ସ୍ୱାସ୍ଥ୍ୟ ପରିବର୍ତ୍ତନର ସଂକେତ

ସ୍ୱାସ୍ଥ୍ୟ ପରିବର୍ତ୍ତନର ସଂକେତ 

ଏକ ଉତ୍ତମ ତଥା ବିଳାସମୟ ଜୀବନଶୈଳୀ ନିମନ୍ତେ ଆମେ ସମସ୍ତେ ପରିଶ୍ରମ କରୁଛେ |ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ବୟସ ଓ ବର୍ଗର ଲୋକ ଶରୀରରେ କେତୋଟି ପରିବର୍ତ୍ତନ ଦେଖିବା ମାତ୍ରେ ହିଁ ସଚେତନ ହେବ ଆବଶ୍ୟକ |

  • ଯଦି ବିନା କୌଣସି କସରତ ରେ ଓଜନ ଦ୍ରୁତ ଗତିରେ ହ୍ରାସ ପାଉଛି ,ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ |
  1. ମହିଳାମାନଙ୍କ କ୍ଷେତ୍ରରେ  ଏହା ଓଭାରି କର୍କଟର ସଂକେତ |
  2. ପୁରୁଷମାନଙ୍କ କ୍ଷେତ୍ରରେ ତାହା ପାଚନ ତନ୍ତ୍ର ଠିକ ଭାବେ କାମ ନ କରିବାର ସଂକେତ |
  • ନିୟମିତ ଭାବେ ଯେ କୌଣସି ଖାଦ୍ୟ ଖାଇବା ପରେ ଛାତି ପୋଡା ହେଲେ ମଧ୍ୟ ତାହା ବିପଦ ବୋଲି ଜାଣିବା ଉଚିତ | ଡାକ୍ତରଙ୍କ ପରାମର୍ଶରେ ସମସ୍ତ ପରୀକ୍ଷା କରିନେବା ଉଚିତ | ନଚେତ ଭବିଷ୍ୟତରେ ତାହା ହୃଦରୋଗର ଆଶଙ୍କା ବଢ଼ିଇଥାଏ |
  • ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ | କିନ୍ତୁ  ବାରମ୍ବାର ଶୋଷ ଲାଗିବା ମଧୁମେୟର ପ୍ରାରମ୍ଭିକ ସ୍ତର ବୋଲି ଜାଣିବା ଉଚିତ |
  • ବାରମ୍ବାର ପରିସ୍ରା ଲାଗିଲେ ସଂକ୍ରମଣ ହୋଇଥିବାର ଆଶଙ୍କା ଅଧିକ | ଶୀଘ୍ର  ଏହାର ଉପଚାର ନ କଲେ ତାହା  ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ |
  • କେଶ ମାତ୍ରାଧିକ ଝାଡ଼ିବା, ହଠାତ  ଦୁର୍ବଳ ହୋଇଯିବା ଇତ୍ୟାଦି ମଧ୍ୟ ଚିନ୍ତାର ବିଷୟ | ଏସବୁ  ହରମୋନ ପରିବର୍ତ୍ତନର କାରଣ ଏବଂ  ମହିଳାମାନଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଚାପ ପଡିଲେ  ଲକ୍ଷଣ ଦେଖାଦିଏ | ଏଇ ବର୍ଗର ଅଧିକାଂଶ ମହିଳା ହୃଦଘାତରେ କମ ବୟସରେ ପ୍ରାଣ ହରାଇଥାନ୍ତି ବୋଲି ବିଭିନ୍ନ ଅନୁସନ୍ଧାନରୁ ପ୍ରକାଶ |
  • ମହିଳାଙ୍କୁ ଶୀଘ୍ର ଥକ୍କା ଲାଗିଲେ, ତାହା ଥାଇରଏଡ ରୋଗର ପ୍ରାରମ୍ଭିକ ବୋଲି ଜାଣିରଖିବା ଉଚିତ | ତୁରନ୍ତ ଏ ସଂକ୍ରାନ୍ତରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ | 

Post a Comment

0 Comments