ସକାଳର ଜଳଖିଆ ନଖାଇବା ଦ୍ୱାରା ଶରୀରରେ କ'ଣ କ୍ଷତି ହୋଇଥାଏ
ସକାଳର ଜଳଖିଆ ନଖାଇବା ଦ୍ୱାରା ଶରୀରରେ କ'ଣ କ୍ଷତି ହୋଇଥାଏ
- ମଧୁମେୟ :ସକାଳର ଜଳଖିଆ ନଖାଇବା ଦ୍ୱାରା ମଧୁମେୟର ସମସ୍ୟା ଅଧିକ ଥାଏ | ଯେଉଁ ମହିଳା ମାନେ ସକାଳ ଜଳଖିଆ ଖାଇନଥାନ୍ତି ସେମାନଙ୍କୁ ଟାଇପ 2ର ମଧୁମେୟ ସମସ୍ୟା ଅଧିକ ଦେଖାଦିଏ |
- ଓଜନ ବଢିବା : ଯଦି ଆପଣଂକୁ ଲାଗୁଛି କି ସକାଳର ଜଳଖିଆ ନଖାଇବା ଦ୍ୱାରା ଓଜନ କମୁଛି ତେବେ ଏହା ଭାବିବା ଭୁଲ |କିନ୍ତୁ ଏକ ଷ୍ଟଡିରୁ ଜଣାପଡିଛି ଯେଉଁମାନେ ସକାଳ ଜଳଖିଆ ନ ଖାଆନ୍ତି ସେମାନଙ୍କ ଓଜନ ବେଶୀ ବଢିଥାଏ |
- ମେଟାଵଲିଜିମ ଉପରେ ପ୍ରଭାବ : ସକାଳର ଜଳଖିଆ ଛାଡିବା ଦ୍ୱାରା ଶରୀରରେ ମେଟାଵଲିଜିମର କ୍ଷତି ହୋଇଥାଏ | ଦିନସାରା ଯେକୌଣସି ଆହାର ଛାଡିବା ଦ୍ୱାରା ଶରୀର ଉପରେ ପ୍ରଭାବ ପକାଇଥାଏ | ଅଧିକ ସମୟ ଖାଲି ପେଟରେ ରହିବା ଦ୍ୱାରା ଶରୀରରେ କ୍ୟାଲୋରୀ ବଢାଇବାର କ୍ଷମତା କମିଥାଏ |
- ଭୋକ ଲାଗିବ ସହ ରାଗ ଆସିବା : ଲମ୍ବା ସମୟ ଭୋକରେ ରହିବା ଦ୍ୱାରା କିଛି ଲୋକଙ୍କୁ ରାଗ ଆସିଥାଏ |ଏକ ଷ୍ଟଡିରୁ ଜଣାପଡିଛି ଯେଉଁ ପୁରୁଷମାନେ ସକାଳର ଜଳଖିଆ ଠିକ ଭାବେ ଖାଇଥାନ୍ତି | ସେମାନଙ୍କ ରକ୍ତଚାପ ଠିକ ରହିଥାଏ ତେଣୁ ସେମାନଙ୍କ ପାଖରେ ବିରକ୍ତି ଭାବ ଦେଖିବା ଖୁବ କମ ମିଳିଥାଏ |
- ପାଟିରୁ ଦୁର୍ଗନ୍ଧ ବାହାରିବା :ସକାଳର ଖାଇବା ନଖାଇବା ଦ୍ୱାରା ସାଲାଇଭ| ଖୁବ କମ ତିଆରି ହୋଇଥାଏ | ଯେଉଁଥିପାଇଁ ଜିଭରେ ଥିବା ବ୍ୟାକ୍ଟେରିଆ ଦୂର ହୋଇପାରନ୍ତି ନାହିଁ ସେହି କାରଣପାଇଁ ପାଟିରୁ ଦୁର୍ଗନ୍ଧ ବାହାରିଥାଏ |
0 Comments
Do you have any doubts or suggestions? Ask them here in the comments!