ଗରମ ଖାଦ୍ୟ ଗଳା କ୍ୟାନସରର କାରଣ ହୋଇପାରେ
ତାୱାରୁ ଗରମ ଗରମ ବାହାରି ଥିବା ରୁଟି ଖାଇବାକୁ କିଏ ଅବା ପସନ୍ଦ ନକରନ୍ତି, କିନ୍ତୁ ଏଭଳି ତରବରିଆରେ ଖାଇବାର ଭୁଲ ଆପଣ ଆଦୌ କରନ୍ତୁ ନାହିଁ । କାରଣ ଏହି ଖାଦ୍ୟ କ୍ୟାନସରର ବାହକ ମଧ୍ୟ ସାଜିପାରେ । ଖାଲି ରୁଟି ହିଁ ନୁହେଁ ଅନ୍ୟାନ୍ୟ ଗରମ ଖାଦ୍ୟ ପଦାର୍ଥ ତଥା ଚାହା--କଫି ଏବଂ ସୁପ୍ ମଧ୍ୟ ହଡବଡିରେ ଖାଇବା ଦ୍ୱାରା ଆପଣ କ୍ୟାସନର ଭଳି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ।
ରାଜକୀୟ ଜେକେ କ୍ୟାନସର ସଂସ୍ଥ|ରେ ଚିକିତ୍ସା ନମନ୍ତେ ଭର୍ତ୍ତି ହେଉଥିବା ରୋଗୀମାନଙ୍କ ମଧ୍ୟରେ ଏଭଳି ଅନେକ ମାମଲା ଦେଖିବାକୁ ମିଳିଛି । ଏଠିକାର ବିଶେଷଜ୍ଞଙ୍କ ମତରେ ଖାଦ୍ୟ ନଳୀରେ କ୍ୟାନସରର ମାମଲା ବୃଦ୍ଧି ପାଇଛି । କ୍ୟାନସର ସଂସ୍ଥାର ବିଶେଷଜ୍ଞଙ୍କ କହିବା କଥା ହେଲା, ଚିକିତ୍ସା ପାଇଁ ଆସିଥିବା ୩୦ରୁ୪୦ ବର୍ଷ ବୟସର ଲୋକଙ୍କର ଯାଂଚରେ ଖାଦ୍ୟ ନଳୀରେ କ୍ୟାନସର ଦେଖାଦେଉଛି ।
ଯଦି ଆପଣ ଅଧିକ ଗରମ ଥିବା ଚା ସବୁ ଦିନ ପିଉଥାନ୍ତି ତେବେ , ମୁହଁରୁ ପାକସ୍ଥଳି ପର୍ଯ୍ୟନ୍ତ ଲମ୍ବି ଥିବା ପାଚକ ନଳୀ ନଷ୍ଟ ହୋଇ ଯିବାର ଅନେକ ସମ୍ଭାବନା ରହିଥାଏ । ତେଣୁ ଯଦିବି ଚା ପିଉଛନ୍ତି ଅଳ୍ପ ଗରମର ଚା ପିଅନ୍ତୁ । କେବଳ ସେତିକି ନୁହେଁ ବେଳେ ବେଳେ ଗରମ ଚା ପିଇବା ବେଳେ ଜିଭ ମଧ୍ୟ ପୋଡି ଯାଇଥାଏ ।
ଗରମ ଖାଦ୍ୟ କିମ୍ଵା ପେୟ ଦ୍ୱାରା ଖାଦ୍ୟ ନଳୀର ଅତି ସମ୍ବେଦନଶୀଳ ଭାଗ କ୍ଷତିଗ୍ରସ୍ତ ହେବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ । ଏହି କାରଣରୁ ବିଳମ୍ବିତ ରାତି ଧରି କାମ କରିବା ଏବଂ ସକାଳରେ ବିଳମ୍ବରେ ଉଠିବାର ଅନୀୟମିତ ଜୀବନଶୈଳୀରେ ଲୋକଙ୍କ ଖାଦ୍ୟପେୟ ତରିବରିଆ ଭାବେ ହୋଇଥାଏ ।
ଲକ୍ଷଣ
- ଖାଦ୍ୟ କିମ୍ବା ପାଣି ଢୋକିବାରେ ସମସ୍ୟା
- ଛାତିରେ ଲଗାତର ଜଳାପୋଡା ହେବା
- ଖାଦ୍ୟ ଗିଳିବାରେ ସମସ୍ୟା ଦେଖାଦେଲେ
- ଖାଇବାର ତୁରନ୍ତ ବାଦ୍ ବାନ୍ତି ହେବା
- ନିଶ୍ଵାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେବା
- ଲଗାତର କାଶ ହେବା
ଚିକିତ୍ସା
ଖାଦ୍ୟ ନଳୀର ଇଣ୍ଡୋସ୍କୋପି ଯାଂଚ, ସିଟି ସ୍କାନ ଯାଂଚ ଏବଂ ଏମଆରଆଇ ଯାଂଚ କରାନ୍ତୁ । ତେବେ ସମୟ ଥାଉ ଥାଉ ରୋଗର ଚିହ୍ନଟ ହେବା ଦ୍ୱାରା ଏହାର ଚିକିତ୍ସା ମଧ୍ୟ ସହଜସାଧ୍ୟ ପ୍ରମାଣିତ ହୋଇଥାଏ ।



0 Comments
Do you have any doubts or suggestions? Ask them here in the comments!