ଆତ୍ମବିଶ୍ଵାସକୁ ବୃଦ୍ଧି କରିବା ପାଇଁ କିଛି ଟିପ୍ସ୍‌

ଆତ୍ମବିଶ୍ଵାସକୁ ବୃଦ୍ଧି କରିବା ପାଇଁ କିଛି ଟିପ୍ସ୍‌




ବାହାର ହେଉ କି ଘର ଅବା ବନ୍ଧୁଙ୍କ ମେଳ ସେସବୁ ସ୍ଥାନରେ ଆମକୁ ନିନ୍ଦିତ କିମ୍ବା ଅପଦସ୍ତ ହେବାକୁ ପଡ଼େ । ଉଦାହରଣ ସ୍ୱରୂପ ଜଣେ ଭଲ ଗୀତ ଗାଇ ପାରେ କିନ୍ତୁ ଆତ୍ମବିଶ୍ଵାସ ଅଭାବରୁ ସାଙ୍ଗସାଥୀଙ୍କ ମେଳରେ ଗାଇ ପାରେ ନାହିଁ । ଇଣ୍ଟରଭ୍ୟୁ ଦେବା ବେଳେ ନର୍ଭସନେସ୍‌ ଯୋଗୁଁ ପ୍ରଶ୍ନର ଉତ୍ତର ଜାଣିଥିଲେ ବି କହି ପାରେ ନାହିଁ । ଏଭଳି ପରିସ୍ଥିତିରୁ  ନିଜକୁ ଉପରକୁ ଉଠାଇବା ଲାଗି ନିଜେ ହିଁ ଚେଷ୍ଟା କରିବେ । ତାହେଲେ ଆପଣ ନିଜେ ଆପଣଙ୍କ ଭାଗ୍ୟ ବଦଳାଇ ପାରିବେ | 


ଏଭଳି କିଛି ଟିପ୍ସ୍‌ ଆମେ ଆପଣଙ୍କୁ ଦେଉଛୁ । ଭଲ ଭାବେ ତାକୁ ପାଳନ କଲେ ନିଶ୍ଚିତ ସଫଳ ହେବେ ।


  • ପ୍ରଥମେ ନିଜେ ନିଜର ଦୁର୍ବଳତାକୁ ଚିହ୍ନଟ କରନ୍ତୁ । ଯେଉଁ ସବୁ ଦୁର୍ବଳତା ରହିଛି ତାକୁ ଏକ ଡାଏରୀରେ ଲେଖନ୍ତୁ । ତା ଭିତରୁ କେଉଁଟି ଆପଣଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜୁଛି ତାକୁ ଆଗରେ ରଖନ୍ତୁ । କିନ୍ତୁ ଏଥିରେ ଆପଣଙ୍କୁ ନିଜକୁ ନିଜେ ସତ କହି ଦୁର୍ବଳତାଟିକୁ ବାଛିବାକୁ ପଡ଼ିବ । ନଚେତ ସମସ୍ୟା ଦୂର ହେବନାହିଁ ।



  • ସେହି ଦୁର୍ବଳତାଟିକୁ ପ୍ରଥମେ ତର୍ଜମା କରନ୍ତୁ ଏବଂ ଦୈନିକ ଏକାଗ୍ରତାର ସହ ତା ବିରୋଧରେ ସ୍ଵର ଉତ୍ତୋଳନ କରନ୍ତୁ । ଯେମିତିକି ହଁ ଏହି ଦୁର୍ବଳତାକୁ ମୁଁ ଜିତି ପାରିବି । ସାଙ୍ଗ କିମ୍ବା ପରିବାର ମେଳରେ ଥିଲେ ସେଭଳି ଦୁର୍ବଳତା ନଥିବା ବ୍ୟକ୍ତିଙ୍କ ହାବଭାବକୁ ଲକ୍ଷ୍ୟ କରି କିଛି ଶିକ୍ଷା କରନ୍ତୁ । ଏଥିରେ ଆପଣଙ୍କ ଆତ୍ମବିଶ୍ଵାସରେ ପରିବର୍ତ୍ତନ ଆସିବ । 


  • ତେବେ ଏସବୁ ଭିତରେ ନିଜର ଅହଙ୍କାର ଭାବକୁ ପ୍ରଦର୍ଶନ କରନ୍ତୁ ନାହିଁ କିମ୍ବା ନିଜକୁ ଅନ୍ୟ ଠାରୁ ଛୋଟ ବୋଲି ମନେ କରନ୍ତୁ ନାହିଁ । ଏଣ୍ଟରଭ୍ୟୁରେ ଉତ୍ତର ଦେଲା ବେଳେ ଏସବୁ ପ୍ରତି ଭଲ ଭାବେ ନଜର ଦିଅନ୍ତୁ ।


  • ଯଦି ବନ୍ଧୁ ଓ ସାଙ୍ଗ ମେଳରେ କିଛି ଭୁଲ କଥା କହୁଛନ୍ତି ଏବଂ ଉପହାସର ପାତ୍ର ହେବାକୁ ପଡ଼ୁଛି ତେବେ ଏଥିରେ ବିଚଳିତ ହେବେ ନାହିଁ । ସମାଲୋଚନାକୁ ଏନଜଏ କରନ୍ତୁ । କାରଣ ଆପଣ ବନ୍ଧୁଙ୍କ ମେଳରେ ଅଛନ୍ତି । କିନ୍ତୁ ଭୁଲକୁ ଆଉ ଥରେ ଦୋହରାନ୍ତୁ ନାହିଁ  ।



  • ଦୁର୍ବଳତା ଆସେ ଦୁଇଟି କଥାରୁ । ଗୋଟିଏ ହେଉଛି ଆମର ସଂପୃକ୍ତ ଜିନିଷ ପ୍ରତି ଥିବା ଅତିବ ଆକର୍ଷଣ କିମ୍ବା ଆମ ଭିତରେ ଥିବା ଆତ୍ମବିଶ୍ଵାସରେ କମି । ଏହାକୁ ଦୂର କରିବା ଲାଗି ମାନସିକ ଭାବେ ପ୍ରସ୍ତୁତି କରିବା ଦରକାର |


  • ଯେକୌଣସି ଇଣ୍ଡୁରଭ୍ୟୁକୁ ଯାଉଛନ୍ତି ପ୍ରଥମେ ସେହି ସଂସ୍ଥାର ଶକ୍ତି ସାମର୍ଥ୍ୟ ଏବଂ ଦୁର୍ବଳତା ବିଷୟରେ ଜାଣି ନିଅନ୍ତୁ । ପ୍ରଶ୍ନକାର୍ତ୍ତାଙ୍କ ପ୍ରଶ୍ନର ଉତ୍ତରରେ ଏସବୁ ବିଷୟରେ ଆପଣ ଉପସ୍ଥାପନ କଲେ ତାଙ୍କୁ ପ୍ରଭାବିତ କରି ପାରିବେ ।



  •  ଯେଉଁ କ୍ଷେତ୍ରରେ ଆପଣ ଦୁର୍ବଳ ବୋଲି ଅନୁଭବ କରୁଛନ୍ତି ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ସହିତ ଅଧିକ ମିଶନ୍ତୁ । ଫଳରେ ଅଭିଜ୍ଞତା ହାସଲ ହେବ ଏବଂ ଦୁର୍ବଳତା ଆପେ ଆପେ ଦୂର ହୋଇଯିବ ।


  •  ଯଦି ଆପଣ ନିଜର ନିର୍ଦ୍ଧିଷ୍ଟ ଦୁର୍ବଳତାକୁ ଦୂର କରି ପାରୁ ନାହାନ୍ତି ତେବେ ତାକୁ ଏଡ଼ାଇ ଯାଇ ନିଜର ସାମର୍ଥ୍ୟ କ୍ଷେତ୍ରକୁ ଅଧିକ ଧ୍ୟାନ ଦିଅନ୍ତୁ । ସେହି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଚେଷ୍ଟା କରନ୍ତୁ ନିଶ୍ଚୟ ସଫଳ ହେବେ ।



  • ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଯଦି ନିଜର ଦୁର୍ବଳତା ବା ସ୍ଥିତିକୁ  ବଦଳାଇ ପାରୁ ନାହାନ୍ତି ତେବେ ପରିସ୍ଥିତି ଅନୁଯାୟୀ ନିଜକୁ ପ୍ରସ୍ତୁତ କରନ୍ତୁ । ପରିସ୍ଥିତି ଓ ପରିବେଶକୁ ଏନ୍‌ଜଏ କଲେ ଆପଣ ସଫଳ ହେବେ | 


  • ଆଉ ଯଦି ପ୍ରତ୍ୟେକ କ୍ଷେତ୍ରରୁ କିଛି ଶିଖିବାର ମନୋବୃତ୍ତି ରଖିବେ ତେବେ         ମଧ୍ୟ  ଆପଣ ସଫଳ ହେବେ |


ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଲା ତେବେ ଏହାକୁ ନିଶ୍ଚିତ Share କରନ୍ତୁ ଓ ଯଦି ଆପଣ ଏହିପରି ନୂଆ ପୋଷ୍ଟ ପଢିବାକୁ ଚାହାଁନ୍ତି ତେବେ ସେହି ଘଣ୍ଟି Icon କୁ press କରି Subscribe କରନ୍ତୁ |  

Post a Comment

0 Comments