ବାମ କଡ଼ ମାଡି ଶୋଇବାରେ ଫାଇଦା

ବାମ କଡ଼ ମାଡି ଶୋଇବାରେ ଫାଇଦା

ପ୍ରତ୍ୟେକ ମଣିଷ ଭିନ୍ନ ଭିନ୍ନ ଭଙ୍ଗିରେ ଶୋଇବାକୁ ପସନ୍ଦ କରିଥାନ୍ତି । କିଏ ଗୋଡ ତଳେ ତକିଆ ଦେଇ ଶୋଇଥାଏ ତ କିଏ ଚିତ୍‌ ହୋଇକି ଶୋଇବାକୁ ପସନ୍ଦ କରିଥାଏ | ଆଉ କିଏ ଡାହାଣ କିମ୍ବା ବାମ କଡ ଲେଉଟିକି ଶୋଇବାକୁ ଭଲପାଇଥାନ୍ତି  । ଏହି ପରିପ୍ରେକ୍ଷୀରେ ଶୋଇବାର ସବୁଠାରୁ ଭଲ ଭଙ୍ଗୀ ହେଉଛି ବାମ ବଡ ଲେଉଟାଇ ଶୋଇବା | ଯାହାକୁ ଆୟୁର୍ବେଦ 'ଭାମଖୁସି' ବୋଲି କହିଥାଏ |


ତେବେ ଆସନ୍ତୁ ଜାଣିବା ବାମ କଡ ହୋଇ ଶୋଇବା ଦ୍ୱାରା  କଣ ଫାଇଦା ମିଳିଥାଏ |


  1. ବାମ କଡ ହୋଇ ଶୋଇବା ଦ୍ୱାରା  ଘୁଙ୍ଗୁଡି ମାରିବାରୁ ମୁକ୍ତି ମିଳିଥାଏ |
  2. ବାମ କଡ ହୋଇ ଶୋଇବା ଦ୍ୱାରା  ଶରୀରରେ ଭଲ ଭାବେ ହୋଇଥାଏ ରକ୍ତ ସଞ୍ଚାଳନ |
  3. ସକାଳେ ଉଠିବା କ୍ଷଣି ହେଉଥିବା ଥକାପଣକୁ ଏହା ଦୂର କରିଥାଏ |
  4. ଏବଂ ଆୟୁର୍ବେଦ ଅନୁସାରେ ଏହା ସବୁଠାରୁ ଭଲ ଶୋଇବା ପୋଜିସନ୍‌ ଅଟେ |
  5. ବାମ କଡ ହୋଇ ଶୋଇବା ଦ୍ୱାରା ମସ୍ତିଷ୍କ ଉପରେ ଏହା ଭଲ ପ୍ରଭାବ ପକାଇଥାଏ |
  6. ଏହି କଡରେ ଶୋଇବା ଦାରା ଶରୀରରେ ଶୀଘ୍ର ଫ୍ୟାଟ ଲାଗିନଥାଏ |
  7. ହାର୍ଟକୁ ଠିକ୍‌ ଭାବେ କାର୍ଯ୍ୟ କରିବାରେ ସାହାଯ୍ୟ  କରିଥାଏ |
  8. ବାମ କଡ ହୋଇ ଶୋଇବା ଫଳରେ ବ୍ୟାକ ଏବଂ ନେକ୍‌ ପେନରୁ ଆରାମମିଳିଥାଏ |
  9.  ଟକ୍ସିନକୁ ଶୋଧନ କରିବାରେ  ସାହାଯ୍ୟ  କରିଥାଏ |
  10.  ବାମ କଡ ହୋଇ ଶୋଇବା ଦ୍ୱାରା ଲିଭର ଏବଂ କିଡ଼ିନ୍‌ ଭଲ ଭାବେ କାର୍ଯ୍ୟ  କରିଥାଏ |
  11.  ଛାତି ଜଳା ପୋଡାରୁ ମୁକ୍ତି  ମିଳିଥାଏ |
  12. ଖାଦ୍ୟ ଖାଇବା ପରେ ହଜମ ଠିକ ଭାବେ ହୋଇଥାଏ |

Post a Comment

0 Comments