରେ ଶରୀରର ହରମୋନ ଗୁଡିକ ଅସନ୍ତୁଳିତ ହୋଇ ପଡିଥାଏ; ଯାହାଫଳରେ ଋତୁସ୍ରାବରେ ଅନିୟମିତତା ଦେଖା ଯାଇଥାଏ | ଏପରି କ୍ଷେତ୍ରରେ ନିଜର ଡାକ୍ତରୀ ପରୀକ୍ଷା କରାଇନେବା ଜରୁରୀ ଅଟେ |
ଅତ୍ୟଧିକ ଚିନ୍ତା କାରଣରୁ ଋତୁସ୍ରାବରେ ଅନିୟମିତତା ଦେଖା ଯାଇଥାଏ । ବାରମ୍ବାର ଚିନ୍ତାଗ୍ରସ୍ତ ହେବା କାରଣରୁ ଶରୀରରେ ଏଷ୍ଟ୍ରୋଜେନ ଏବଂ କାର୍ଟିସେଲ ନାମକ ହରମୋନ କ୍ଷରଣ ହୋଇଥାଏ |ଏହି ହରମୋନ ଗୁଡିକ ଶରୀରରେ ବଢିଯିବା ଫଳରେ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ |ଯଦି ଆପଣ ଅତ୍ୟଧିକ ଚିନ୍ତାଗ୍ରସ୍ତ ରୁହନ୍ତି ; ତେବେ ଆପଣଙ୍କୁ ଋତୁସ୍ରାବରେ ଅନିୟମିତତା ଦେଖାଯିବ |
ଆପଣ ଗର୍ଭ ନିରୋଧକ ବଟିକାର ବ୍ୟବହାର କରନ୍ତି ; ତେବେ ଆପଣଙ୍କୁ ଋତୁସ୍ରାବରେ ଅନିୟମିତତା ଦେଖା ଯାଇପାରେ | ଏହି ବଟିକା ଗୁଡିକର ସେବନ ଫଳରେ ଆପଣଙ୍କ ଶରୀରରେ ହରମୋନ ଗୁଡିକ ଅସନ୍ତୁଳିତ ହୋଇଥାଏ ଏବଂ ଋତୁସ୍ରାବରେଅନିୟମିତତା ଦେଖା ଯାଇଥାଏ | ତେଣୁ ଆପଣ ଏହି ବଟିକା ଗୁଡିକର ସେବନରୁ ନିବୃତ ରୁହନ୍ତୁ ।
0 Comments
Do you have any doubts or suggestions? Ask them here in the comments!