କବିତା - ମୁଁ ବଞ୍ଚିବି

ମୁଁ ବଞ୍ଚିବି


ଯେବେଯେବେ ନିଜକୁ ଭଲପାଇଛି ମୁଁ
ତୁ ଧିକ୍କାରିଛୁ ମୋତେ ।
ନା ବଦଳିଛୁ ତୁ, ନା ତୋର ପ୍ରକୃତି 
କେବଳ ବଦଳିଯାଇଛି ତାରିଖ ।


ଯେବେଯେବେ ନିଜକୁ ମୁଁ  ମୁକ୍ତ କରିଛି ନିଜୁଠୁଁ
ତୁ ପୁଣି ଭାଙ୍ଗିଛୁ ମୋତେ ।
ନା ତୁ ବଦଳିଛୁ, ନା ପ୍ରକୃତି ତୋର 
ଖାଲି ଯାହା ବଦଳିଯାଇଛି ତାରିଖ ।


ଯେବେଯେବେ ନିଜକୁ ରଖୁଛି ଶୀର୍ଷରେ
ତୁ ହିଁ ଖସାଇଛୁ ଶିଖରରୁ ମୋତେ ।
ନା ବଦଳିଛୁ ତୁ, ନା ତୋର ପ୍ରକୃତି
କେବଳ ବଦଳିଯାଇଛି ତାରିଖ ।


ତୁ ବୋଧେ ଜାଣିନୁରେ........
ସବୁ ଆଘାତ ପରେ ବି ଜଣେ ନାରୀ ବଞ୍ଚେ
ଆଉ ମୁଁ ବଞ୍ଚିବି
ତାରିଖ ସେମିତି ବଦଳିଯିବ !!!!!!!!!!!!!!



Post a Comment

0 Comments