ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ସାବଧାନ
- ଯଦି ପ୍ଲାଷ୍ଟିକ ବୋତଲରେ ପାଣିପିଉଥାନ୍ତି, ତେବେ ନିଶ୍ଚିତ ପଢିନିଅନ୍ତୁ ଏହି ଖବର, ନଚେତ ଚାଲିଯାଇ ପାରେ ଆପଣଙ୍କ ଜୀବନ |
- ସିଧାସଳଖ ବୋତଲରୁ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ |
- ବୋତଲରେ ପାଣି ପିଇଲେ ବିଭିନ୍ନ ରୋଗ ହେବାସହ ମସ୍ତିଷ୍କ ମଧ୍ୟ ଦୁର୍ବଳ ହୋଇଯାଇଥାଏ |
- ଆଗରୁ ଲୋକେ ତମ୍ବା ପାତ୍ରରେ ପାଣି ପିଉଥିଲେ | ଯେଉଁଥିପାଇଁ ତାଙ୍କୁ ରୋଗ ହେଉନଥିଲା ଏବଂ ସେମାନେ ସୁସ୍ଥ ରହୁଥିଲେ |
- କିନ୍ତୁ ଆଜିକାଲି ଲୋକେ ବୋତଲରେ ପାଣି ପିଇବା ପାଇଁ ପସନ୍ଦ କରୁଛନ୍ତି । ବୋତଲରେ ପାଣି ପିଇବା ଯୋଗୁଁ ମେଦ ବହୁଳତା, କ୍ୟାନସର, ମାନସିକ ଅଶାନ୍ତି, ମହିଳାଙ୍କ ମଧ୍ୟରେ ଗର୍ଭାଶୟ ସମସ୍ୟା ଦେଖା ଦେଇଥାଏ |
ବୋତଲରେ ପାଣି ପିଇବା ଦ୍ୱାରା ଆଉ କ'ଣ କ'ଣ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା :
୧. ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ରହିଛି । ଗରମ କିମ୍ବା ଖରାରେ ଯେତେବେଳେ ପ୍ଲାଷ୍ଟିକ ବୋତଲ ଗରମ ହେବା ଦ୍ୱାରା ବୋତଲରେ ଥିବା କେମିକାଲ ଡାଇଅକ୍ସିନ ତରଳିବା ଆରମ୍ଭ ହୋଇଥାଏ | ଏହି ଡାଇଅକ୍ସିନ ତରଳି ପାଣିରେ ମିଶି ଶରୀରକୁ ଯାଇଥାଏ | ଡାଇଅକ୍ସିନ ମଣିଷ ଶରୀରରେ ଥିବା କୋଷ ଗୁଡିକୁ ନଷ୍ଟ କରି ଦେଇଥାଏ |
୨. ବୋତଲରେ ବ୍ୟବହାର କରାଯାଉଥିବା ବାଇଶଫେନୋଲ-ଏ ଯୋଗୁଁ ମସ୍ତିସ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଥାଏ | ଯାହାଫଳରେ ମଣିଷର ଚିନ୍ତା ଶକ୍ତି ଏବଂ ସ୍ମରଣ ଶକ୍ତି ପ୍ରଭାବିତ ହୋଇଥାଏ | ଧୀରେ ଧୀରେ ମଣିଷର ସ୍ମରଣ ଶକ୍ତି କମ ହୋଇଯାଇଥାଏ ।
୩. ବୋତଲ ତିଆରି କରିବା ପାଇଁ ବାଇଶଫେନୋଲ-ଏ ବ୍ୟବହାର କରାଯାଇଥାଏ | ଏହାର ଖରାପ ପ୍ରଭାବ ପେଟ ଉପରେ ମଧ୍ୟ ପଡିଥାଏ | ବିପିଏ ନାମକ ରାସାୟନିକ ପଦାର୍ଥ ପେଟକୁ ଗଲେ ପାଚନକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ | ଯାହାଫଳରେ ଆମେ
ଖାଇଥିବା ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ ଏବଂ ଗ୍ୟାସ, କବ୍ଜ ଭଳି ସମସ୍ୟା ଦେଖା ଦେଇଥାଏ |
୪. ସବୁବେଳେ ବୋତଲରେ ପାଣି ପିଇଲେ ଗର୍ଭପାତର ସମ୍ଭାବନା ମଧ୍ୟ ବଢିଥାଏ | ଗର୍ଭବତୀ ମହିଳା ବୋତଲରେ ପାଣି ପିଇଲେ ପେଟରେ ଥୁବା ଶିଶୁ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ଏହାଫଳରେ ଶିଶୁକୁ ପ୍ରୋଷ୍ଟ୍ରେଟ କ୍ୟାନସର କିମ୍ବା ବ୍ରେଷ୍ଟ କ୍ୟାନସର ହେବାର ସମ୍ଭାବନା ଥାଏ |



0 Comments
Do you have any doubts or suggestions? Ask them here in the comments!