ଶୟନକକ୍ଷ ଓ ସୁଖୀ ଦାମ୍ପତ୍ୟ ଜୀବନ
ପତି ଓ ପତ୍ନୀ । ଗୋଟିଏ ରଥର ଦୁଇଟି ଚକ ।ତେବେ ଉଭୟଙ୍କ ଚିନ୍ତା, ଚେତନା,ଆଚରଣ ମଧ୍ୟରେ ସାମଞ୍ଜସ୍ୟ ରହିବା ଜରୁରୀ ।ମନ ଓ ମତ ମଧ୍ୟ ସମାନ ହେବା କଥା । ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଜୀବନ ସରଳ ଓ ସାବଲୀଳ ହୁଏ । ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଯେ ପତି-ପତ୍ନୀ ଙ୍କ ମଧ୍ୟରେ ଭାଗବତ ସମ୍ପର୍କ ଭଲ ଥିଲେ ମଧ୍ୟ ବ୍ୟାବହାରିକ ସମ୍ପର୍କ ଭଲ ନ ଥାଏ । ଏହାର କାରଣ ଖୋଜିଲେ ମିଳେ ନାହିଁ । ଯଦି ଆପଣ ସେମିତି କିଛି ଅନୁଭବ କରୁଛନ୍ତି, ତା'ହେଲେ ନିମ୍ନଲିଖିତ ବାସ୍ତୁ ଟିପ୍ସ ଅନୁସରଣ କରି ଥରେ ପରିକ୍ଷା କରି ଦେଖନ୍ତୁ । କାରଣ ବାସ୍ତୁବିତ୍ ମାନଙ୍କ ମତରେ ବାସ୍ତୁ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରେ ।
- ଶୟନକକ୍ଷରେ ଛୋଟଶିଶୁଙ୍କ ଆକର୍ଷଣୀୟ ଫଟୋ ବା ପେଣ୍ଟିଂ ଟାଙ୍ଗନ୍ତୁ । ଭୂଲରେ କାନ୍ଦୁଥିବାର ଫଟୋ ଲଗାନ୍ତୁ ନାହିଁ। ଏହା ଓଲଟା ପ୍ରଭାବ ପକାଇବ ।
- ଲାଲ୍ ରଙ୍ଗ ଶୟନକକ୍ଷ ପାଇଁ ମଙ୍ଗଳକାରକ । ତେଣୁ ନାଲି ରଙ୍ଗର ବେଡସିଟ୍, ପିଲୋକଭର ବ୍ୟବହାର କରନ୍ତୁ । ନାଲି ମହମବତୀ, ନାଲି କ୍ରିଷ୍ଟାଲ ପ୍ରଭୃତି ରଖନ୍ତୁ ।
- ଶୟନକକ୍ଷରେ ଟିଭି, କମ୍ପୁଟର ନକାରାତ୍ମକ ପ୍ରଭାବ ପକାଏ । ଏହା ସମ୍ପର୍କକୁ ମଧ୍ୟ ପ୍ରଭାବିତ କରେ । ତେଣୁ ଏଗୁଡ଼ିକୁ ରଖନ୍ତୁ ନାହିଁ। ଯଦି ଅନ୍ୟ କୌଣସି ବିକଳ୍ପ ନଥାଏ ତେବେ ଏଗୁଡ଼ିକୁ କଭର କରି ରଖିନ୍ତୁ ।
- ଶୟନକକ୍ଷରେ ପୂର୍ବଜଙ୍କ ଫଟୋ ରଖନ୍ତୁ ନାହିଁ। ଏବଂ ଠାକୁରଙ୍କ ଫଟୋ ମଧ୍ୟ ରଖନ୍ତୁ ନାହିଁ। ଚାହିଁବେ ତ ରାଧାକୃଷ୍ଣ ଙ୍କ ଜୁଗଳ ଫଟୋ ଲଗାଇ ପାରିବେ।
- ପଲଙ୍କରେ ଦୁଇଟି ଗଦି ପରିବର୍ତ୍ତେ ଗୋଟିଏ ଗଦି ପକାନ୍ତୁ। ଦୁଇଟି ଗଦି ଉଭୟଙ୍କ ମଧ୍ୟରେ ବିଭେଦ ଓ ସନ୍ଦେହ ସୃଷ୍ଟି କରେ।
- ଫୁଲଦାନିରେ ପ୍ରତିଦିନ ନାଲି ଗୋଲାପ ରଖନ୍ତୁ । କିନ୍ତୁ ସୁଖା ଫୁଲ ଓ ପ୍ଲାଷ୍ଟିକ ଫୁଲ ରଖନ୍ତୁ ନାହିଁ।
- ଶୟନକକ୍ଷ ପାଇଁ ହାଲକା ରଙ୍ଗ ଉପାଦେୟ ।


0 Comments
Do you have any doubts or suggestions? Ask them here in the comments!