ତେଲ ଲଗାଇବାର ସଠିକ ସମୟ ଓ ନିୟମ
ବିବାହିତ ମହିଳାମାନେ ଏହି ଦିନ ତେଲ ଲଗାଇଲେ ପରିବାରର ଉପରେ କୁ-ଖରାପ ପ୍ରଭାବ ପଡ଼ିଥାଏ ଏବଂ ସ୍ୱାମୀଙ୍କ ଆୟୁଷ
ମଧ୍ୟ କମିଥାଏ ।
ଆମେ ସାଧାରଣ ରୂପେ ତେଲକୁ ଆମ କେଶରେ ଓ ଶରୀରରେ ଲଗାଇଥାଉ | କାରଣ କେଶରେ ତେଲ ଲଗାଇବା ଦ୍ୱାରା ତାହା ଘନ ଓ ସୁନ୍ଦର ଦେଖାଯାଏ | ଏହାସହ କେଶ ବହୁତ ମଜବୁତ ହୋଇଥାଏ | ସେହିଭଳି ତେଲକୁ ଶରୀରରେ ଲଗାଇବା ଦ୍ୱାରା ଶରୀରରେ ଚମକ ଆସିଥାଏ ଓ ତାହା ଶରୀରକୁ ଚିକ୍କଣ କରିଥାଏ | ଶରୀରରେ ତେଲ ମାଲିସ କରିବା ଦ୍ୱାରା ଶରୀର ସହ ହାଡ଼ ମଧ୍ୟ ବହୁତ ଶକ୍ତ ହୋଇଥାଏ | କିନ୍ତୁ ଗୋଟିଏ ଜିନିଷକୁ ସବୁବେଳେ ଧ୍ୟାନ ରଖିବାକୁ ପଡିବ | ତାହା ହେଉଛି କେଉଁ ଦିନ ତେଲ ଲଗାଇଲେ ତାହା ଶୁଭ ଓ ଅଶୁଭ ହୋଇଥାଏ ଏହା ଜାଣିବା ବହୁତ ଜରୁରୀ ଅଟେ ।
ତେବେ ଆସନ୍ତୁ ଜାଣିବା କେଉଁ ଦିନମାନଙ୍କରେ ତେଲ ଲଗେଇବା ଶୁଭ ଓ ଅଶୁଭ ହୋଇଥାଏ | ............
୧) ସୋମବାର
- ସୋମବାର ଦିନ ତେଲ ଲଗାଇଲେ ଚେହେରାରେ ସୌନ୍ଦର୍ଯ୍ୟ ଏବଂ ସାମାଜିକ ସମ୍ମାନ ବୃଦ୍ଧି ପାଇଥାଏ | କେଶରେ ତେଲ ଲଗାଇବା ପାଇଁ ଏହି ଦିନ ସବୁଠାରୁ ଭଲ ବୋଲି କୁହାଯାଏ |
- ଯଦି ଆପଣ ଏହିଦିନ କେଶରେ ତେଲ ଲଗାଇବେ; ତେବେ ଆପଣଙ୍କ କେଶ ଘନ ଓ ସୁନ୍ଦର ହୋଇଥାଏ ଏବଂ କେଶ ଝଡ଼ିବାର ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଥାଏ ।
୨) ମଙ୍ଗଳବାର
- ଯଦି ଆପଣ ମଙ୍ଗଳବାର ଦିନ କେଶରେ ତେଲ ଲଗାଇଥାନ୍ତି, ତେବେ ଆୟୁସ ହାନି ଏବଂ ଘରର ସଦସ୍ୟଙ୍କୁ ରୋଗ ବେମାର ହେବାର ଆଶଙ୍କା ଥାଏ |
- ଏହି ଦିନରେ ତେଲ ଲଗାଇଲେ ଆପଣଙ୍କୁ ଓ ଆପଣଙ୍କ ପ୍ରିୟଜନଙ୍କୁ ବେମାର ପ୍ରାୟ ଘେରି ରହିଥାଏ ଏବଂ ମୃତ୍ୟୁ ସମସ୍ୟା ଆସିପାରେ ।ତେଣୁ ମଙ୍ଗଳବାର ଦିନ ତେଲ ଲଗାଇବା ଉଚିତ ନୁହେଁ |
୩) ବୁଧବାର
- ବୁଧବାର ଦିନ ଶରୀରରେ ତେଲ ଲଗାଇବା ଶୁଭଦାୟକ ହୋଇଥାଏ |
- ଏହି ଦିନ ତେଲ ଲଗାଇବା ଦ୍ୱାରା ଆପଣଙ୍କ ପରିବାର ସଦସ୍ୟଙ୍କ ସୁଖ, ସୌଭାଗ୍ୟ ଓ ଧନ ପ୍ରାପ୍ତି ହୋଇଥାଏ |
୪) ଗୁରୁବାର
- ଗୁରୁବାର ଦିନ ଯେତେ ଯାହା ହେଉ ମଧ୍ୟ ଶରୀରରେ କିମ୍ବା କେଶରେ ତେଲ ଲଗାନ୍ତୁ ନାହିଁ ।
- ଏହି ଦିନ ତେଲ ଲଗାଇବା ଦ୍ୱାରା ଧନ ହାନି ଓ ଘରକୁ ଦରିଦ୍ରତା ଆସିଥାଏ ।
- ମାଆ' ଲଷ୍ମୀ ଆପଣଙ୍କ ଉପରେ କ୍ରୋଧ କରନ୍ତି ଓ ଆପଣଙ୍କ ଘରକୁ ଛାଡ଼ି ଚାଲିଯାନ୍ତି ।
୫) ଶୁକ୍ରବାର
- ଶୁକ୍ରବାର ଦିନ ତେଲ ଲଗାଇବା ବହୁତ ଅଶୁଭ ବୋଲି କୁହାଯାଏ |
- ଏହି ଦିନ ତେଲ ଲଗାଇଲେ ଘରେ ଦୋଷ ଏବଂ ଦୁଃଖ ପ୍ରାପ୍ତି ହୋଇଥାଏ ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ଵଚ୍ଛଳତା ବା ଉନ୍ନତି ଆସିଥାଏ |
୬) ଶନିବାର
ଶନିବାର ଦିନ ତେଲ ଲଗାନ୍ତୁ । ଏହି ଦିନ ତେଲ ଲଗାଇବା ଦ୍ୱାରା ସୁଖ ଓ ଧନ ପ୍ରାପ୍ତି ହୋଇଥାଏ |
୭) ରବିବାର
- ରବିବାର ଦିନ ତେଲ ମାଲିସ କଲେ ଶରୀରରେ ତାପମାତ୍ରା ବୃଦ୍ଧି ପାଏ |
- ରବିବାର ଦିନ ଭୁଲରେ ମଧ୍ୟ ତେଲ ଲଗାନ୍ତୁ ନାହିଁ । ନଚେତ କୌଣସି ବଡ଼ କାମରେ କ୍ଷତି ହୋଇପାରେ । ଆପଣ କୌଣସି କାମ କରିବାକୁ ଚାହୁଁଛନ୍ତି ସେଥିରେ ବାଧା ଆସିପାରେ | ସେଥିପାଇଁ ରବିବାର ଦିନ ତେଲ ଲଗାଇବା ଉଚିତ ନୁହେଁ ।
ତେଣୁ ସୋମବାର,ବୁଧବାର,ଶନିବାର ଦିନ ତେଲ ଲଗାଇବା ଉଚିତ |
ରବିବାର,ମଙ୍ଗଳବାର,ଗୁରୁବାର,ଶୁକ୍ରବାର,ଷଷ୍ଠୀ,ଏକାଦଶୀ,ଦ୍ୱାଦଶୀ,ଆମବାସ୍ୟା,ପୂର୍ଣ୍ଣିମା,ଓଷାବ୍ରତ ଏବଂ ଶ୍ରାଦ୍ଧ ଏହି ତିଥି ଓ ବାରରେ ତେଲ ଲଗାଇବା ଉଚିତ ନୁହେଁ |
କେଉଁ ରୋଗୀ ତେଲ ଲଗାଇବା ଅନୁଚିତ
- ନାରୀ ଗର୍ଭବତୀ ସମୟରେ,
- ନାରୀର ଋତୁସ୍ରାବ ସମୟରେ,
- ପେଟରେ ଟ୍ୟୁମର ହୋଇଥିଲେ ଏବଂ
- ହାନିଆ,
- ଆପେଣ୍ଡିକସାଇଡ ରୋଗ,
- ପାକସ୍ଥଳୀ ରୋଗ ବା
- ପେଟରେ ଅଲସର ହୋଇଥିଲେ,
- ପେଟରେ କ୍ଷତ ହୋଇଥିଲେ,
- ଝାଡା ଲାଗୁଥିଲେ,
- ଚର୍ମ ରୋଗ ଥିଲେ,
- ଜ୍ଵର ସମୟରେ,
- ହୃଦରୋଗୀ,
- ଯଖ୍ମ|ରୋଗୀ,
- କଫ ରୋଗୀ ମାନେ
ଏହି ସବୁ ଅବସ୍ଥାରେ ପେଟରେ ତେଲ ମାଲିସ କରିବା ଉଚିତ ନୁହେଁ |
ପେଟରେ ତେଲ ମାଲିସ ବେଳେ ଧ୍ୟାନ ରଖିବା ଉଚିତ ଯେ ସେ ଖାଇବାର 3 ଘଣ୍ଟା ଏବଂ ମଳ ତ୍ୟାଗ ପରେ ତେଲ ମାଲିସ କରିବେ |
କେଉଁ ତେଲ ମାଲିସ କରିବେ
- ସୋରିଷ ତେଲରେ ମାଲିସ କଲେ ଫୁଲା,ଦରଜ ଥିଲେ ଆରାମ ମିଳେ | ଶରୀରରେ ଋକ୍ଷତା କମ ହୁଏ ଏବଂ ଶୀତଦିନେ ତ୍ୱଚା ନରମ ହୁଏ | କର୍କଟ ରୋଗକୁ ବି କମ କରିଥାଏ |
- ନଡ଼ିଆତେଲକୁ ସ୍ନାୟୁ ରୋଗୀ ,ଚିଡ଼ିଚିଡ଼ା ରୋଗୀ ମାଲିସ କରିବା ଉଚିତ |
- ରାଶିତେଲ ମାଲିସ କଲେ ହାଡ଼ ଶକ୍ତ ଓ ସୁସ୍ଥ ରହେ ଏବଂ ବାର୍ଦ୍ଧକ୍ୟ ପ୍ରଭାବ କମ ହୋଇଥାଏ |
- ଅଲିଭ ତେଲ ମାଲିସ କଲେ ତ୍ୱଚାର ରୁକ୍ଷପଣ କମ ହୋଇଥାଏ |
- ପେସ୍ତା ବାଦାମ ତେଲ ଦେହରେ ଲଗାଇଲେ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଠାରୁ ସୁରକ୍ଷା ମିଳିଥାଏ |
କେଉଁ ସମୟରେ ତେଲ ମାଲିସ କରିବେ
- ତେଲ ମାଲିସ ସକାଳେ କରିବ ଉଚିତ |
- ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ ତେଲ ମାଲିସ 2-3 ମିନଟ ପର୍ଯ୍ୟନ୍ତ କରନ୍ତୁ |
- ତେଲ ମାଲିସ କରି ଗାଧୋଇବା ବେଳେ ସାବୁନ ଲଗାନ୍ତୁ ନାହିଁ |
- ତେଲ ମାଲିସ ପରେ 15ମିନଟ Rest କରନ୍ତୁ |
ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ନିଜ ବନ୍ଧୁ ଏବଂ ପରିବାରଜନଙ୍କ ମଧ୍ୟରେ ଶେୟାର କରନ୍ତୁ । ନିଜ ମତାମତ Comment Box ରେ ପ୍ରଦାନ କରନ୍ତୁ । ଧନ୍ୟବାଦ !


0 Comments
Do you have any doubts or suggestions? Ask them here in the comments!