ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ଲାଭ
- ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମାର କାରକ କୁହାଯାଇଥାଏ । ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଆତ୍ମା ଶୁଦ୍ଧି ଏବଂ ଆତ୍ମବଳ ପ୍ରାପ୍ତ ହୋଇଥାଏ। ଏହା କରିବା ଦ୍ୱାରା ମଧ୍ୟ ଆରୋଗ୍ୟ ଲାଭ ହୋଇଥାଏ।
- ସୂର୍ଯ୍ୟଙ୍କୁ ନିୟମିତ ଜଳ ଅର୍ପଣ କଲେ ଶରୀରରେ ସୂର୍ଯ୍ୟଙ୍କ ପ୍ରଭାବ ବଢିଥାଏ ଏବଂ ଆପଣଙ୍କୁ ଶକ୍ତିଶାଳୀ କରିଥାଏ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ଲାଭ ହୋଇଥାଏ।
- ଯେଉଁ ବ୍ୟକ୍ତିମାନଙ୍କର ଚାକିରୀ କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି ସେହି ବ୍ୟକ୍ତିମାନେ ମଧ୍ୟ ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ତାଙ୍କର ଏହି ଅସୁବିଧା ଦୂର ହୋଇଯିବ |
କିପରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ
- ସ୍ନାନ କାର୍ଯ୍ୟ ସରିବା ପରେ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ।
- ସୂର୍ଯ୍ୟ ଉଦୟ ହେବାର ୧ଘଣ୍ଟା ଭିତରେ ଜଳ ଅର୍ପଣ କରିବା ଉଚିତ। ସକାଳ ୮ଟା ପର୍ଯ୍ୟନ୍ତ ମଧ୍ୟ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିପାରିବେ।
- ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ ପ୍ରଥମେ ଜଳରେ ରକ୍ତ ଚନ୍ଦନ,ଚାଉଳ ,ସିନ୍ଦୂର ,ରାଶି ,ଗୁଡ଼ ,ହଳଦୀ ଏବଂ ନାଲି ପୁଷ୍ପ ମିଶାଇ ପୂଜା କରନ୍ତୁ।
- ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ପୂର୍ବ ଦିଗକୁ ମୁହଁ କରିବା ଉଚିତ |
- ନାଲି ବସ୍ତ୍ର ପରିଧାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଶୁଭ ହୋଇଥାଏ।
- ଜଳ ଅର୍ପଣ କରିବା ସମୟରେ ହାତ ମୁଣ୍ତ ଉପରେ ରହିବା ଉଚିତ କାରଣ ଏପରି କରିବା ଦ୍ୱାରା ସାତଟି କିରଣ ଶରୀରରେ ପଡ଼ିଥାଏ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ନବଗ୍ରହଙ୍କର ମଧ୍ୟ କୃପା ରହିଥାଏ।
- ଜଳ ଅର୍ପଣ କରିବା ପରେ ଜଳ ଓ ଭୂମିକୁ ସ୍ପର୍ଶ କରି କପାଳ ,ଆଖି ,କାନ ,ଗଳାକୁ ଛୁଇଁ ପ୍ରଣାମ କରିବେ |
- ରବିବାର ଦିନ ସୂର୍ଯ୍ୟଦେବଙ୍କୁ କନିଏର ଫୁଲ,ଗୁଡ଼ ଭୋଗ ଅର୍ପଣ କରିବେ | ରବିବାର ଦିନ ଲୁଣ ,ଆମିଷ ,ମସୁରଡାଲି , ଲାଲ ଶାଗ ,କାଚପାତ୍ର ରେ ଖାଇବେ ନାହିଁ |
- ରବିବାର ଦିନ ତମ୍ବା ଜିନିଷ କିଣିବ ନାହିଁ |
- ସୂର୍ଯ୍ୟ ଦେବଙ୍କୁ ଶଙ୍ଖ ରେ ଅର୍ଘ୍ୟ ଏବଂ ବେଲପତ୍ର କେବେହେଲେ ଦେବେ ନାହିଁ |
- ସୂର୍ଯ୍ୟ ଦେବଙ୍କୁ ପାଣି ଛଡ଼ାଇବା ବେଳେ ପାଣି ଯେପରି ଆପଣଙ୍କ ପାଦରେ ପଡିବା ଉଚିତ ନୁହେଁ |
ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ
- ଓଁ ଭାସ୍କରାୟ ଚ ମହାଂତେଜୀୟ ଧୀମହି ତନ୍ନ ସୂର୍ଯ୍ୟ ପ୍ରଚୋଦୟାତ |
- ଓଁ ନମୋ ଶ୍ରୀ ସୂର୍ଯ୍ୟାୟ ସହସ୍ର କିରଣ।ୟ ସିଦ୍ଧି ସିଦ୍ଧି କରାୟ ମନ ବାଂଛିତ ପୁରାୟ କଷ୍ଟ° ଚୁରାୟ° ଚୁରାୟ° ଓଁ ଦ୍ରିି° ସୂର୍ଯ୍ୟାୟ ନମୋ8
- ଓଂ ହ୍ର।° ମିତ୍ରାୟ ନମଃ | ଓଂ ହ୍ରୀ° ରବୟେ ନମଃ
- ଓଂ ହ୍ରୁ° ସୂର୍ଯାୟ ନମଃ | ଓଂ ହ୍ରେ° ଭାନବେ ନମଃ
- ଓଂ ହୌଂ ଖଗାୟ ନମଃ| ଓଂ ହ୍ର8 ପୃଷ୍ପେ ନମଃ



0 Comments
Do you have any doubts or suggestions? Ask them here in the comments!