ପକ୍ଷୀ ସ୍ଵରରୁ ସଙ୍କେତ
କାଉ କୁ ଶନିଦେବ ଙ୍କ ପ୍ରିୟ ବୋଲି କୁହାଯାଏ , କାଉ ପାଖରେ ଏକ ଅଦଭୂତ ଶକ୍ତି ଅଛି , କାଉ ମାନେ କଥା ନକହିପାରିଲେ ମଧ୍ୟ ସେମାନଙ୍କର ସାଙ୍କେତିକ ଭାବ ଦ୍ୱାରା ଅନେକ ବିପଦ ବହୁ ପୂର୍ବରୁ ଜଣା ପଡିଯାଇଥଏ |
କାଉର ସ୍ୱର
- ସକାଳେ କାଉ ସ୍ୱର ଶୁଣିଲେ ଘରକୁ ଅତିଥି ଆଗମନ କରିପାରନ୍ତି ।
- ସକାଳୁ ସକାଳୁ ଯଦି ଦକ୍ଷିଣ ଦିଗରେ କାଉ ସ୍ୱର ଶୁଣାଯାଏ ଅର୍ଥ ଲାଭ ହୋଇଥାଏ।
- ଯଦି ଘରର ଉପରେ ବସି ଦକ୍ଷିଣ ଦିଗକୁ ମୁହଁ କରି ରାବୁଥାଏ ତେବେ ଏହାକୁ ଅଶୁଭ ସଂକେତ ମନାଯାଏ । ଏହାଦ୍ୱାରା କେହି ମୃତ୍ୟୁ ମୁଖରେ ପଡିପାରେ ।
- ମଧ୍ୟାହ୍ନରେ କାଉ ସ୍ୱର ପଦ ପ୍ରାପ୍ତିର ସଙ୍କେତ ଦିଏ।
- ଉତ୍ତର କିମ୍ବା ପୂର୍ବ ଦିଗରୁ ଖରାବେଳେ ଯଦି କାଉର ରାବ ଶୁଣନ୍ତି ତେବେ ସେଦିନ ଶୁଭ ତଥା ଲାଭକାରୀ ରହିବ ।
- ଦ୍ଵିପ୍ରହରରେ କାଉ ସ୍ୱର ଶୁଣିଲେ ବ୍ୟବସାୟରେ ଲାଭ ହୁଏ ।
- ତୃତୀୟ ଓ ଚତୁର୍ଥ ପ୍ରହରରେ ଯଦି କାଉ ସ୍ୱର ଶୁଣାଯାଏ ଏହା ଖରାପ ସଙ୍କେତ ଦେଇଥାଏ ।
- କୌଣସି ଗ୍ରାମରେ କାଉ ଦଳ ହୋଇ ରାବିବାର ଶୁଣିଲେ ଏହା ବିବାଦର ସଙ୍କେତ ଦିଏ ।
- ଯଦି କାଉ ଉଚ୍ଚସ୍ୱରରେ ବୋବାଇବାର ଶୁଣନ୍ତି ତାହା ହେଲେ ଘରକୁ କୌଣସି ସଂକଟର ଆଶଙ୍କା ରହିଛି।
- ଘର ଉପରେ ଦଳ ଦଳ ହୋଇ କାଉ ବସିଲେ ଏହା ମୃତ୍ୟୁ ତୁଲ୍ୟ କଷ୍ଟ ଆସିବାର ସଙ୍କେତ ଦେଇଥାଏ |
- ଯଦି କାଉ ଯିବା ସମୟରେ କୌଣସି ବ୍ୟକ୍ତିର ମୁଣ୍ଡରେ ସ୍ପର୍ଶ କରେ, ତାହାଲେ ଅଶୁଭ ହୋଇଥାଏ |
- ସକାଳ ସମୟରେ ଯଦି କାଉ ଉଡ଼ିକି ଆସି ମୁଣ୍ଡ ଉପରେ ତା ଗୋଡ ଦ୍ୱାରା ସ୍ପର୍ଶ କରି ଚାଲିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ।
- କାଉ ଯଦି ଶରୀର ଉପରେ ବସିଯାଏ , ତେବେ ଖୁବ ଶୀଘ୍ର ଆପଣଙ୍କୁ ଶାରୀରିକ ଏବଂ ମାନସିକ ପୀଡା ଭୋଗିବାକୁ ପଡିବ ।
- ରାତିରେ କାଉ ବୋବାଇବା କୌଣସି ବିପଦି ଆସିବାର ସଙ୍କେତ ଦେଇଥାଏ ।
- କାଉ ଯଦି ମୁଁହରେ ରୁଟି କିମ୍ବା ମାଂସ ଧରିଥିବାର ଦେଖନ୍ତି , ତେବେ ଆପଣଙ୍କର କୌଣସି ବଡ ଇଛା ପୂର୍ଣ୍ଣ ହେବାର ସଙ୍କେତ ।
- ରାସ୍ତାରେ ଯିବାବେଳେ ଯଦି କାଉ ପାଣି ପିଉଥିବାର ଦେଖନ୍ତି ତେବେ ଧନ ଲାଭର ସୂଚନା ଅଟେ । ଯେଉଁ କାମରେ ଯାଉଛନ୍ତି ଶୁଭ ହେବ ।
- ଯଦି ଘର ଉପରେ କାଉ ରାବ କରିଥାଏ ଏବଂ ପରସ୍ପର ମଧ୍ୟରେ ଝଗଡା ଲାଗିଥାନ୍ତି ତେବେ ଘରର ମାଲିକ ଉପରେ ସଙ୍କଟ ଆସିବାର ସଂକେତ ।
ପେଚା ସ୍ୱର
- ପେଚା ସ୍ୱର ରାତ୍ରି ର ପ୍ରଥମ, ଦ୍ଵିତୀୟ ଓ ଚତୁର୍ଥ ପ୍ରହରରେ ଶୁଣିଲେ ଇଛା ପୂର୍ଣ୍ଣ ହୁଏ । ଅର୍ଥାତ୍ ଅର୍ଥ ଲାଭ, ବ୍ୟବସାୟରେ ଲାଭ ଓ ରାଜପଦରେ ଲାଭ ମିଳିବ ।
- ସର୍ବଦା ଗୋଟିଏ ଦିଗରେ ପେଚା ବୋବାଇଲେ ଅବା ଦେଖାଦେଲେ ଅଶୁଭ ହୋଇଥାଏ । ଏହା ସଙ୍କଟର ସୂଚନା ତଥା ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାର ସୂଚନା ଦେଇଥାଏ |
- ପେଚା ଉଚ୍ଚ ସ୍ଵର ଶୁଣିଲେ ଅର୍ଥ ହାନୀର ସଙ୍କେତ ଦେଇଥାଏ ।
- ରାତିରେ ଯାତ୍ରା କରିବା ସମୟରେ ପେଚା ସ୍ୱର ଶୁଣିଲେ ଶୁଭ।



0 Comments
Do you have any doubts or suggestions? Ask them here in the comments!