ପାଣି ପିଇବା ନିୟମ

ପାଣି ପିଇବା ନିୟମ 

ଶୋଷ ହେଲେ ତ ପାଣି ପିଇବେ ନିଶ୍ଚିତ କିନ୍ତୁ ପାଣି ପିଇବାର କିଛି ଉପଯୁକ୍ତ ସମୟ ଓ ନିୟମ  ଅଛି, ଯଦି ସେହି ଅନୁଯାୟୀ ପାଣି ପିଅନ୍ତି, ତେବେ ସୁସ୍ଥ ରହିବେ।

  •  ଦରକାରଠାରୁ ଅଧିକ  କିମ୍ବା କମ ପାଣି ପିଇବା ଦ୍ୱାରା ଶରୀରରେ ଖରାପ ପ୍ରଭାବ ପକାଇଥାଏ |ଅଧିକ ପାଣି ପିଇଲେ କିଡ଼ନି  କୁ ଅଧିକ କାମ କରିବାକୁ ପଡିଥାଏ | ଯାହାଦ୍ୱାରା କିଡ଼ନି ଖରାପ ହେବାର ଆଶଙ୍କା ରହିଥାଏ | 
  • ଆପଣ ଜାଣିଥିବେ ରାତ୍ରି ସମୟରେ ଅଧିକ ପାଣି ପିଇବାକୁ ଡ଼ାକ୍ତରମାନେ ବାରଣ କରିଥାନ୍ତି | ତେଣୁ ସନ୍ଧ୍ୟା ପରଠାରୁ ରାତ୍ର ଶୋଇବା ପର୍ଯ୍ୟନ୍ତ କମ ପାଣି ପିଇବା  ଉଚିତ |



  1. ବିଛଣା ଛାଡ଼ିବା ପରେ ପାଟିି ଓ ମୁହଁ ନ ଧୋଇ ୨-୩ ଗ୍ଲାସ୍ ଉଷୁମ ପାଣି କିଛି କିଛି ସମୟ ବ୍ୟବଧାନରେ ପିଅନ୍ତୁ । ଆଭ୍ୟନ୍ତରଣୀୟ  ଅଙ୍ଗ ସକ୍ରିୟ ହୋଇଥାଏ ।
  2. ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ ୧ ଗ୍ଲାସ୍ ପାଣି ପିଇବା ଦ୍ୱାରା  ନିମ୍ନ ରକ୍ତଚାପ ଦୂର ହୋଇଥାଏ ।
  3. ଖାଇବାର ଅଧ ଘଣ୍ଟା ପୂର୍ବରୁ ୧ ଗ୍ଲାସ୍ ପାଣି ପିଅନ୍ତୁ ,ହଜମକ୍ରିୟାକୁ ସୁଦୃଢ କରିବା ।
  4. ଖାଦ୍ୟ ଖାଇବା ମଝିରେ ଆଦୌ ପାଣି ପିଅନ୍ତୁ ନାହିଁ କିମ୍ବା ଖାଦ୍ୟ ଖାଇବା ପରେ ପରେ ପାଣି ପିଇବା ବି ଉଚିତ ନୁହେଁ । ପାଚନ ଶକ୍ତି ଦୁର୍ବଳ ହୋଇଥାଏ ।
  5. ଖାଦ୍ୟ ଖାଇବାର ଅଧ ଘଣ୍ଟା  ବା ୧ ଘଣ୍ଟା ପରେ ପାଣି ପିଇବା ଉଚିତ ।
  6.  ଗରମ ପେୟ ପିଇବା ପୂର୍ବରୁ ନିଶ୍ଚିତ ଭାବରେ ଏକ ଗ୍ଲାସ୍ ପାଣି ପିଇବା ଉଚିତ। ଏହା ଦ୍ୱାରା  ଆଭ୍ୟନ୍ତରଣୀୟ ଅଙ୍ଗ ତାତିଯାଏ ନାହିଁ । ଏହାଦ୍ୱାରା  ମଧ୍ୟ ଏସିଡିଟିରୁ ରକ୍ଷା ମିଳେ ।
  7. ଶରୀରରୁ ଝାଳ ବାହାରିବା ସମୟରେ ପାଣି ପିଇବା ଅନୁଚିତ |ଅଳ୍ପ ସମୟ ବିଶ୍ରାମ ପରେ ପାଣି ପିଅନ୍ତୁ |
  8. ଉପବାସ କରିଥିବା ଦିନ ପାଚନତନ୍ତ୍ର ଖାଦ୍ୟ ପରିପାକ କରୁନଥିବାର ବିଶ୍ରାମ ଅବସ୍ଥାରେ ଥାଏ । ଏହି ସମୟରେ ପାକସ୍ଥଳୀରେ  ହାଇଡକ୍ଳୋରିକ୍ ଅମ୍ଳ ଅଧିକ ବଢ଼ିଥାଏ । ଏହା ସ୍ଵାସ୍ଥ୍ୟ ପକ୍ଷେ ଅଧିକ କ୍ଷତିକାରକ । ଏଥିରୁ ରକ୍ଷାପାଇବା ପାଇଁ ଏକଗ୍ଲାସ୍ ପାଣିରେ ଲେମ୍ବୁ ରସ ମିଶାଇ ଏକ ଘଣ୍ଟା ବ୍ୟବଧାନରେ ପିଇବା ଦରକାର | ପାଚନ ଅଙ୍ଗର ଜ୍ୱଳନ ଶାନ୍ତ ହେବ |
  9. ରାତିରେ ଶୋଇବା ପୂର୍ବରୁ ପାଣି ପିଇବା  ଦ୍ୱାରା ଭଲ ନିଦ ହୋଇଥାଏ | ଅନିଦ୍ରା ସମସ୍ୟା ଦୂର ହୁଏ |
  10. ରାତିରେ ଶୋଇବା ପୂର୍ବରୁ  1 ଗ୍ଲାସ ପାଣି ପିଇବା (Stroke ଓ  Heart Attack ରୁ ରକ୍ଷା କରେ )
  11. ଫ୍ରିଜ ପାଣି ଶରୀର ପାଇଁ କ୍ଷତି କାରକ ଏହା ହାର୍ଟ ବିଟ ଉପରେ ପ୍ରଭାବ ପକାଇଥାଏ |
ଏହା ଗଲା ପାଣି କେତେବେଳେ ପିଇବେ ଓ କେମିତି ପିଇବେ  | କିନ୍ତୁ  ମନେ ରଖିବା ଉଚିତ ଯେ ପାଣି ଏକ ସଙ୍ଗେ ବେଶୀ ନ ପିଇ ଅନ୍ୟ ସମୟରେ ଅଳ୍ପ ଅଳ୍ପ କରି ପିଇଲେ ଦେହ ସୁସ୍ଥ  ରହିବ  | 

Post a Comment

0 Comments