ଅଣ୍ଡା ଖାଇବାର ଲାଭ ଓ କ୍ଷତି

ଅଣ୍ଡା ଖାଇବାର ଲାଭ ଓ କ୍ଷତି

ଅଣ୍ତା ଖାଇବା କିଛି ଲୋକଙ୍କ ଦୁର୍ବଳତା ଥାଏ । କିଛି ଡିସ୍‌ ବିନା ମଧ୍ୟ ଲୋକଙ୍କୁ ସିଝା ଅଣ୍ତା ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଏଥିରେ ସ୍ଵାସ୍ଥ୍ୟକୁ ଲାଭ ମିଳୁଛି ନା କ୍ଷତି ତାହା ମଧ୍ୟ  ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଆଜି ଆମେ ସିଝାଅଣ୍ତା ଦେହ ପ୍ରତି କ୍ଷତିକାରକ କି ଲାଭଦାୟକ ଜାଣିବା |



ଲାଭ

  • ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ ଅଣ୍ଡ।ର ହଳଦିଆ ଅଂଶରେ କ୍ୟାଲସିୟମ୍‌,ଆଇରନ୍‌ ଜିନ୍‌,ଫସପରସ୍‌,ଭିଟାମିନ୍‌ ବି-୬,ଭିଟାମିନ୍‌ ବି-୧୨ ଏବଂ ପେଥୋନିକ୍‌ ଏସିଡ଼ ରହିଥାଏ |  ତାସହ  ଓମେଗା - ୩ ଫେଟି ଏସିଡ଼, ଭିଟାମିନ୍‌ ଏ ଏବଂ ବି ଆଦି ଭରପୁର ମାତ୍ରାରେ ରହିଥାଏ ।
  • ଛୋଟ ପିଲାଙ୍କ ମସ୍ତିଷ୍କ ବିକଶିତ ହେବାରେ ଏହା ସାହାଯ୍ୟ କରେ । 
  • ଗର୍ଭବତୀ ମହିଳାଙ୍କ ମାଂସପେଶୀ ପାଇଁ ଅଣ୍ତା ଖାଇବା ନିହାତି ଆବଶ୍ୟକ ।
  • ସ୍ତନ କର୍କଟକୁ ଦୂରେଇବାରେ ଅଣ୍ଡା  ଲାଭଦାୟକ ହୋଇଥାଏ |
  • ଯେଉଁ ପୁରୁଷ ଦୈନିକ ଅଣ୍ତାର ସେବନ କରିଥାନ୍ତି ତାଙ୍କ ନିକଟରେ ରୋଗପ୍ରତିରୋଧକ କ୍ଷମତା ଅଧିକ ରହିଥାଏ । ଏହା ଶରୀରକୁ ବିଭିନ୍ନ ପ୍ରକାରର ଲାଭ ପହଞ୍ଚାଇଥାଏ ।
  • ଡାଏବେଟିସ୍‌ ରୋଗୀ ଅଣ୍ଡାକୁ ସିଝାଇ ତାହାର ସେବନ କରିପାରିବେ । ତେବେ ଏହା ଡାଇବେଟିସକୁ ସଂପୂର୍ଣ୍ଣ ଶେଷ କରିନଥିଲେ ମଧ କିଛି ମାତ୍ରାରେ ତାହାର ପ୍ରଭାବକୁ କମ କରିଥାଏ ।
  • ଏପରିକି ଜିମ୍‌ ଯାଉଥିବା ବ୍ୟକ୍ତି ଦୈନିକ କଞ୍ଚା କ୍ଷୀର ସହ ଅଣ୍ତା ଖାଇବା ଶରୀର ପାଇଁ ଖୁବ ଲାଭ ହୋଇଥାଏ ।
  • ଏହାକୁ ଜଳଖିଆ ଭାବେ ଖାଇଲେ ଶରୀରକୁ ଅଧିକ ପୋଷକ ମିଳିଥାଏ ।

  • ଅଣ୍ଡାର ଧଳା ଅଂଶଟି ଖାଇଲେ Body କୁ ବହୁତ Energy ମିଳିଥାଏ |

  • କିନ୍ତୁ ହଳଦିଆ ଅଂଶଟି ଖାଇବା ଦ୍ୱାର body ରେ Fat ଜମିଥାଏ | ଏବଂ ପେଟରେ ଷ୍ଟୋନ ହେବାର ସମ୍ଭାବନା ଅଧିକ ବଢ଼ିଯାଇଥାଏ |  

କ୍ଷତି

  • ଯଦି ଆପଣଙ୍କୁ ହୃଦଜନିତ ରୋଗ,ସୁଗାର୍‌ କିମ୍ବା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ରହିଛ  ତେବେ ଏହି ହଳଦିଆ ଅଂଶକୁ ଖାଆନ୍ତୁ ନାହିଁ । 
  •  ଅଣ୍ତା ଭାଜିବା ସମୟରେ କମ୍‌ ତେଲର ପ୍ରୟୋଗ କରନ୍ତୁ  ଏବଂ ଦରସିଝା ଅଣ୍ତା ଖାଇବା ଭୁଲ୍‌ କରନ୍ତୁ ନାହିଁ । ଏହାଦ୍ୱାରା ଫୁଡ ପଏଜନିଂର ବିପଦ ଥାଏ |
  • ଅଣ୍ଡା ଖାଇବା ପୂର୍ବରୁ ଏହା ଖରାପ କି ନୁହଁ ଭଲଭାବରେ ପରଖି ଖାଆନ୍ତୁ ନଚେତ  ମୁଣ୍ଡବ୍ୟଥା, ପେଟବ୍ୟଥା,ଡାଇରିଆ,ଜ୍ୱର ଭଳି ଅନେକ ସାଘାଂତିକ ରୋଗ ଦେଖା  ଯାଇପାରେ |
  • ସପ୍ତାହରେ ତିନି ରୁ ଅଧିକ ଅଣ୍ଡା ଖାଇବା ଦ୍ୱାରା ହାଟ ଆଟାକ୍‌ ଏବଂ ଷ୍ଟ୍ରୋକର  ଭୟ ବଢ଼ିଯାଇଥାଏ।
  • ସପ୍ତାହରେ ତିନି ରୁ ଅଧିକ ଅଣ୍ତା ଖାଇବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନସର ହେବାର ଭୟ ବଢ଼ି ଯାଇଥାଏ। ବୈଜ୍ଞାନିକ ଏହାର କାରଣ ଅଣ୍ତାରେ ଥିବା କୋଲେଷ୍ଟ୍ରଲ ବା କୋଲାଇନ ବୋଲି କହିଛନ୍ତି।
  • ଅଣ୍ତା  ମିଳୁଥିବା କୋଲେଷ୍ଟ୍ରଲ ବହୁତ କମ୍‌ ମାତ୍ରାରେ ରକ୍ତରେ ପହଁଚିଥାଏ। 


କିନ୍ତୁ ମନେରଖନ୍ତୁ ଦିନରେ ଗୋଟିଏ ରୁ ଦୁଇଟି ହିଁ ଅଣ୍ତା ଖାଇବାକୁ ଚେଷ୍ଟା କରନ୍ତୁ |  ଖାଦ୍ୟ ଲୋଭରେ ଅଧିକ ଅଣ୍ତାର ସେବନ ସ୍ୱାସ୍ଥ୍ୟ ପାଇଁ ଓଲଟା ପ୍ରଭାବ ପକାଇଥାଏ । ଯଦି ଆପଣ ଅଧିକ ଅଣ୍ଡା  ଖାଉଛନ୍ତି ତେବେ ଆପଣଙ୍କୁ କ୍ୟାନସର ମଧ୍ୟ ହୋଇପାରେ।ଫଳରେ ଅଣ୍ଡା ଖାଇବା ଲାଭ ବଦଳରେ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

Post a Comment

0 Comments